ବଜେଟ୍‌ରେ ରେକର୍ଡ ୧୨.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଘୋଷଣା କରାଯାଇଛି ଯାହା ୨୦୨୫-୨୬ ଆର୍ଥିକ ବର୍ଷରେ ଆବଣ୍ଟନ କରାଯାଇଥିବା ୧୧.୨ ଲକ୍ଷ କୋଟି ଟଙ୍କାଠାରୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଅଧିକ। ସ୍ଥାୟୀ ସମ୍ପତ୍ତି ସୃଷ୍ଟିରେ ବିନିଯୋଗ କରାଯାଉଥିବା ପାଣ୍ଠିକୁ ପୁଞ୍ଜି ବ୍ୟୟ କୁହାଯାଏ। ସାର୍ବଜନୀନ ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ସରକାର ଅତୀତରେ ଇନ୍‌ଭିଟ୍‌ସ, ଆର୍‌ଇଆଇଟି, ଏନ୍‌ଆଇଆଇଏଫ୍‌ ଓ ଏନ୍‌ଏବିଏଫ୍‌ଆଇଡି ଭଳି ପଦକ୍ଷେପ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ରିଅଲ୍‌ ଇ‌ଷ୍ଟେଟ୍‌ ସମ୍ପତ୍ତିର ରିସାଇକ୍ଲିଂ କରିବା ପାଇଁ ୨୦୨୬-୨୭ ବଜେଟ୍‌ରେ ଉତ୍ସର୍ଗୀକୃତ ରିଅଲ ଇଷ୍ଟେଟ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଟ୍ରଷ୍ଟ୍‌ (ଆର୍‌ଇଆଇଟି) ସ୍ଥାପନ କରିବା ଲାଗି ଘୋଷଣା କରାଯାଇଛି। ଭିତ୍ତିଭୂମି ବିକାଶ ଓ ନିର୍ମାଣ କାର୍ଯ୍ୟ ବେଳେ ଘରୋଇ ଡେଭଲପର୍‌ମାନଙ୍କ ବିଶ୍ବାସ ବଢ଼ାଇବା ପାଇଁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଭିତ୍ତିଭୂମି ବିପଦ ଗ୍ୟାରେଣ୍ଟି ପାଣ୍ଠି ସ୍ଥାପନ କରିବାକୁ ଘୋଷଣା କରିଛନ୍ତି। ପରିବେଶ ଅନୁକୂଳ ମାଲ ପରିବହନକୁ ସକ୍ଷମ କରିବା ପାଇଁ ବଜେଟ୍‌ରେ ପୂର୍ବର ଡାନକୁନିରୁ ପଶ୍ଚିମର ସୁରଟ ପର୍ଯ୍ୟନ୍ତ ଉତ୍ସର୍ଗୀକୃତ ଫ୍ରେଟ୍‌ କରିଡର୍‌ ନିର୍ମାଣ କରାଯିବ।

Advertisment

The stock: ଦୋହଲିଗଲା ଷ୍ଟକ୍‌ ବଜାର

ସେହିପରି ଆସନ୍ତା ୫ ବର୍ଷରେ ୨୦ଟି ନୂଆ ଜାତୀୟ ଜଳପଥ କାର୍ଯ୍ୟକ୍ଷମ କରାଯିବ ବୋଲି ବଜେଟ୍‌ରେ ଘୋଷଣା କରାଯାଇଛି। ଓଡ଼ିଶାରେ କାର୍ଯ୍ୟକ୍ଷମ ହେବାକୁ ଥିବା ଜାତୀୟ ଜଳପଥ-୫ ଦ୍ବାରା ତାଳଚେର, ଅନୁଗୁଳ ଭଳି ଖଣିଜବହୁଳ ଅଞ୍ଚଳ, କଳିଙ୍ଗନଗର ଭଳି ଶିଳ୍ପକେନ୍ଦ୍ର ସହ ପାରାଦୀପ ଓ ଧାମରା ବନ୍ଦର ଉପକୃତ ହେବେ। ଅନ୍ତର୍ଦେଶୀୟ ଜଳପଥ ଓ ଉପକୂଳ ଜାହାଜ ପରିବହନର ଭାଗ ବର୍ତ୍ତମାନର ୬%ରୁ ବଢ଼ି ୨୦୪୭ ସୁଦ୍ଧା ୧୨% ହୋଇଯିବ। ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କୋଷ୍ଟାଲ କାର୍ଗୋ ପ୍ର‌ମୋସନ ସ୍କିମ୍‌ ମଧ୍ୟ ଘୋଷଣା କରିଛନ୍ତି। ଜଳପଥ କ୍ଷେତ୍ରର ଦକ୍ଷ ମାନବ ସମ୍ବଳ ଆବଶ୍ୟକତା ପୂରଣ କରିବାକୁ ଆଞ୍ଚଳିକ ଉତ୍କର୍ଷ ତାଲିମ କେନ୍ଦ୍ର ସ୍ଥାପନ କରାଯିବ। ବାରାଣସୀ ଓ ପାଟନାରେ ଜାହାଜ ମରାମତି କାରଖାନା ନିର୍ମାଣ କରାଯିବ।

ରବିବାର ଦିନ ପ୍ରଥମ ବଜେଟ୍‌: ସ୍ବାଧୀନ ଭାରତ ଇତିହାସରେ ପ୍ରଥମ

 
ମୁମ୍ବାଇ-ପୁଣେ, ପୁଣେ-ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁରୁ, ହାଇଦ୍ରାବାଦ-ଚେନ୍ନାଇ, ଚେନ୍ନାଇ-ବେଙ୍ଗାଲୁରୁ, ଦିଲ୍ଲୀ-ବାରାଣସୀ ଓ ବାରାଣସୀ-ସିଲିଗୁଡ଼ିରେ ସାତଟି ହାଇସ୍ପିଡ୍ ରେଳ କରିଡର୍‌ ବିକାଶ କରାଯିବ। ଅର୍ଥମନ୍ତ୍ରୀ ଏକ ସିପ୍ଲେ ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂ ସ୍କିମ୍‌ ଘୋଷଣା କରିଛନ୍ତି। କାର୍ବନ ସଂଗ୍ରହ ଉପଯୋଗ ଓ ସଂରକ୍ଷଣ ପାଇଁ ଆସନ୍ତା ୫ ବର୍ଷରେ ୨୦ ହଜାର କୋଟି ଟଙ୍କା ଦେବାକୁ ଘୋଷଣା କରାଯାଇଛି। ଦେଶର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହର ଏବଂ ମନ୍ଦିରମାଳିନୀ ସହରଗୁଡ଼ିକର ଭିତ୍ତିଭୂମି, ସୁବିଧାସୁଯୋଗର ବିକାଶ ପାଇଁ ‘ସହର ଅର୍ଥନୈତିକ ଅଞ୍ଚଳ’ ଘୋଷଣା କରାଯାଇଛି। ସେଥିପାଇଁ ଆସନ୍ତା ୫ ବର୍ଷରେ ୫୦୦୦ କୋଟି ଟଙ୍କା ପ୍ରଦାନ କରାଯିବ।