ପୁରୀ:  ରାଷ୍ଟ୍ରାୟତ୍ତ କାନାରା ବ୍ୟାଙ୍କ ପକ୍ଷରୁ ଜାତୀୟସ୍ତରୀୟ ବ୍ୟବସାୟ ରଣନୀତି ବୈଠକ ପୁରୀଠାରେ ଚଳିତମାସ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କର ଏମ୍‌ଡି ତଥା ସିଇଓ କେ. ସତ୍ୟନାରାୟଣ ରାଜୁଙ୍କ ସମେତ ଚାରି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଥିଲା। ଏଥିରେ ସାରା ଦେଶରୁ ବ୍ୟାଙ୍କର ପ୍ରାୟ ୨୫୦ ଜଣ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

Advertisment

700 leaders: କଂଗ୍ରେସ ରାଲିରେ ଯୋଗଦେଲେ ଓଡ଼ିଶାର ୭୦୦ ନେତା

Horoscope 2025 December 15: ଜାଣନ୍ତୁ ଆଜିର ରାଶିଫଳ

 ଏଥିସହିତ କାନାରା ବ୍ୟାଙ୍କ ତାହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅଧୀନରେ ଶ୍ରୀମନ୍ଦିର ପ୍ରଶାସନକୁ ଏଲ୍‌ଇଡି ଡିସ୍‌ପ୍ଲେ ବୋର୍ଡ ଆଜି ପ୍ରଦାନ କରିଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଏମ୍‌ଡି ତଥା ସିଇଓ କେ. ସତ୍ୟନାରାୟଣ ରାଜୁଙ୍କ ଠାରୁ ଶ୍ରୀମନ୍ଦିର ପ୍ରଶାସନ ଓଏସ୍‌ଡି ହେମନ୍ତ ପାଢ଼ୀ, ଉନ୍ନୟନ ଅଧିକାରୀ (ନୀତି) ରଞ୍ଜନ କୁମାର ବେହେରା ଏହାକୁ ଗ୍ରହଣ କରିବା ସହ କାନାରା ବ୍ୟାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏଲ୍‌ଇଡି ଡିସ୍‌ପ୍ଲେ ବୋର୍ଡ ଦୈନନ୍ଦିନ ନୀତିକାନ୍ତିର ସୂଚୀ, ପର୍ବ ବିବରଣୀ, ଭକ୍ତି ବାର୍ତ୍ତା ଓ ଅନ୍ୟାନ୍ୟ ଜରୁରୀ ଘୋଷଣା ପ୍ରଦାନ କରିବ। ଏହା ଭକ୍ତ ଓ ତୀର୍ଥଯାତ୍ରୀଙ୍କ ପାଇଁ ସହାୟକ ହେବ। ସମାବେଶକୁ ସମ୍ବୋଧିତ କରି ଶ୍ରୀ ରାଜୁ କାନାରା ବ୍ୟାଙ୍କର ଦୃଢ଼ ପ୍ରଦର୍ଶନ ଏବଂ ଓଡ଼ିଶାର ୩୦ ଜିଲ୍ଲାରେ ଏହାର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ରାଜ୍ୟର ବିକାଶରେ କାନାରା ବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କହିଥିଲେ।