ନୂଆଦିଲ୍ଲୀ: ଭୋଟ ଚୋରି ପ୍ରସଙ୍ଗରେ କଂଗ୍ରେସ ଦଳ ଆଜି ଦିଲ୍ଲୀର ରାମଲୀଳା ମଇଦାନରେ ଏକ ବିଶାଳ ରାଲି କରିଛି। ଏଥିରେ ଓଡ଼ିଶାର ପିସିସି ସଭାପତି ଭକ୍ତ ଦାସଙ୍କ ସମେତ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ରାମଚନ୍ଦ୍ର ଖୁଣ୍ଟିଆଙ୍କ ସହ ପ୍ରାୟ ୭୦୦ କଂଗ୍ରେସ ନେତା ଯୋଗଦେଇଥିଲେ। ଓଡ଼ିଶା କଂଗ୍ରେସ ନେତାମାନେ ରାଲିରେ ନୂଆଦିଲ୍ଲୀର କନଟ୍‌ ପ୍ଲେସ ନିକଟସ୍ଥ ବାରାଖମ୍ବା ଆଭେନ୍ୟୁ(ହୋଟେଲ ଲଳିତ) ଠାରୁ ଲାଲକିଲ୍ଲା ମୈଦାନ ପର୍ଯ୍ୟନ୍ତ  ଯାଇଥିଲେ।

Advertisment

Gender: ଭାଙ୍ଗୁଛି ଲିଙ୍ଗଭିତ୍ତିକ ପେସାର ଧାରଣା

Messi event organizer: ମେସି କାର୍ଯ୍ୟକ୍ରମର ଆୟୋଜକଙ୍କୁ ମିଳିଲାନି ଜାମିନ: ୧୪ଦିନିଆ ପୁଲିସ ହେପାଜତକୁ ଗଲେ

ଏହି ପରିପ୍ରେକ୍ଷୀରେ ଭକ୍ତ ଦାସ ‘ସମ୍ବାଦ’କୁ କହିଛନ୍ତି, କେନ୍ଦ୍ରର ବିଜେପି ସରକାର ନିଜ ନିୟନ୍ତ୍ରଣରେ ନିର୍ବାଚନ କମିସନ ଓ ଗଣତନ୍ତ୍ରକୁ ପରିଚାଳନା କରିବାକୁ ଉଦ୍ୟମ ଜାରି ରଖିଛି। ଗଣତନ୍ତ୍ରରେ ବିରୋଧୀ ଦଳକୁ ସମ୍ମାନ କିପରି କରାଯାଏ ସେ ମୂଲ୍ୟବୋଧକୁ ମଧ୍ୟ ବିଜେପି ବଳି ପକାଇବାକୁ ପଛାଉନାହିଁ। ବିଜେପି ସରକାର ସାମାନ୍ୟତମ ଗଣତାନ୍ତ୍ରିକ ମୂଲ୍ୟବୋଧ ରଖିବା ଦରକାର। ଗଣତନ୍ତ୍ରରେ ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନକୁ ସରକାର ଗ୍ରହଣ କରିବା ଦରକାର। ଆଜି କଂଗ୍ରେସ ଏହି ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ବିରୋଧୀ ଦଳର କର୍ତ୍ତବ୍ୟ ପାଳନ କରିବା ସହିତ ଜନସାଧାରଣଙ୍କୁ ଭୋଟ ଚୋରି ପ୍ରସଙ୍ଗରେ ଅବଗତ କରାଇଛି। ଦିଲ୍ଲୀର ପ୍ରଦୂଷଣ ନାଁରେ ବିଜେପି ସରକାର ଯେପରି ଆମ ରାଲିକୁ ନିୟନ୍ତ୍ରଣ କଲା ତାହାକୁ ଗ୍ରହଣ କରାଯିବ ନାହିଁ। ମହାମାରୀ କୋଭିଡ୍‌ ସମୟରେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁତ ରାଲି କରିଛନ୍ତି। ସେସବୁ ବିଜେପି ବନ୍ଦ କରିଥିଲା କି? ତାର ହିସାବ ବିଜେପି ଦେଉ। ସେହିଭଳି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଡାକରାରେ ଯେପରି ଆଜିର ରାଲିରେ ଦେଶର କୋଣ ଅନୁକୋଣରୁ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଛନ୍ତି ତାହା ବିଜେପି ପାଇଁ ଏକ ଶକ୍ତ ଆହ୍ବାନ ହୋଇ ଆଗାମୀ ଦିନରେ ଉଭା ହେବ। ବିଜେପିର ଭୋଟ ଚୋରିକୁ କଂଗ୍ରେସ ଆଜି ପ୍ରମାଣ କରିଦେଇଛି ଏବଂ ଏହାକୁ ନେଇ ପ୍ରବଳ ଜନମତ ସୃଷ୍ଟି ହୋଇଛି ବୋଲି ଶ୍ରୀ ଜେନା କହିଛନ୍ତି। ସେହିପରି କଂଗ୍ରେସର ଯୁବନେତା ମାନସ ରଞ୍ଜନ କର କହିଛନ୍ତି, ଗଣତନ୍ତ୍ରକୁ ସୁଦୃଢ କରିବାକୁ ଏବଂ ବିଜେପିର ମନମୁଖୀ ଶାସନ ବ୍ୟବସ୍ଥା ହଟାଇବାକୁ ଆଜିର ଏହି ବିଶାଳ ରାଲି ଆଗାମୀ ଦିନରେ ପ୍ରତ୍ୟକ ଲୋକଙ୍କ ଘରୁ ନେଇ ଭୋଟ ବୁଥରେ ପହଞ୍ଚିବ। କଂଗ୍ରେସ କର୍ମୀ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୋଇ ବିଜେପିର ଭୋଟ ଚୋରିକୁ ଦୃଢ଼ ଭାବେ ଧରିବେ ବୋଲି ସେ କହିଛନ୍ତି।