CBSE JOB 2025: ନିଯୁକ୍ତି ପ୍ରକ୍ରିୟାର ଆବେଦନ ତାରିଖ ବୃଦ୍ଧି କଲା ସିବିଏସଇ

Advertisment

ସିବିଏସଇ ଦ୍ୱାଦଶ ପାସ୍ ପ୍ରାର୍ଥୀମାନଙ୍କ ପାଇଁ ବାହାରିଥିବା ୧୨୪ଟି ପଦବୀ ପାଇଁ ଆବେଦନର ଶେଷ ତାରିଖ ଡିସେମ୍ବର ୨୭ ତାରିଖକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୨୨ ତାରିଖ ପର୍ଯ୍ୟନ୍ତ ଥିଲା

ସିବିଏସଇ ଦ୍ୱାଦଶ ପାସ୍ ପ୍ରାର୍ଥୀମାନଙ୍କ ପାଇଁ ବାହାରିଥିବା ୧୨୪ଟି ପଦବୀ ପାଇଁ ଆବେଦନର ଶେଷ ତାରିଖ ଡିସେମ୍ବର ୨୭ ତାରିଖକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୨୨ ତାରିଖ ପର୍ଯ୍ୟନ୍ତ ଥିଲା

Untitled-14

jobs-cbse-recruitment-2025-deadline Photograph: (@sambad.in)

ନୂଆଦିଲ୍ଲୀ: ଦ୍ୱାଦଶ ପାସ୍ ପ୍ରାର୍ଥୀଙ୍କ ପାଇଁ ସରକାରୀ ଚାକିରି କରିବାର ଏକ ସୁବର୍ଣ୍ଣ ସୁଯୋଗ ଆସି ପହଞ୍ଚିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୨୪ଟି ପଦବୀର ନିଯୁକ୍ତି ପ୍ରକ୍ରିୟା ପାଇଁ ଆବେଦନ ଶେଷ ତାରିଖ ବୃଦ୍ଧି କରିଛି। ପୂର୍ବରୁ ଆବେଦନ ପାଇଁ ସମୟ ସୀମା ୨୦୨୫ ଡିସେମ୍ବର ୨୨ ତାରିଖ ଥିଲା କିନ୍ତୁ ବର୍ତ୍ତମାନ ପ୍ରାର୍ଥୀମାନେ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଆଶ୍ବସ୍ତି ଦେଲା ନିଷ୍ପତ୍ତି

ଏହି ନିଷ୍ପତ୍ତି ଯେଉଁମାନେ କୌଣସି କାରଣରୁ ସମୟ ସୀମା ମଧ୍ୟରେ ଆବେଦନ ପୂରଣ କରିପାରି ନଥିଲେ ସେମାନଙ୍କ ପାଇଁ ଆଶ୍ବସ୍ତି ଆଣିଛି। ସିବିଏସଇ ମୋଟ ୧୨୪ ପଦବୀ ପାଇଁ ନିଯୁକ୍ତି ବାହାର କରିଛି। ଯେଉଁଥିରେ ପ୍ରଶାସନିକ, ଶିକ୍ଷାଗତ ଏବଂ ଅର୍ଥନୀତି ସମ୍ପର୍କିତ ବିଭିନ୍ନ ପଦବୀ ଅନ୍ତର୍ଭୁକ୍ତ ରହିଛି।ଗ୍ରୁପ୍ ବିରେ ସୁପରିଣ୍ଟେଣ୍ଡେଣ୍ଟ ଏବଂ ଜୁନିଅର ଟାନ୍ସଲେସନ ଅଧିକାରୀ ପଦବୀ ଅନ୍ତର୍ଭୁକ୍ତ ରହିଥିବା ବେଳେ ଗ୍ରୁପ ସି ରେ ଜୁନିଅର ଆକାଉଣ୍ଟାଣ୍ଟ ଏବଂ ଜୁନିଅର ଆସିଷ୍ଟାଣ୍ଟ ଭଳି ପଦବୀ ରହିଛି। ଏହି ପଦବୀ ପାଇଁ ଦ୍ୱାଦଶ ପାସ୍ ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।

ଅଧିକପଢ଼ନ୍ତୁ:ଆମେରିକାର ଶୁଳ୍କ ଛାଟ ମଧ୍ୟରେ ଓମାନ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର କଲା ଭାରତ

ଚୟନ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ସମାପ୍ତ ହେବ

ଏହି ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ସମାପ୍ତ ହେବ। ପ୍ରଥମ ପର୍ଯ୍ୟାୟ ଟିୟର-୧ରେ ଏକ ଲିଖିତ ପରୀକ୍ଷା ହେବ, ଯେଉଁଥିରେ ସାଧାରଣ ଜ୍ଞାନ, ରିଜନିଂ, ଗଣିତ ଏବଂ ପଦବୀ ଉପରେ ପ୍ରଶ୍ନ ପଚରାଯିବ।ଏହାପରେ ଏକ ଟିୟର -୨ ଦକ୍ଷତା ପରୀକ୍ଷା ହେବ। ଯେଉଁଥିରେ କିଛି ପଦବୀ ପାଇଁ ଏକ ଟାଇପିଂ ପରୀକ୍ଷା କିମ୍ବା କମ୍ପ୍ୟୁଟର-ଆଧାରିତ ପରୀକ୍ଷା ଅନ୍ତର୍ଭୁକ୍ତ ହେବ। ଉଭୟ ପର୍ଯ୍ୟାୟରେ ପ୍ରଦର୍ଶନ ଆଧାରରେ ଏକ ମେରିଟ୍ ତାଲିକା ପ୍ରସ୍ତୁତ କରାଯିବ, ତା'ପରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ।

ଅଧିକପଢ଼ନ୍ତୁ:ସତ୍ୟନାରାୟଣ ପ୍ରଧାନଙ୍କ କ୍ଷୁଦ୍ରଗଳ୍ପ: ବାପାଙ୍କ ଚିଠି

ଅଧିକପଢ଼ନ୍ତୁ: ଏହି କାରଣରୁ ବାଜା ବଜାଇ, ବାଣ ଫୁଟାଇ କେଶ କାଟିଲେ ବିଜେପି ବିଧାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe