କୌଣସି ଗୁରୁତ୍ବପୂର୍ଣ୍ଣ ଦଲିଲ୍‌, ଅଳଙ୍କାର, ଟଙ୍କାପଇସା ଘରେ ରଖିଲେ‌ ଚୋରି ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦେଇହେବନି। ଏଣୁ ଏସବୁ ଦରକାରୀଯୋଗ୍ୟ ଉପଦାନକୁ ସୁରକ୍ଷିତ ରଖିବାକୁ ଏକମାତ୍ର ସ୍ଥାନ ଭାବେ ଲୋକେ ବ୍ୟାଙ୍କ୍‌ କିମ୍ବା ବ୍ୟାଙ୍କ୍‌ ଲକର୍‌କୁ ବାଛୁଛନ୍ତି। ତେବେ ଏ ବ୍ୟାଙ୍କ୍‌ ଲକର୍‌ ଖୋଲିବେ କେମିତି ସେ ବିଷୟରେ ସମ୍ୟକ

Advertisment

 ଜାଣିବା ଆସନ୍ତୁ...


ଲକର୍‌ ପ୍ରାୟ ପ୍ରତ୍ୟେକ ବ୍ୟାଙ୍କ୍‌ ଅଫର୍‌ କରନ୍ତି। କିନ୍ତୁ ବେଳେବେଳେ ଏହା ଉପଲବ୍ଧ ନଥାଏ। ତେବେ ଲକର୍‌ ନେବା ପୂର୍ବରୁ ଆପଣ କିଛି ଜରୁରି କଥା ଉପରେ ଧ୍ୟାନ ଦେବା ଉଚିତ। ପ୍ରଥମେ ଘର ପାଖରେ ଥିବା ବ୍ୟାଙ୍କ୍‌ କିମ୍ବା ଯେଉଁଠାରେ ଆପଣଙ୍କ ଏକ ଆକାଉଣ୍ଟ ଅଛି ସେହି ବ୍ୟାଙ୍କ୍‌କୁ ବାଛନ୍ତୁ। ବ୍ୟାଙ୍କ୍‌ଟି ଉତ୍ତମ ସେବା ଦେଉଛି କି ନାହିଁ ସେ ବିଷୟରେ ସବିଶେଷ ତଥ୍ୟ ହାସଲ କରନ୍ତୁ। ତା’ପରେ ଲକର୍‌ ନିଅନ୍ତୁ। 

ଆହୁରି ପଢନ୍ତୁ : KYC in Instant Personal Loan: ଇନ୍‌ଷ୍ଟାଣ୍ଟ ପର୍ସନାଲ୍‌ ଲୋନ୍‌ରେ କେୱାଇସିର ଭୂମିକା କଣ ?


ଲକର୍‌ ପାଇଁ ଆବଶ୍ୟକୀୟ ଯୋଗ୍ୟତା:

ଅଧିକାଂଶ ବ୍ୟାଙ୍କ୍‌ ଗ୍ରାହକଙ୍କୁ ପ୍ରଥମତଃ ଏକ ସେଭିଂସ୍‌ କିମ୍ବା କରେଣ୍ଟ୍‌ ଆକାଉଣ୍ଟ ଖୋଲିବାକୁ କହିଥା’ନ୍ତି। ଏଥିପାଇଁ ଖାତାଧାରକଙ୍କ ପରିଚୟ ପତ୍ର ଓ ଠିକଣା ପ୍ରମାଣ, ଯେପରିକି ପାନ୍‌ କିମ୍ବା ଆଧାର କାର୍ଡ ଏବଂ ଏକ ରିସେଣ୍ଟ୍‌ ପାସପୋର୍ଟ ସାଇଜ୍‌ର ଫଟୋଗ୍ରାଫ୍‌ ଆବଶ୍ୟକ ହୋଇଥାଏ।


ଲକର୍‌ ଏଗ୍ରିମେଣ୍ଟ୍‌/ ଲକର୍‌ ପାଇଁ ଦରକାରୀ ଚୁକ୍ତି: 

ବ୍ୟାଙ୍କ୍‌ ଏକ ଲକର୍‌ ଏଗ୍ରିମେଣ୍ଟ୍‌ ବା ଚୁକ୍ତି ପ୍ରଦାନ କରେ। ଯାହା ଲକର୍‌ ବ୍ୟବହାରର ସର୍ତ୍ତାବଳୀ ଓ ନିୟମଗୁଡ଼ିକୁ ସୂଚାଇଥାଏ। ଏହି ଚୁକ୍ତିନାମାଟି ଆଇନଗତ ଭାବେ ବାଧ୍ୟତାମୂଳକ ଏବଂ ଏହା ଉଭୟ ପକ୍ଷଙ୍କ ଦ୍ବାରା ଦସ୍ତଖତ ହେବା ଜରୁରି।

ଆହୁରି ପଢନ୍ତୁ : Bank Statement : ​ବ୍ୟାଙ୍କ୍‌ ଷ୍ଟେଟ୍‌ମେଣ୍ଟ୍‌ କ’ଣ? କାହିଁକି ଏହା ଜରୁରୀ ?

ଲକର୍‌ ଆବଣ୍ଟନ:

ଲକର୍‌ଗୁଡ଼ିକ ବିଭିନ୍ନ ଆକାରର ହୋଇଥାଏ। ଲକର୍‌ ଉପଲବ୍ଧ ଥିଲେ ହିଁ ମିଳିଥାଏ ଏବଂ କେତେକ କ୍ଷେତ୍ରରେ ଅପେକ୍ଷା କରିବାକୁ ପଡ଼ିଥାଏ। ଅର୍ଥାତ୍‌ ଏହା ବେ‌େଳବେଳେ ସମୟସାପେକ୍ଷ ହୋଇଥାଏ। ଲକର୍‌ ଥରେ ଦିଆ ହୋଇଗଲେ ଗ୍ରାହକ ଏକ ୟୁନିକ୍‌ କି’  ପାଆନ୍ତି ଏବଂ ବ୍ୟାଙ୍କ୍‌ ନିଜ ପାଖରେ ଏକ ମାଷ୍ଟର କି’ ରଖିଥାଏ।

ସିକ୍ୟୁରିଟି ଡିପୋଜିଟ୍‌:

ବ୍ୟାଙ୍କ୍‌ଗୁଡ଼ିକ ସାଧାରଣତଃ ଏକ ଫେରସ୍ତଯୋଗ୍ୟ ସୁରକ୍ଷା ଜମା ପାଇଁ କହନ୍ତି। ଆକାଉଣ୍ଟଧାରୀଙ୍କୁ ଏହା ଫିକ୍ସ ଡିପୋଜିଟ୍‌ କିମ୍ବା ନଗଦ ଆକାରରେ ଜମା କରିବାକୁ ହୋଇଥାଏ।

ଲକର୍‌ ପାଇଁ ଖର୍ଚ୍ଚ:

ଏକ ଲକର୍‌ ପାଇଁ ଭଡ଼ା ବ୍ୟାଙ୍କ୍‌ ଶାଖାର ଆକାର ଓ ଅବସ୍ଥାନ ଉପରେ ନିର୍ଭର କରେ। ଅନୁମତିପ୍ରାପ୍ତ ସୀମାଠାରୁ ଅଧିକ ଲକର୍‌ ପରିଦର୍ଶନ ପାଇଁ ଅତିରିକ୍ତ ସେବା ଦେୟ ଲାଗୁ ହୋଇଥାଏ।
   ଯଦିଓ ବ୍ୟାଙ୍କ୍‌ ଲକର୍‌ରେ ଅତ୍ୟାବଶ୍ୟକୀୟ ଦସ୍ତାବିଜ୍‌ ରଖିବା ସୁରକ୍ଷିତ, ତଥାପି ଆମେ ଏହାକୁ ଶତ ପ୍ରତିଶତ ବିପଦମୁକ୍ତ ବୋଲି କହିପାରିବା ନାହିଁ। ଅଧିକାଂଶ ବ୍ୟାଙ୍କ ସ୍ପଷ୍ଟ ଭାବରେ ଦର୍ଶାଇଛନ୍ତି ଯେ, ସେମାନେ କୌଣସି ବିପଦପାଇଁ ଦାୟୀ ନୁହନ୍ତି। ତେଣୁ, ମୂଲ୍ୟବାନ୍‌ ବସ୍ତୁଗୁଡ଼ିକର ବୀମା କରାଇନେବା ବୁଦ୍ଧିମାନର କାମ। ସେହିପରି ପରିବାରରେ ଏପରି ଜଣେ ସଦସ୍ୟଙ୍କୁ ବାଛନ୍ତୁ, ଯିଏ ଆକାଉଣ୍ଟ୍‌ଧାରୀଙ୍କ ମୃତ୍ୟୁ ପରେ ବି ଲକର୍‌କୁ ଚଳାଇ ରଖି ପାରିବ।