Mobile network: ୧୫୬୨ ଗାଁରେ ନାହିଁ ମୋବାଇଲ୍‌ ନେଟ୍‌ୱର୍କ

Advertisment

ଆଜିର ଡିଜିଟାଲ ଦୁନିଆରେ ଓଡ଼ିଶାରେ ଏବେବି ବହୁ ଗାଁ ରହିଛି ଯେଉଁଠାରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ଏକ ସ୍ବପ୍ନ ହୋଇରହିଛି। ରାଜ୍ୟସଭାରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ପି ଚନ୍ଦ୍ରଶେଖର ଦେଇଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ୧୫୬୨ଟି ଗାଁରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ପହଞ୍ଚିନାହିଁ।

ଆଜିର ଡିଜିଟାଲ ଦୁନିଆରେ ଓଡ଼ିଶାରେ ଏବେବି ବହୁ ଗାଁ ରହିଛି ଯେଉଁଠାରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ଏକ ସ୍ବପ୍ନ ହୋଇରହିଛି। ରାଜ୍ୟସଭାରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ପି ଚନ୍ଦ୍ରଶେଖର ଦେଇଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ୧୫୬୨ଟି ଗାଁରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ପହଞ୍ଚିନାହିଁ।

DAGDADAGDG

ଭୁବନେଶ୍ବର: ଆଜିର ଡିଜିଟାଲ ଦୁନିଆରେ ଓଡ଼ିଶାରେ ଏବେବି ବହୁ ଗାଁ ରହିଛି ଯେଉଁଠାରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ଏକ ସ୍ବପ୍ନ ହୋଇରହିଛି। ରାଜ୍ୟସଭାରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ପି ଚନ୍ଦ୍ରଶେଖର ଦେଇଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ୧୫୬୨ଟି ଗାଁରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ପହଞ୍ଚିନାହିଁ। ରାଜ୍ୟରେ ଥିବା ୫୧,୧୭୬ଟି ଗାଁ ମଧ୍ୟରୁ ୪୯,୬୧୪ଟି ଗାଁରେ ମୋବାଇଲ୍‌ ସେବା ପହଞ୍ଚିଛି। ସେହିପରି ୪୯,୦୨୫ଟି ଗାଁରେ ୪ଜି ମୋବାଇଲ୍‌ ସଂଯୋଗ ପହଞ୍ଚିପାରିଛି। ଅବଶିଷ୍ଟ ଗାଁରେ ମୋବାଇଲ୍‌ ସେବା ଏବେବି ଅପହଞ୍ଚ ରହିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି। ରାଜ୍ୟର ୯୬ ପ୍ରତିଶତ ଗାଁରେ ଡିଜିଟାଲ୍ ସେବା ପହଞ୍ଚିଥିବା ବେଳେ ୪ ପ୍ରତିଶତ ଗାଁ ଏହାଠାରୁ ଦୂରରେ ରହିଛନ୍ତି।

Indian Railways: ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ନବୀକରଣ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ସତ୍ତ୍ବେ ଏହି ଗାଁଗୁଡ଼ିକରେ ଡିଜିଟାଲ୍ ସେବା ନ ପହଞ୍ଚିବା ଏକ ଚିନ୍ତାର ବିଷୟ। ନିୟମ ଅନୁସାରେ ବୈଷୟିକ-ବାଣିଜ୍ୟିକ ସ୍ତରରେ ସଫଳ ହେବାର ସମ୍ଭାବନା ଅନୁସାରେ ଟେଲିକମ୍ କମ୍ପାନିଗୁଡ଼ିକ‌ ସେବା ପହଞ୍ଚିନଥିବା ଗ୍ରାମରେ ସେବା ଯୋଗାଇବା ନିଷ୍ପତ୍ତି ନେଇଥାନ୍ତି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳରେ ମୋବାଇଲ୍‌ ସେବାରେ ଉନ୍ନତି ଆଣିବା ଲାଗି ଡିଜିଟାଲ୍‌ ଭାରତ ନିଧିରେ ଥିବା ପାଣ୍ଠିକୁ ବିଭିନ୍ନ ଯୋଜନା ଜରିଆରେ ବ୍ୟବହାର କରାଯାଉଛି। ଏହି ସ୍କିମ୍ ଅଧୀନରେ ଓଡ଼ିଶାରେ ୩୩୫୫ ଟାୱାର ସ୍ଥାପନ କରାଯାଇଛି ଯାହା ଫଳରେ ୪୯୧୫ଟି ଗାଁରେ ମୋବାଇଲ୍‌ ସେବା ପହଞ୍ଚିପାରିଛି।

Asim Munir : ଅସୀମ ମୁନୀର ହେଲେ ପାକିସ୍ତାନର ପ୍ରଥମ ସିଡିଏଫ, ପ୍ରଧାନମନ୍ତ୍ରୀ ସରିଫ ଦେଲେ ମଂଜୁରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe