ଭୁବନେଶ୍ବର: ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ବ୍ୟାଙ୍କ୍ରେ ସେଭିଂସ୍ ଆକାଉଣ୍ଟ ଖୋଲିବାକୁ ହେଲେ ଏକ ନିର୍ଦ୍ଦିଷ୍ଟ ପରିମାଣର ଜମାରାଶି ଖାତାରେ ରଖିବାକୁ ପଡ଼ିବ। ଆକାଉଣ୍ଟ ଖୋଲିସାରିବା ପରେ ପିଲାଙ୍କ ପାଇଁ ଏକ ଲିମିଟ୍ ଯାଏ ଟଙ୍କା ଉଠାଣର ସୁଯୋଗ ମିଳିଥାଏ। ଏହି ଲିମିଟ୍ ବାଦ୍ କୌଣସି ପିଲା ବିନା ଅନୁମତିରେ ଅଧିକ ପରିମାଣର ଟଙ୍କା ଉଠାଣ କରିପାରିବେ ନାହିଁ। ପିଲାଙ୍କ ଆକାଉଣ୍ଟରେ ଉଠାଣ ତଥା ଜମା ପାଇଁ ବ୍ୟାଙ୍କ୍ ପକ୍ଷରୁ ଏଟିଏମ୍ କାର୍ଡ ଜାରି କରାଯାଇଥାଏ। ହେଲେ ଏହାକୁ ସାଧାରଣ ଆକାଉଣ୍ଟ ପରି ମିଳୁଥିବା ସୁବିଧା ଠାରୁ କମ୍ ପରିମାଣର ଅର୍ଥରାଶି କାରବାର କରିହେବ।
ଆହୁରି ପଢ଼ନ୍ତୁ- 'Goda Moda' A Story of Madhusmita Mishra: ମଧୁସ୍ମିତା ମିଶ୍ରଙ୍କ କଲମରୁ ନିସୃତ ଗଳ୍ପ ‘ଗୋଡ଼ ମୋଡ଼ା’
*ଆକାଉଣ୍ଟ ଖୋଲିବା ପାଇଁ କ’ଣ ଆବଶ୍ୟକ?
- ପିଲାମାନଙ୍କ ପାଇଁ ଆକାଉଣ୍ଟ ଖୋଲିବାକୁ ହେଲେ ପ୍ରଥମେ ଅଭିଭାବକଙ୍କ ନାଁରେ ଏକ ସେଭିଂ ଆକାଉଣ୍ଟ ଥିବା ଆବଶ୍ୟକ
- ଖାତାଟି ପିଲାର ନାଁରେ ଖୋଲାହେବ। ପିଲାଙ୍କ ଅଭିଭାବକ ଜଏଣ୍ଟ ହୋଲ୍ଡର୍ ଭାବେ ଖାତାରେ ନାଁ ରହିବ। ଖାତାରେ ପିଲାର ଫଟୋ ସହିତ ଅଭିଭାବକଙ୍କ ଫଟୋ ସଂଲଗ୍ନ କରିବାକୁ ପଡ଼ିବ।
- ପିଲାର ଜନ୍ମ ସାର୍ଟିଫିକେଟ୍କୁ ପ୍ରମାଣ ସ୍ବରୁପ ଦାଖଲ କରିବାକୁ ପଡ଼ିବ। ଏହାସହିତ ଅଭିଭାବକଙ୍କ ଖାତାଧାରକ ସହିତ ସଂପର୍କ କ’ଣ ତାହା ମଧ୍ୟ ପ୍ରମାଣିକ କରିବାକୁ ପଡ଼ିବ।
- ଅଭିଭାବକଙ୍କୁ ସେମାନଙ୍କ ସଂପୂର୍ଣ୍ଣ ତଥ୍ୟାବଳୀ ଯେପରିକି ପ୍ୟାନ୍ କାର୍ଡ ତଥ୍ୟ ଦାଖଲ କରିବାକୁ ପଡ଼ିବ।
- ଅଭିଭାବକ ଭାବେ ଆପଣଙ୍କୁ ସ୍ବତନ୍ତ୍ର ଫର୍ମ ଫିଲ୍ଅପ୍ କରିବାକୁ ପଡ଼ିବ, ଯେଉଁଥିରେ ଆପଣଙ୍କ ଅନ୍ୟାନ୍ୟ ଜରୁରି ସୂଚନା ରହିବା ଆବଶ୍ୟକ।
- ପିଲାର ଆବଶ୍ୟକତା ପାଇଁ ଆପଣଙ୍କ ସଠିକ୍ ଠିକଣା ମଧ୍ୟ ଜମା କରିବାକୁ ପଡ଼ିବ।
- ପରିଶେଷରେ ବ୍ୟାଙ୍କ୍ ଆପଣଙ୍କ ଭବିଷ୍ୟତ କାରବାର ଉପରେ ଭରସା ଆଣିବା ପାଇଁ ଆପଣଙ୍କଠାରୁ ଏକ ଦସ୍ତଖତ ମାଗିବ।
- ଏସବୁ ଯାଞ୍ଚ ଓ ଜମା ପରେ ଆପଣଙ୍କ ଆକାଉଣ୍ଟ ଖୋଲିଯିବ ଏବଂ ବ୍ୟାଙ୍କ୍ ଆପଣଙ୍କୁ ବ୍ୟାଙ୍କ୍ ଖାତାର ସମସ୍ତ ଡକ୍ୟୁମେଣ୍ଟ ପ୍ରଦାନ କରିବ। ଏହାସହିତ ଆପଣଙ୍କୁ ଏକ ଚେକ୍ବୁକ୍ ମଧ୍ୟ ଦେବ।
ଆପଣଙ୍କ ପିଲାଙ୍କୁ ଅର୍ଥଜମା କରିବାର ଅଭ୍ୟାସ କରାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଯାହାକି ତା’ର ଭବିଷ୍ୟତ ପାଇଁ ଲାଭକାରୀ ସାବ୍ୟସ୍ତ ହେବ। ଏଣୁ ଏଥିପାଇଁ ଆପଣଙ୍କୁ ବିିଭିନ୍ନ ପ୍ରକାରର ସେଭିଂସ୍ ଆକାଉଣ୍ଟ ବିଷୟେର ଜାଣିବାକୁ ପଡ଼ିବ କି କେଉଁ ସେଭିଂସ୍ ଆକାଊଣ୍ଟ ଆପଣଙ୍କ ପିଲା ପାଇଁ ଉପଯୋଗୀ ହେବ। ଏହା ହିଁ ଆପଣଙ୍କ ପିଲାର ଭବିଷ୍ୟତ ପାଇଁ ଏକ ପ୍ରକୃଷ୍ଟ ଆରମ୍ଭ।
Follow Us