ATM Withdrawal Limits: ଏଟିଏମ୍‌ ଟଙ୍କା ଉଠାଣ ଅବଧି ପରେ କେତେ ଅଧିକ ଗଣିବେ ଟଙ୍କା ?

ଏଟିଏମ୍‌ରୁ ନିର୍ଦ୍ଧାରିତ ମାସିକ ମାଗଣା ଟଙ୍କା ଉଠାଣ ସୀମା ଟପିଲେ ବ୍ୟାଙ୍କ୍‌ ଅତିରିକ୍ତ ଶୁଳ୍କ କା‌ଟିଥାଏ। ପ୍ରତ୍ୟେକ ଅତିରିକ୍ତ କାରବାର ପାଇଁ ବିଭିନ୍ନ ବ୍ୟାଙ୍କ ଭିନ୍ନ ଚାର୍ଜ ଲଗାନ୍ତି। ତେଣୁ ନିଜ ବ୍ୟାଙ୍କର ନିୟମ ଯାଞ୍ଚ କରି ଏଟିଏମ୍‌ ଟଙ୍କା ଉଠାଣ ଯୋଜନା କରିବା ଜରୁରି।

Untitled-35

ନୂଆଦିଲ୍ଲୀ: ଟଙ୍କା ଉଠାଣ ପାଇଁ ଆଗରୁ ଲୋକମାନେ ବ୍ୟାଙ୍କ ଆଗରେ ଲମ୍ବା ଧାଡ଼ି ବାନ୍ଧି ଛିଡ଼ା ହେଉଥିବାର ଚିତ୍ର ବେଶ୍‌ ପୁରୁଣା ହୋଇଗଲାଣି। ଯଦିଓ କିଛି ଗ୍ରାମାଞ୍ଚଳ ତଥା ପୁରୁଣାକାଳିଆ ଲୋକ ଏବେ ବି ଟଙ୍କା ଉଠେଇବା ପାଇଁ ବ୍ୟାଙ୍କ ଯାଉଛନ୍ତି, କିନ୍ତୁ ଅଧିକାଂଶ ଲୋକ ଏଟିଏମ୍‌ ଏବଂ ଏବେର ଯୁବପିଢ଼ି ଅନ୍‌ଲାଇନ୍‌ କାରବାର, ମୋବାଇଲ୍‌ ବ୍ୟାଙ୍କିଂ ଉପରେ ଅଧିକ ନିର୍ଭରଶୀଳ। କିନ୍ତୁ ଆଜି ଆମେ ଜାଣିବା ଏଟିଏମ୍‌ରୁ ଟଙ୍କା ଉଠାଣ ଅବଧି ପରେ ଆଉ କେତେ ଅଧିକ ଟଙ୍କା ଗଣିବାକୁ ପଡ଼େ କିମ୍ବା କେତେ ଟଙ୍କା ଲିମିଟ୍‌ ପର୍ଯ୍ୟନ୍ତ ଏଟିଏମ୍‌ରୁ ଟଙ୍କା କାଢ଼ିହେବ।

ଆହୁରି ପଢନ୍ତୁ- Dharmendra's last video: ମୃତ୍ୟୁକୁ ନେଇ ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି ଧର୍ମେନ୍ଦ୍ର...

କେତ‌େ ଲାଗିବ ଚାର୍ଜ?

କନଫେଡେରେସନ୍‌ ଅଫ୍‌ ଏଟିଏମ୍‌ ଇଣ୍ଡଷ୍ଟ୍ରି (ସିଏଟିଏମ୍‌ଆଇ) ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଆରବିଆଇ) ଓ ନ୍ୟାସ୍‌ନାଲ୍‌ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ)କୁ ଇଣ୍ଟର୍‌ଚେଞ୍ଜ ଫି’ ବୃଦ୍ଧି କରିବାକୁ ଅନୁରୋଧ କରିବା ପରେ ଆର୍‌ବିଆଇ ନୂଆ ନିୟମାବଳୀ ଜାରି କରିଥିଲା। ଏଥିରେ ଉଲ୍ଲେଖ ଥିଲା କି, ଗ୍ରାହକ ଦିନକୁୁ ସର୍ବାଧିକ ୫ ଥର ଏଟିଏମ୍‌ରୁ ଟଙ୍କା ଉଠାଇ ପାରିବେ ଏବଂ ଏଥିପ‌ାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। କିନ୍ତୁ ୫ଥରରୁ ଅଧିକ ହେଲେ ପ୍ରତି ଟ୍ରାଞ୍ଜାକ୍‌ସନ୍‌ରେ ୨୧ ଟଙ୍କା ଗଣିବାକୁ ପଡ଼ିବ। ଯଦିଓ ବିଭିନ୍ନ ବ୍ୟାଙ୍କ ନିଜର ଏଟିଏମ୍‌ ଚାର୍ଜ ଅଲଗା ରଖିଥାନ୍ତି। ୨୦୧୫-୧୬ ମସିହାରେ ଏହାର ମୂଲ୍ୟ ଥିଲା ୧୫ରୁ ୧୭ ଟଙ୍କା ଥିଲା। ଭାରତର ପ୍ରତ୍ୟେକ ବ୍ୟାଙ୍କ୍‌ ପାଇଁ ସର୍ବାଧିକ ନଗଦ ପ୍ରତ୍ୟାହାର ସୀମା ଭିନ୍ନ ଅଟେ। ଅବଶ୍ୟ, ନିର୍ଦ୍ଦିଷ୍ଟ ବ୍ୟାଙ୍କ୍‌ଗୁଡ଼ିକ ସର୍ବାଧିକ ୧୦,୦୦୦ ଟଙ୍କାରୁ ଆରମ୍ଭ କରି ପ୍ରିମିୟମ୍‌ କ୍ଲାଏଣ୍ଟଙ୍କ ପାଇଁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦୈନିକ ଟଙ୍କା ପ୍ରତ୍ୟାହାର ସୀମା ପ୍ରତିବନ୍ଧକ ଜାରି କରିଥାନ୍ତି। ତେବେ କିଛି ବ୍ୟାଙ୍କ ଖାସ୍‌ କରି ମେଟ୍ରୋ ସହରରେ ବ୍ୟାଙ୍କ୍‌ଗୁଡ଼ିକ ୫ଥର ଟଙ୍କା ଉଠାଣ ସୀମା ରଖୁଥିବା ‌ବେଳେ କିଛି ବ୍ୟାଙ୍କ୍‌ ତିନିଥର ରଖିଛନ୍ତି। 

ଆହୁରି ପଢନ୍ତୁ- Bihar: ନରେନ୍ଦ୍ର ନାରାୟଣ ଯାଦବ ବିହାର ବିଧାନସଭାରେ ପ୍ରୋଟେମ ସ୍ପିକର

ଆପଣ ଆପଣଙ୍କର ଏଟିଏମ୍‌ ୱିଥ୍‌ଡ୍ରାଲ୍‌ ଲିମିିଟ୍‌ ବଢ଼ାଇ ପାରିବେ କି?

ହଁ ଆପଣ ଚାହିଲେ ଏହି ପ୍ରକାରେ ପାରିବେ:

-ସବୁଠାରୁ ସୁବିଧା ବାଟ ହେଉଛି, ଆପଣ ଆପଣଙ୍କ ବ୍ୟାଙ୍କ୍‌କୁ ଫୋନ୍‌ କରି ଲିମିଟ୍‌ ବଢ଼ାଇବା ପାଇଁ କହିପାରିବେ।
- ଆପଣଙ୍କ ବ୍ୟାଙ୍କ ଅସ୍ଥାୟୀ କିମ୍ବା ସ୍ଥାୟୀ ଭାବେ ଆପଣଙ୍କ ଏଟିଏମ୍‌ ନଗଦ ପ୍ରତ୍ୟାହାର ସୀମା ବଢ଼ାଇବାକୁ ଇଚ୍ଛୁକ ହୋଇପାରେ।
- ଏଥିପାଇଁ ବ୍ୟାଙ୍କ ସହିତ ଥିବା ଆପଣଙ୍କ ସଂପର୍କ, ଆପଣଙ୍କ ପାଖରେ ଉପଲବ୍ଧ ଥିବା ଆକାଉଣ୍ଟ୍‌ର ପ୍ରକାର, ଆକାଉଣ୍ଟ୍‌ ହିଷ୍ଟ୍ରି ଓ ଅନୁରୋଧ କରୁଥିବା ବୃଦ୍ଧିର ଅବଧି ଉପରେ ବ୍ୟାଙ୍କ୍‌ର ନିଷ୍ପତ୍ତି ନିର୍ଭର କରେ। 
- ଯଦି କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଯେପରିକି କୌଣସି ବଡ଼ ଜିନିଷ କ୍ରୟ କିମ୍ବା ଛୁଟି ପ‌ାଇଁ ଆପଣ ଅବଧି ବୃଦ୍ଧି ଚାହାନ୍ତି ତେବେ ବ୍ୟାଙ୍କ ସୀମିତ ସମୟ ପାଇଁ ଏହାକୁ ଅନୁମୋଦନ କରିପାରେ।
- ଯଦି ଆପଣ ସ୍ଥାୟୀ ସୀମା ବୃଦ୍ଧି ପାଇଁ ଇଚ୍ଛୁକ, ତେବେ ବ୍ୟାଙ୍କ୍‌ କାହିଁକି ଏଥିରେ ରାଜି ହେବ ବୋଲି ଏକ ଦୃଢ଼ ସତ୍ୟପାଠ ଦେବାକୁ ହେବ।
- ସୁରକ୍ଷା କାରଣରୁ ବ୍ୟାଙ୍କ୍‌ଗୁଡ଼ିକର ପ୍ରତ୍ୟାହାର ସୀମା ଅଛି। ତେଣୁ ଯଦି ଆପଣ ଅଧିକ ଅବଧି ପାଆନ୍ତି, ତେବେ କୌଣସି ଅନଧିକୃତ ଆକ୍ସେସ୍‌ ଦ୍ବାରା କ୍ଷତି ବା ଚୋରି ହେବାକୁ ରୋକିବା ପାଇଁ ସତର୍କ ରହିବ‌ା ତଥା ନିଜ ଡେବିଟ୍ କାର୍ଡକୁ ସୁରକ୍ଷିତ ରଖିବା ଜରୁରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe