How to Replace Old Notes?: ପୁରୁଣା ଟଙ୍କା ବଦଳ କରିବେ କେମିତି?

ପୁରୁଣା ଟଙ୍କା ବଦଳ କରିବା ଏବଂ ନୂଆ ଟଙ୍କା ପାଇବା ପାଇଁ ବ୍ୟାଙ୍କ୍‌କୁ ଯିବାକୁ ପଡ଼ିଥାଏ। କିନ୍ତୁ କିଛି ଲୋକ ଏବିଷୟରେ ନଜାଣି ଏହାକୁ ଦୋକାନ କିମ୍ବା ବସ୍ ବା ପେଟ୍ରୋଲ ପମ୍ପରେ ବଦଳ କରିଦିଅନ୍ତି। ସେ ବିଷୟରେ ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ...

indian-currency-old-and-dirty-pc1ublzt9vcb8jvb

Photograph: (internate)

ଆପଣଙ୍କ ପାଖରେ ଚିରାଫଟା କିମ୍ବା ଅଚଳ ଟଙ୍କା ରହିଯାଇଛି କି? କେମିତି ତାକୁ ବଦଳାଇ ନୂଆ ଟଙ୍କା ଆଣିବେ ସେଥିପାଇଁ ଚିନ୍ତାରେ ଅଛନ୍ତି କି? ଯଦିଓ ଏକଥା ଅନେକ ଜାଣିଥା’ନ୍ତି, ତଥାପି କିଛି ଲୋକ ଏବେବି ଏସବୁ ନଜାଣି ପରିବା ଦୋକାନୀ, ବସ୍‌ କିମ୍ବା ‌ତେଲଟାଙ୍କିରେ ଟଙ୍କା ଦେଇ ବଦଳାଇ ନିଅନ୍ତି। ବେ‌େଳ‌େ‌ବଳେ ସେମାନେ ଟଙ୍କା ନ ଫେରେଇ ଅସୁବିଧାରେ ବି ପଡ଼ନ୍ତି। ତେବେ ଆସନ୍ତୁ ଜାଣିବା ଏହି ନୂଅପୁରୁଣା ଟଙ୍କା ବଦଳ ସଂପର୍କରେ...

*କେମିତି ବଦଳାଇବେ?

   ୧୦ଟଙ୍କା ବା ତଦୁର୍ଦ୍ଧ୍ବ ମୂଲ୍ୟର ଯେଉଁ ନୋଟ୍‌ଗୁଡ଼ିକ ମଇଳା କିମ୍ବା ସାମାନ୍ୟ କଟିଯାଇଛି ସେଗୁଡ଼ିକୁ ଆପଣ ଯେକୌଣସି ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କରେ ବଦଳାଇ ପାରିବେ। କିମ୍ବା ‌ଭାରତୀୟ ରିଜର୍ଭ ବ୍ୟାଙ୍କର ଯେକୌଣସି ଶାଖାରେ ବଦଳାଇ ନୂଆ ଟଙ୍କା ନେଇପା‌ରିବେ। ଏଥିପାଇଁ ଆପଣଙ୍କୁ ଫର୍ମ ଫିଲ୍‌ଅପ୍‌ର ଦରକାର ପଡ଼ିନଥାଏ। 
  ଯେଉଁ ‌ନୋଟ୍‌ଗୁଡ଼ିକ ଖଣ୍ଡଖଣ୍ଡ ହୋଇଯାଇଛି କିମ୍ବା ନୋଟ୍‌ର ଅତ୍ୟାବଶ୍ୟକ ଅଂଶ ଅର୍ଥାତ୍‌ ପୋଟ୍‌ର ପ୍ରାଧିକରଣ (ନେମ୍‌ ଅଫ୍‌ ଇସ୍ୟୁଇଂ ଅଥରିଟି), ଗ୍ୟାରେଣ୍ଟି, ପ୍ରମିଜ୍‌ କ୍ଲଜ୍‌, ଦସ୍ତଖତ, ମହାତ୍ମା ଗାନ୍ଧୀଙ୍କ ଫଟୋ, ଅଶୋକ ସ୍ତମ୍ଭ ପ୍ରତୀକ, ୱାଟର୍‌ମାର୍କ ଇତ୍ୟାଦି ଚିରିଯାଇଛି କି ଲିଭିଯାଇଛି ସେପରି ନୋଟ୍‌କୁ ବି ଆପଣ ବଦଳାଇ ପାରିବେ। ଏହାକୁ ମଧ୍ୟ ‌ବିନା କୌଣସି ଫର୍ମ ଦାଖଲ କରି ଯେକୌଣସି ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ ଶାଖା, କୌଣସି ଘରୋଇ ବ୍ୟାଙ୍କର ମୁଦ୍ରା ବିନିମୟ କାଉଣ୍ଟର୍‌, ଆର୍‌ବିଆଇର ‌ଶାଖାରେ ଆପଣ ବଦଳାଇ ପାରିବେ। 

ଆହୁରି ପଢ଼ନ୍ତୁ- Mallikarjun Kharge VS Jp NAdda: ବିରୋଧୀଙ୍କୁ କଟାକ୍ଷ କରି ନଡ୍ଡା କହିଲେ, ‘ଅସୁବିଧା ଥିଲେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ’ 

* ଟଙ୍କା ବଦଳ ପାଇଁ ଅନ୍ୟାନ୍ୟ ସୁବିଧା:

ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟିଏଲ୍‌ଆର୍‌ (ଟ୍ରିପଲ୍‌ ଲକ୍‌ ରିସେପ୍ଟକଲ୍‌) କଭର୍‌ ମାଧ୍ୟମରେ ବିକୃତ ନୋଟ୍‌ର ବିନିମୟ ସୁବିଧା ମଧ୍ୟ ରହିଛି। ଲୋକେ ରିଜର୍ଭ ବ୍ୟାଙ୍କର ଇନ୍‌କ୍ବାରି କାଉଣ୍ଟର୍‌ରୁ ଏକ ଟିଏଲ୍‌ଆର୍‌ କଭର୍‌ ପାଇପାରିବେ ଏବଂ ସେଥିରେ ଆପଣଙ୍କ ନାମ, ଠିକଣା, ଜମା ହୋଇଥିବା ନୋଟ୍‌ର ନାମ ଇତ୍ୟାଦି ପୂରଣ କରି ଉକ୍ତ କଭର୍‌ରେ ରଖି ଟ୍ରିପଲ୍ ଲକ୍ ରିସେପ୍ଟକଲ୍‌ ନାମକ ବାକ୍ସରେ ଜମା କରିବାକୁ ପଡ଼ିବ। ଏହି ବାକ୍ସକୁ ରିଜର୍ଭ ବ୍ୟାଙ୍କର ପ୍ରତ୍ୟେକ ଇସ୍ୟୁ ଅଫିସର ଇନକ୍ବାରି କାଉଣ୍ଟର୍‌ରେ ରଖାଯାଇଛି। ବିକୃତ ନୋଟ୍‌ଗୁଡ଼ିକର ପ୍ରଚଳିତ ବିନିମୟ ମୂଲ୍ୟ ବ୍ୟାଙ୍କ୍‌ ଡ୍ରାଫ୍ଟ କିମ୍ବା ପେ’ ଅର୍ଡର୍‌ ମାଧ୍ୟମରେ ରିମିଟ ହେବ। ପଞ୍ଜୀକୃତ/ ବୀମା ହୋଇଥିବା ପୋଷ୍ଟ ଦ୍ୱାରା ଆର୍‌ବିଆଇର ଯେକୌଣସି କାର୍ଯ୍ୟାଳୟକୁ ମ୍ୟୁଟିଲେଟେଡ୍‌ ନୋଟ୍‌ ପଠାଯାଇପାରିବ।

ଆହୁରି ପଢ଼ନ୍ତୁ-Trick of peace: ମାନସିକ ଓ ଶାରିରୀକ ସୁସ୍ଥ ରହିବେ କିପରି, ଆପଣାନ୍ତୁ ଜାପାନୀ ସୂତ୍ର...


  ଅତ୍ୟଧିକ ମଇଳା, ଭଙ୍ଗା, ଜଳିଯାଇଥିବା କିମ୍ବା ଧରି ହେଉନଥିବା ନୋଟ୍‌ଗୁଡ଼ିକୁ କେବଳ ରିଜର୍ଭ ବ୍ୟାଙ୍କ୍‌ର ଇସ୍ୟୁ ଅଫିସ୍‌ରେ ବଦଳାଇ ହେବ। ଏପରି ନୋଟ୍‌ ଥିବା ବ୍ୟକ୍ତି କ୍ଲେମ୍‌ ସେକ୍ସନ୍‌ରେ ଥିବା‌ ଅଫିସର୍‌, ଆର୍‌ବିଆଇର ବିନିମୟ ଶାଖାରେ ଯାଇ ବଦଳାଇ ପାରିବେ ଏବଂ ଏ ସଂପର୍କିତ ଅଧିକ ସୂଚନା ପାଇପାରିବେ। ସେହିପରି ବିଭିନ୍ନ ପ୍ରକାର ଅଚଳ ଓ କଳଙ୍କି ଲଗା ମୁଦ୍ରାକୁ ମଧ୍ୟ ଆପଣ ଉକ୍ତ ବ୍ୟାଙ୍କଗୁଡ଼ିକରେ ବଦଳାଇ ନୂତନ ମୁଦ୍ରା ଆଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe