Home Loan: ହୋମ୍‌ ଲୋନ୍‌ରେ ବି ଦେବାକୁ ପଡ଼େ ଚାର୍ଜ... ଜାଣନ୍ତି କି?

Advertisment

ନିଜ ଟଙ୍କାରେ ଘରଟିଏ କରିବାକୁ ସମସ୍ତଙ୍କର ସ୍ବପ୍ନ ଥାଏ! ହେଲେ ଅନେକ ସମୟରେ ଟଙ୍କା ଅଭାବ ଯୋଗୁଁ ଆମେ ଆମ ସ୍ୱପ୍ନକୁ ସ୍ଥଗିତ ରଖିଥାଉ କିମ୍ବା ଗୃହଋଣ ପାଇଁ ଯୋଜନା କରିଥାଉ। ଏହା ବେଶ୍‌ ଉପଯୋଗୀ।

ନିଜ ଟଙ୍କାରେ ଘରଟିଏ କରିବାକୁ ସମସ୍ତଙ୍କର ସ୍ବପ୍ନ ଥାଏ! ହେଲେ ଅନେକ ସମୟରେ ଟଙ୍କା ଅଭାବ ଯୋଗୁଁ ଆମେ ଆମ ସ୍ୱପ୍ନକୁ ସ୍ଥଗିତ ରଖିଥାଉ କିମ୍ବା ଗୃହଋଣ ପାଇଁ ଯୋଜନା କରିଥାଉ। ଏହା ବେଶ୍‌ ଉପଯୋଗୀ।

Untitled-22 copy

Photograph: (sambad.in)

ନିଜ ଅର୍ଥରେ ଘରଟିଏ କରିବାକୁ କାହାର ବା ସ୍ବପ୍ନ ନଥାଏ! ଯଦିଓ ନିଜର ଏହି ସ୍ୱପ୍ନକୁ ପୂରଣ ପାଇଁ ଟଙ୍କା ସଞ୍ଚୟ କରୁ, କିନ୍ତୁ ଅନେକ ସମୟରେ ଟଙ୍କା ଅଭାବ ଯୋଗୁଁ ଆମେ ଆମ ସ୍ୱପ୍ନକୁ ସ୍ଥଗିତ ରଖିଥାଉ କିମ୍ବା ଗୃହଋଣ ପାଇଁ ଯୋଜନା କରିଥାଉ। ଏହା ବେଶ୍‌ ଉପଯୋଗୀ ମଧ୍ୟ। ତେବେ ଗୃହଋଣ ସାହାଯ୍ୟରେ ଆମ ସ୍ୱପ୍ନ ପୂରଣ କରିବା ଯେତିକି ଜରୁରି, ଏହାକୁ ସମୟ ମଧ୍ୟରେ ପରିଶୋଧ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ ଗୃହଋଣ ନେବାକୁ ଭାବୁଛନ୍ତି, ତେବେ ନିୟମ ଓ ସର୍ତ୍ତାବଳୀ ବ୍ୟତୀତ, ଋଣ ନେବା ସମୟରେ ଆପଣଙ୍କୁ କେଉଁ ଚାର୍ଜଗୁଡ଼ିକ ଦେବାକୁ ପଡ଼ିବ ତାହା ଜାଣିବା ବି ଆବଶ୍ୟକ।

କେଉଁ ଚାର୍ଜ ଦେବାକୁ ପଡ଼ିବ:

ଆପ୍ଲିକେସନ୍‌ ଚାର୍ଜ:

ଯେତେବେଳେ ଆପଣ ଋଣ ପାଇଁ ଆବେଦନ କରିବେ ସେତେବେଳେ ଆପଣଙ୍କୁ ଏହି ଚାର୍ଜ ଦେବାକୁ ପଡ଼ିବ। ଯଦି ଆପଣ ଋଣ ପାଉନାହାନ୍ତି, ‌େତବେ ମଧ୍ୟ ଏହି ଶୁଳ୍କ ଫେରସ୍ତଯୋଗ୍ୟ ନୁହେଁ। ସେଥିପାଇଁ ଆର୍ଥିକ ପରାମର୍ଶଦାତାମାନେ ପରାମର୍ଶ ଦିଅନ୍ତି ଯେ ଆବେଦନ କରିବା ପୂର୍ବରୁ, ଆପଣ କେଉଁ ବ୍ୟାଙ୍କ୍‌ କିମ୍ବା ଆର୍ଥିକ ସଂସ୍ଥାରୁ ଋଣ ନେବାକୁ ଚାହୁଛନ୍ତି ତାହା ପ୍ରଥମେ ନିଶ୍ଚିତ କରିବା ଉଚିତ।

ବନ୍ଧକ ଚୁକ୍ତିନାମା ଶୁଳ୍କ:

ଗୃହଋଣ ବାଛିବା ବେଳେ ମର୍ଟଗେଜ୍‌ ଡିଡ୍‌ ଚାର୍ଜ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହା ଗୃହଋଣର ପ୍ରତିଶତ ଆଧାରରେ ନିଆଯାଏ। ତଥାପି, ଅନେକ ବ୍ୟାଙ୍କ୍‌ ଓ ଏନ୍‌ବିଏଫ୍‌ସି ଏହି ଶୁଳ୍କ ଛାଡ଼ କରନ୍ତି।

ଲିଗାଲ୍‌ ଫିସ୍‌:

ଋଣଧାରୀ ଆବେଦନ କରିବା ପରେ, ବ୍ୟାଙ୍କ୍‌ କିମ୍ବା ଅନୁଷ୍ଠାନ ଜଣେ ଓକିଲଙ୍କୁ ନିଯୁକ୍ତ କରନ୍ତି। ଓକିଲ ଋଣଗ୍ରହୀତାଙ୍କ ସମ୍ପତ୍ତି ଓ ଆଇନଗତ ସ୍ଥିତିର ଯାଞ୍ଚ କରନ୍ତି। ଏଥିପାଇଁ ଓକିଲଙ୍କ ଫିସ୍‌ ଗ୍ରାହକ ନିଜେ ପ୍ରଦାନ କରନ୍ତି। ଯଦି ଆପଣ ଆଇନଗତ ଫି’ ସଞ୍ଚୟ କରିବାକୁ ଚାହାନ୍ତି, ତେବେ ଆପଣଙ୍କ ପୂର୍ବରୁ ଜାଣିବା ଉଚିତ ଯେ ଆପଣ ଯେଉଁ ପ୍ରକଳ୍ପରେ ନିବେଶ କରୁଛନ୍ତି ତାହା କୌଣସି ବ୍ୟାଙ୍କ୍‌ କିମ୍ବା ଆର୍ଥିକ ସଂସ୍ଥାଠୁ ଅନୁମୋଦନ ପାଇଛି କି ନାହିଁ।

ଆହୁରି ପଢ଼ନ୍ତୁ- Puja Pattnaik: ସଂଗୀତ ପୂଜାରେ ପୂଜା... ସାଉଁଟୁଛନ୍ତି ଲୋକପ୍ରିୟତା...

ପ୍ରିପେମେଣ୍ଟ ଚାର୍ଜ:

କେବେକେବେ ଆମେ ଧାର୍ଯ୍ୟ ସମୟ ପୂର୍ବରୁ ଋଣ ପରିଶୋଧ କରିବା ପାଇଁ, ଋଣର ଏକ ଅଂଶ ପୈଠ କରିଥାଉ। ଏହାକୁ ପ୍ରିପେମେଣ୍ଟ କୁହାଯାଏ। ଏହି ପରିସ୍ଥିତିରେ, ବ୍ୟାଙ୍କ୍‌ ଏହାର ଖର୍ଚ୍ଚ ଓ ସୁଧହାର କ୍ଷତି ଭରଣା କରିବା ପାଇଁ ପ୍ରିପେମେଣ୍ଟ ଚାର୍ଜ କିମ୍ବା ଜରିମାନା ଆଦାୟ କରେ। ସମସ୍ତ ବ୍ୟାଙ୍କ୍‌ ଓ ଆର୍ଥିକ ପ୍ରତିଷ୍ଠାନରେ ଏହି ଦେୟ ଭିନ୍ନ। ତା’ଛଡ଼ା, ଏହା ଋଣର ପ୍ରକାର ଉପରେ ମଧ୍ୟ ନିର୍ଭର କରେ।

କମିଟ୍‌ମେଣ୍ଟ ଫିସ୍‌:

ଅନେକ ବ୍ୟାଙ୍କ୍‌ ଗ୍ରାହକଙ୍କଠାରୁ ପ୍ରତିଶ୍ରୁତି ଶୁଳ୍କ(କମିଟ୍‌ମେଣ୍ଟ ଫିସ୍‌) ଆଦାୟ କରନ୍ତି। ଯେତେବେଳେ ଗ୍ରାହକ ନିର୍ଦ୍ଧାରିତ ସମୟ ମଧ୍ୟରେ ଋଣ ପରିଶୋଧ କରନ୍ତି ନାହିଁ, ସେତେବେଳେ ଏହି ଶୁଳ୍କ ଆଦାୟ କରାଯାଏ। ସାଧାରଣତଃ, ଏହି ଦେୟ ପ୍ରଦାନ କରାଯାଇନଥିବା ଋଣ (Undisbursed Loan) ଉପରେ ନିଆଯାଏ।

ଆହୁରି ପଢ଼ନ୍ତୁ- Mexico Train Tragedy: ମେକ୍ସିକୋରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ଚାଲିଗଲା ୧୩ ଜଣଙ୍କ ଜୀବନ, ବଢିପାରେ ମୃତ୍ୟୁ ସଂଖ୍ୟା...

ଋଣ ନେବାବେଳେ ଧ୍ୟାନ ଦିଅନ୍ତୁ:

-ଋଣ ଲାଗି ଆବେଦନ କରିବା ପୂର୍ବରୁ, ଆପଣଙ୍କୁ ବିଭିନ୍ନ ବ୍ୟାଙ୍କ୍‌ କିମ୍ବା ଆର୍ଥିକ ପ୍ରତିଷ୍ଠାନର ସୁଧହାର ଓ ଆର୍ଥିକ ସୁବିଧାଗୁଡ଼ିକୁ ତୁଳନା କରିବା ଉଚିତ
-ଆପଣଙ୍କ ବଜେଟ୍‌ ଅନୁସାରେ ଋଣ ନେବା ଦରକାର। ଅଧିକ ପରିମାଣର ଋଣ ନେଲେ, ଆପଣଙ୍କୁ ପରିଶୋଧ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।
-ଋଣ ପାଇଁ ଆବେଦନ କରିବା ପୂର୍ବରୁ ସୁଧହାର ଓ ସଞ୍ଚୟ ଇତ୍ୟାଦି ହିସାବ କରି ନିଅନ୍ତୁ। ଏପରି ‌ନହେଉ କି, ଋଣ ଯୋଗୁଁ ଆପଣ ଆର୍ଥିକ ସମସ୍ୟାର ସାମ୍ନା କରନ୍ତୁ।
-ଋଣ ଚୁକ୍ତିନାମା ସ୍ୱାକ୍ଷର କରିବା ପୂର୍ବରୁ ଋଣର ନିୟମ ଓ ସର୍ତ୍ତାବଳୀକୁ ଭଲଭାବେ ପଢ଼ନ୍ତୁ। ଯଦି ଆପଣ କୌଣସି ନିୟମ ବୁଝିପାରୁନାହାନ୍ତି କିମ୍ବା କୌଣସି ସର୍ତ୍ତ ପରିବର୍ତ୍ତନ କରିବାକୁ ଚାହୁଛନ୍ତି, ତେବେ ଆପଣ ତାହା କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe