ନୂଆଦିଲ୍ଲୀ: ଆସନ୍ତାକାଲି (ରବିବାର) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ପୂର୍ବାହ୍ନ ୧୧ଟାରେ ବଜେଟ ଆଗତ ହେବ। ଅର୍ଥମନ୍ତ୍ରୀ ଭାବେ କ୍ରମାଗତ ଏହା ହେବ ନିର୍ମଳାଙ୍କର ନବମ ବଜେଟ ଉପସ୍ଥାପନ। ଗୋଟିଏ ପଟେ ଆନ୍ତର୍ଜାତିକ ସ୍ତରରେ ଶୁଳ୍କ ଲଢ଼େଇ ଚାଲିଛି। ଅନ୍ୟପଟେ ଦେଶ ଭିତରେ ଟଙ୍କାର ମୂଲ୍ୟ ହ୍ରାସ ଚିନ୍ତାର କାରଣ ପାଲଟିଛି। ଏଭଳି ଆହ୍ବାନପୂର୍ଣ୍ଣ ଓ ପ୍ରତିକୂଳ ପରିିସ୍ଥିତିରେ ଅର୍ଥନୀତିକୁ ବଳ ଯୋଗାଇବା ପାଇଁ ଅର୍ଥମନ୍ତ୍ରୀ ବଜେଟରେ କେତେକ ସଂସ୍କାରଧର୍ମୀ ପଦକ୍ଷେପ ଘୋଷଣା କରିପାରନ୍ତି। ସେହିଭଳି ଭାରତ ପ୍ରତିରକ୍ଷା ବ୍ୟୟବରାଦ ବଢ଼ାଇପାରେ।
Cricket: ଆଜି ୟୁନିଲାଇଟ୍ କପ୍ ଫାଇନାଲ୍: ବିଜେଇଏମ୍ ବନାମ ଡିଏଭି ଚନ୍ଦ୍ରଶେଖରପୁର
ଏଥିସହିତ ଚଳିତବର୍ଷ କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆସାମ ଓ ପୁଡ଼ୁଚେରି ଭଳି ୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଥିବାରୁ ସେସବୁ ରାଜ୍ୟର ଭୋଟରଙ୍କୁ ଖୁସି କରିବା ଲାଗି ନିର୍ମଳା ନୂଆ ଯୋଜନା ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି। ମନରେଗା ବଦଳରେ ସରକାର ଭିବି-ଜି ରାମ ଜି କାର୍ଯ୍ୟକାରୀ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରୁଛନ୍ତି। ତେଣୁ ଏହି ଯୋଜନାର ବ୍ୟୟବରାଦ ଅର୍ଥମନ୍ତ୍ରୀ ବଢ଼ାଇ ପାରନ୍ତି। କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ, ଷ୍ଟାର୍ଟଅପ୍, ଡାଟା ସେଣ୍ଟର, ସେମିକଣ୍ଡକ୍ଟର ଶିଳ୍ପକୁ ଆଗକୁ ନେବା ପାଇଁ ପ୍ରୋତ୍ସାହନ ଦିଆଯାଇପାରେ। ଆୟକରରେ ମଧ୍ୟ କିଛିଟା ରିହାତି ଅର୍ଥମନ୍ତ୍ରୀ ଦେଇପାରନ୍ତି। ରବିବାର ବଜେଟ ଉପସ୍ଥାପନ ହେଉଥିବାବେଳେ ଷ୍ଟକ୍ ବଜାର ବି ଆସନ୍ତାକାଲି ଖୋଲା ରହିବ।
Odisha Cup 2025 Final: ଦୁବାଇରେ ଆୟୋଜିତ ହେଲା ଓଡ଼ିଶା କପ୍ ୨୦୨୫ର ଗ୍ରାଣ୍ଡ ଫାଇନାଲ
Follow Us