MG Motor to launch 4 new SUVs this year: ଏବର୍ଷ ୪ ନୂଆ ଏସ୍‌ୟୁଭି ଆଣିବ ଏମ୍‌ଜି ମୋଟର

Advertisment

ଜେଏସ୍‌ଡବ୍ଲୁ ଏମ୍‌ଜି ମୋଟର ଇଣ୍ଡିଆ ୨୦୨୬ ମସିହାରେ ୪ଟି ନୂଆ ଏସ୍‌ୟୁଭି (ସ୍ପୋର୍ଟସ ୟୁଟିଲିଟି ଭେଇକିଲ୍‌) ଆଣିବ। ସେଥିରେ ଗୋଟିଏ ପ୍ଲଗ୍‌-ଇନ୍‌ ହାଇବ୍ରିଡ୍ ଏସ୍‌ୟୁଭି ରହିବ। ୪ଟି ମଧ୍ୟରୁ ପ୍ରଥମେ କମ୍ପାନି ଏହାର ବହୁ ପ୍ରତୀକ୍ଷିତ ପ୍ରିମିୟମ ଏସ୍‌ୟୁଭି ମାଜେଷ୍ଟର୍‌ ଆଣିବ।

ଜେଏସ୍‌ଡବ୍ଲୁ ଏମ୍‌ଜି ମୋଟର ଇଣ୍ଡିଆ ୨୦୨୬ ମସିହାରେ ୪ଟି ନୂଆ ଏସ୍‌ୟୁଭି (ସ୍ପୋର୍ଟସ ୟୁଟିଲିଟି ଭେଇକିଲ୍‌) ଆଣିବ। ସେଥିରେ ଗୋଟିଏ ପ୍ଲଗ୍‌-ଇନ୍‌ ହାଇବ୍ରିଡ୍ ଏସ୍‌ୟୁଭି ରହିବ। ୪ଟି ମଧ୍ୟରୁ ପ୍ରଥମେ କମ୍ପାନି ଏହାର ବହୁ ପ୍ରତୀକ୍ଷିତ ପ୍ରିମିୟମ ଏସ୍‌ୟୁଭି ମାଜେଷ୍ଟର୍‌ ଆଣିବ।

20260216_062022_aa52405d

Photograph: (google)

ନୂଆଦିଲ୍ଲୀ: ଜେଏସ୍‌ଡବ୍ଲୁ ଏମ୍‌ଜି ମୋଟର ଇଣ୍ଡିଆ ୨୦୨୬ ମସିହାରେ ୪ଟି ନୂଆ ଏସ୍‌ୟୁଭି (ସ୍ପୋର୍ଟସ ୟୁଟିଲିଟି ଭେଇକିଲ୍‌) ଆଣିବ। ସେଥିରେ ଗୋଟିଏ ପ୍ଲଗ୍‌-ଇନ୍‌ ହାଇବ୍ରିଡ୍ ଏସ୍‌ୟୁଭି ରହିବ। ୪ଟି ମଧ୍ୟରୁ ପ୍ରଥମେ କମ୍ପାନି ଏହାର ବହୁ ପ୍ରତୀକ୍ଷିତ ପ୍ରିମିୟମ ଏସ୍‌ୟୁଭି ମାଜେଷ୍ଟର୍‌ ଆଣିବ। ଆସନ୍ତା ଏପ୍ରିଲରୁ ମେ ମାସ ମଧ୍ୟରେ ଏହା ବଜାରକୁ ଆସିବା ଯୋଜନା ରହିଛି। ଏହି ଗାଡ଼ି ଟୟୋଟା ଫର୍ଚ୍ୟୁନର୍‌ ଭଳି ମଡେଲ ସହିତ ପ୍ରତିଯୋଗିତା କରିବ ବୋଲି ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ଆଜିଠାରୁ ନୂଆଦିଲ୍ଲୀରେ ଏଆଇ ପ୍ରଭାବ ଶିଖର ସମ୍ମିଳନୀ

୪ଟି ନୂଆ ମଡେଲ ମଧ୍ୟରୁ ୩ଟି କମ୍ପାନିର ନିୟମିତ ଏମ୍‌ଜି ଚ୍ୟାନେଲ୍‌ ଜରିଆରେ ବିକ୍ରି ହେବ। ଅନ୍ୟଟି ପ୍ରିମିୟମ ‘ଏମ୍‌ଜି ସିଲେକ୍ଟ’ ଚ୍ୟାନେଲ ଜରିଆରେ ବିକ୍ରି କରାଯିବ।
କମ୍ପାନି ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ ଏହାର ବାର୍ଷିକ କାର୍‌ ବିକ୍ରି ସଂଖ୍ୟାକୁ ପ୍ରାୟ ୩ ଲକ୍ଷ ୟୁନିଟ୍‌ରେ ପହଞ୍ଚାଇବା ଲକ୍ଷ୍ୟ ରଖିଛି। କାରଖାନା ସଂପ୍ରସାରଣ ବାବଦରେ ୪୦୦୦ରୁ ୫୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ହେବ ବୋଲି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଅନୁରାଗ ମେହରୋତ୍ରା କହିଛନ୍ତି। କମ୍ପାନିର ହଲୋଲ୍‌ସ୍ଥିତ ପ୍ଲାଣ୍ଟରୁ ସଂପ୍ରତି ବାର୍ଷିକ ୧.୨ ଲକ୍ଷ ୟୁନିଟ୍ କାର ଉତ୍ପାଦନ ହେଉଛି। ଉତ୍ପାଦନ କ୍ଷମତା ୩ ଲକ୍ଷ ୟୁନିଟ୍‌କୁ ବୃଦ୍ଧି କରିବା ଲାଗି ସାଧାରଣତଃ ୧୮ ମାସ ସମୟ ଲାଗିପାରେ। ସଂପ୍ରସାରଣ ବାବଦରେ ଆବଶ୍ୟକ ପାଣ୍ଠି କମ୍ପାନି ଉଭୟ ଆଭ୍ୟନ୍ତରୀଣ ସୂତ୍ର ସମେତ ବାହ୍ୟ ସୂତ୍ରରୁ ସଂଗ୍ରହ କରିବ ବୋଲି ସେ କହିଛନ୍ତି।

ଚଳିତବର୍ଷ ଦେଶରେ ପାସେଞ୍ଜର ଯାନ ବିକ୍ରି ଭଲ ରହିବ। ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହେବା ଆଶା କରାଯାଉଛି। ସେହିଭଳି ଇଭି ବିକ୍ରି ମଧ୍ୟ ଭଲ ରହିବ। ୨୦୨୫ରେ ମୋଟ ଗାଡ଼ିରେ ଇଭି ସଂଖ୍ୟା ୪.୫ ପ୍ରତିଶତ ରହିଥିବାବେଳେ ୨୦୨୬ରେ ଏହା ୭ରୁ ୮ ପ୍ରତିଶତରେ ପହଞ୍ଚିବା ଆଶା ରହିଥିବା ଶ୍ରୀ ମେହରୋତ୍ରା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜେଏସ୍‌ଡବ୍ଲୁ ଏମ୍‌ଜି ମୋଟର ଇଣ୍ଡିଆ ଚୀନର ଏସ୍‌ଏଆଇସି ଏବଂ ଭାରତର ଜେଏସ୍‌ଡବ୍ଲୁ ମଧ୍ୟରେ ଏକ ଯୌଥ ଉଦ୍ୟୋଗ।

ଆହୁରି ପଢ଼ନ୍ତୁ: ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ମାମଲା ପାଇଁ ୯ ଜଣିଆ ସମ୍ବିଧାନ ଖଣ୍ଡପୀଠ ଗଠନ କଲେ ସୁପ୍ରିମକୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe