'Sambad' Corporate Excellence Awards 2026: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୬: ବ୍ରାଣ୍ଡ୍‌ ଦ୍ବାରା ବିଶ୍ବାସ ଗଢ଼ିଉଠେ

Advertisment

ବ୍ରାଣ୍ଡ୍‌ ଗଠନ ହେଲେ ଲୋକମାନେ ଯୋଡ଼ିହେବ ଓ ବ୍ୟବସାୟର ସମ୍ପ୍ରସାରଣ ହେବ। ତାହା ଜରିଆରେ ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ମାଣିକସ୍ତୁ ଏଗ୍ରୋ ପ୍ରାଇଭେଟ୍‌ ଲିମିଟେଡ୍‌ର ସହ ପ୍ରତିଷ୍ଠାତା ଓ ନିର୍ଦ୍ଦେଶିକା ଜୟନ୍ତୀ ମହାପାତ୍ର କହିଛନ୍ତି।

ବ୍ରାଣ୍ଡ୍‌ ଗଠନ ହେଲେ ଲୋକମାନେ ଯୋଡ଼ିହେବ ଓ ବ୍ୟବସାୟର ସମ୍ପ୍ରସାରଣ ହେବ। ତାହା ଜରିଆରେ ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ମାଣିକସ୍ତୁ ଏଗ୍ରୋ ପ୍ରାଇଭେଟ୍‌ ଲିମିଟେଡ୍‌ର ସହ ପ୍ରତିଷ୍ଠାତା ଓ ନିର୍ଦ୍ଦେଶିକା ଜୟନ୍ତୀ ମହାପାତ୍ର କହିଛନ୍ତି।

dgdadgzv

ଭୁବନେଶ୍ବର: ବ୍ରାଣ୍ଡ୍‌ ଗଠନ ହେଲେ ଲୋକମାନେ ଯୋଡ଼ିହେବ ଓ ବ୍ୟବସାୟର ସମ୍ପ୍ରସାରଣ ହେବ। ତାହା ଜରିଆରେ ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ମାଣିକସ୍ତୁ ଏଗ୍ରୋ ପ୍ରାଇଭେଟ୍‌ ଲିମିଟେଡ୍‌ର ସହ ପ୍ରତିଷ୍ଠାତା ଓ ନିର୍ଦ୍ଦେଶିକା ଜୟନ୍ତୀ ମହାପାତ୍ର କହିଛନ୍ତି। ଜଣେ ଉଦ୍ୟୋଗୀ ଯେତେବେଳେ କୌଣସି ବ୍ୟବସାୟ ଆରମ୍ଭ କରନ୍ତି, ସେ କିଛି ଉଦ୍ଦେଶ୍ୟ ରଖିଥାନ୍ତି ଓ ତାହା ଜରିଆରେ ଏକ ପ୍ରଭାବ ଆଣିବାକୁ ପ୍ରୟାସ କରନ୍ତି। ବିଶେଷ କରି କିଛି ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିଥାନ୍ତି। ସେଥିପାଇଁ ବ୍ରାଣ୍ଡ୍‌ ଗଠନ କରିବା ବହୁତ ଜରୁରୀ। ସେଥିରେ ବିଶ୍ବାସ ଗଠନ ହୋଇଥାଏ। ବ୍ରାଣ୍ଡ୍‌ ସହ ବିଶ୍ବାସର ସମ୍ପର୍କ ରହିଛି ଓ ବିଶ୍ବାସର ବିକାଶ ସହ ସମ୍ପର୍କ ରହିଥିବା ସେ କହିଛନ୍ତି। 

Health: ଭଦ୍ରକ ଜିଲ୍ଲାରେ ୧୨୯ ଡାକ୍ତର ପଦବି ଖାଲି, ନୂଆ  ନିଯୁକ୍ତି ହେଲେ ୪

sambad corporate
Photograph: (Sambad)

ସ୍ବୀକୃତିର ଗୁରୁତ୍ବ ସମ୍ପର୍କରେ ସେ କହିଛନ୍ତି ଯେ ଜଣଙ୍କୁ ଯେତେବେଳେ ପୁରସ୍କାର କିମ୍ବା ମାନ୍ୟତା ମିଳେ ତାହା ହେଉଛି ଏକ ପ୍ରମାଣ ଯେ ଉ‌ଦ୍ୟୋଗୀ ଜଣକ ଠିକ୍‌ ଦିଗରେ ଆଗକୁ ବଢ଼ୁଛନ୍ତି। ସେହି ବିଶ୍ବାସ ସେମାନଙ୍କ ଭିତରେ ଜାଗ୍ରତ ହୁଏ। ଏଭଳି ସ୍ବୀକୃତି ଉଦ୍ୟୋଗୀଙ୍କ ପାଇଁ ବହୁତ ଜରୁରୀ। ତାହା ସେମାନଙ୍କ ଏକ ବହୁତ ବଡ଼ ଆକାଂକ୍ଷା। ତାହା ସେମାନଙ୍କୁ ପ୍ରେରଣା ଦେବା ସହ କାମକୁ ଆହୁରି ଉନ୍ନତ କରିବାରେ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି। ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌କୁ ସେ ଏକ ବହୁତ ଭଲ ଅଭିଯାନ ଓ ମହତ୍‌ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଉଦ୍ୟୋଗୀମାନଙ୍କ ଜୀବନ ପ୍ରାୟତଃ ଏକଲାପଣରେ ବିତିଥାଏ। ଯେତେବେଳେ ସେମାନଙ୍କୁ ଏଭଳି ପୁରସ୍କାର ମିଳେ ତାହା ସେମାନଙ୍କ ଜୀବନରେ ବହୁତ ଗୁରୁତ୍ବ ରଖେ ବୋଲି ସେ କହିଛନ୍ତି।

PMAY: ଗରିବଙ୍କୁ ମିଳୁନି ଘର; ଭାଇ ଘରେ ଆଶ୍ରୟ ନେଉଛନ୍ତି ଦଂପତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe