Mexico to impose 50% tariff: ମେକ୍ସିକୋ ଲଗାଇବ ୫୦% ଶୁଳ୍କ: କାର ରପ୍ତାନି ପ୍ରଭାବିତ ହେବ

Advertisment

ଆମେରିକା ସରକାର ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ସମସ୍ୟା ଦୂର ହୋଇନଥିବା ବେଳେ ଭାରତ ପ୍ରତି ଆଉ ଏକ ସଙ୍କଟ ମାଡ଼ି ଆସୁଛି। ମେକ୍ସିକୋ ସରକାର ଭାରତ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ଉପରେ ବିଚାର କରୁଛନ୍ତି।

ଆମେରିକା ସରକାର ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ସମସ୍ୟା ଦୂର ହୋଇନଥିବା ବେଳେ ଭାରତ ପ୍ରତି ଆଉ ଏକ ସଙ୍କଟ ମାଡ଼ି ଆସୁଛି। ମେକ୍ସିକୋ ସରକାର ଭାରତ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ଉପରେ ବିଚାର କରୁଛନ୍ତି।

dgdgdag

ନୂଆଦିଲ୍ଲୀ: ଆମେରିକା ସରକାର ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ସମସ୍ୟା ଦୂର ହୋଇନଥିବା ବେଳେ ଭାରତ ପ୍ରତି ଆଉ ଏକ ସଙ୍କଟ ମାଡ଼ି ଆସୁଛି। ମେକ୍ସିକୋ ସରକାର ଭାରତ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ଉପରେ ବିଚାର କରୁଛନ୍ତି। ବାଣିଜ୍ୟ ରାଜିନାମା ହୋଇନଥିବା ଦେଶଗୁଡ଼ିକ ଉପରେ ଆସନ୍ତାବର୍ଷଠାରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ମେକ୍ସିକୋ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଭାରତକୁ ଗୁରୁତର ପ୍ରଭାବିତ କରିବା ଆଶଙ୍କା ରହିଛି। ବିଶେଷ କରି ମେକ୍ସିକୋକୁ କାର୍‌ ରପ୍ତାନି ହ୍ରାସ ପାଇବ। ନିଜ ଦେଶର ନିଯୁକ୍ତି ଓ କାରଖାନାଗୁଡ଼ିକର ସୁରକ୍ଷାକୁ ନଜରରେ ରଖି ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସିନବୁମଙ୍କ ସରକାର ବିଭିନ୍ନ ଦେଶ ଉପରେ ଶୁଳ୍କ ଲଗାଇବାକୁ ଚାହୁଛନ୍ତି।

Mandei: ମଣ୍ଡେଇ-୨୫ ଉଦ୍‌ଘାଟନ ଆଜି: ମୁଖ୍ୟ ଆକର୍ଷଣ ନିଷ୍ଠା ଶର୍ମା ଓ ନାଭ୍ୟା

ଦକ୍ଷିଣ ଆଫ୍ରିକା ଓ ସାଉଦି ଆରବ ପରେ ମେକ୍ସିକୋ ହେଉଛି ଭାରତର ତୃତୀୟ ବଡ଼ କାର୍‌ ରପ୍ତାନି ବଜାର। ମେକ୍ସିକୋ ସରକାର ୧୪୦୦ରୁ ଅଧିକ ଜିନିଷ ଉପରେ ଶୁଳ୍କ ବଢ଼ାଇବାକୁ ତାଲିକା କରିଛନ୍ତି। ଏହି ନିଷ୍ପତ୍ତି ଭାରତରୁ ହେଉଥିବା ୧୪,୯୪୦ କୋଟି ଟଙ୍କାର କାର୍‌ ରପ୍ତାନି ପ୍ରତି ସଙ୍କଟ ଡାକି ଆଣିବ। ଫକ୍ସୱାଗନ ଓ ହୁଣ୍ଡାଇ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ଉଚ୍ଚ ଶୁଳ୍କକୁ ଏଡ଼ାଇବା ଲାଗି ମେକ୍ସିକୋ ସରକାରଙ୍କ ସହ ତୁରନ୍ତ ଆଲୋଚନା ଆରମ୍ଭ କରିବାକୁ ଅଟୋମୋବାଇଲ୍‌ ଶିଳ୍ପ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି।

Bangladesh : ଫେବ୍ରୁଆରି ୧୨ରେ ବାଂଲାଦେଶ ନିର୍ବାଚନ, ଲଢିପାରିବନି ଆୱାମୀ ଲିଗ୍

୨୦୨୫ରେ ମେକ୍ସିକୋକୁ ଭାରତ ୫୦୮୫ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରିଥିଲା। ସେଥିରୁ ଅଧିକାଂଶ ଥିଲା ଗାଡ଼ି। ଏହା ବ୍ୟତୀତ ଭାରତ ସେଠାକୁ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ଉପକରଣ, ମେସିନ, ଆଣବିକ ରିଆକ୍ଟର, ବଏଲର, ଅର୍ଗାନିକ୍ କେମିକାଲ୍‌, ଆଲୁମିନିୟମ ଓ ଔଷଧ ଆଦି ମଧ୍ୟ ରପ୍ତାନି କରୁଛି। ମେକ୍ସିକୋକୁ ରପ୍ତାନି କରାଯାଉଥିବା କାର୍‌ର ୫୦ ପ୍ରତିଶତ ସ୍କୋଡା ଅଟୋ ପଠାଉଥିବା ବେଳେ ଅନ୍ୟ ଗାଡ଼ିଗୁଡ଼ିକୁ ହୁଣ୍ଡାଇ, ନିସାନ ଓ ମାରୁତି ସୁଜୁକି ପଠାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe