'Sambad' Corporate Excellence Awards: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୬: ଗ୍ରାହକଙ୍କ ବିଶ୍ବାସର ପ୍ରତିଫଳନ ବ୍ରାଣ୍ଡ୍

Advertisment

ବ୍ରାଣ୍ଡ୍‌ ରାତାରାତି ତିଆରି ହୋଇପାରେନାହିଁ। ଅନେକ ପରୀକ୍ଷାନିରୀକ୍ଷା ପରେ ତାହାର ସ୍ବରୂପ ସାମ୍ନାକୁ ଆସିଥାଏ। ବ୍ରାଣ୍ଡ୍‌ ହେଉଛି ଏକ ସାମଗ୍ରୀ କିମ୍ବା ସେବା ଉପରେ ଗ୍ରାହକଙ୍କ ରହିଥିବା ବିଶ୍ବାସର ପ୍ରତିଫଳନ ବୋଲି ସମ୍ବଲପୁରୀ....

ବ୍ରାଣ୍ଡ୍‌ ରାତାରାତି ତିଆରି ହୋଇପାରେନାହିଁ। ଅନେକ ପରୀକ୍ଷାନିରୀକ୍ଷା ପରେ ତାହାର ସ୍ବରୂପ ସାମ୍ନାକୁ ଆସିଥାଏ। ବ୍ରାଣ୍ଡ୍‌ ହେଉଛି ଏକ ସାମଗ୍ରୀ କିମ୍ବା ସେବା ଉପରେ ଗ୍ରାହକଙ୍କ ରହିଥିବା ବିଶ୍ବାସର ପ୍ରତିଫଳନ ବୋଲି ସମ୍ବଲପୁରୀ....

jjggjdbcnnbcn

ଭୁବନେଶ୍ବର: ବ୍ରାଣ୍ଡ୍‌ ରାତାରାତି ତିଆରି ହୋଇପାରେନାହିଁ। ଅନେକ ପରୀକ୍ଷାନିରୀକ୍ଷା ପରେ ତାହାର ସ୍ବରୂପ ସାମ୍ନାକୁ ଆସିଥାଏ। ବ୍ରାଣ୍ଡ୍‌ ହେଉଛି ଏକ ସାମଗ୍ରୀ କିମ୍ବା ସେବା ଉପରେ ଗ୍ରାହକଙ୍କ ରହିଥିବା ବିଶ୍ବାସର ପ୍ରତିଫଳନ ବୋଲି ସମ୍ବଲପୁରୀ ବସ୍ତ୍ରାଳୟର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଦଶରଥ ନନ୍ଦ କହିଛନ୍ତି। ସେ କହିଲେ, ଭଲ ସେବା, ଦୀର୍ଘସ୍ଥାୟିତ୍ବ, ସୁଲଭ ମୂଲ୍ୟ ଓ ଗୁଣାତ୍ମକ ମାନ ହେଉଛି କେତେକ ମାନଦଣ୍ଡ ଯାହା ବ୍ରାଣ୍ଡ୍‌ ଗଢ଼ିବାରେ ସହାୟକ ହୋଇଥାଏ। ଗ୍ରାହକଙ୍କ ବିଶ୍ବାସ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବିଶ୍ବାସକୁ ବଜାୟ ରଖିବାରେ ବିଫଳ ହୋଇଥିବା ଅନେକ ବ୍ରାଣ୍ଡ୍‌ ବଜାରରୁ ଉଭାନ ହୋଇଯାଇଥିବାର ଅନେକ ନଜିର ରହିଛି ବୋଲି ସେ କହିଛନ୍ତି। ସ୍ବୀକୃତି ସମ୍ପର୍କରେ ଶ୍ରୀ ନନ୍ଦ କହିଛନ୍ତି ଯେ ଉଦ୍ୟୋଗୀ ହୁଅନ୍ତୁ କିମ୍ବା ଯେକୌଣସି ପେସାର ଲୋକଙ୍କ ପାଇଁ ସ୍ବୀକୃତି ଦରକାର। କାରଣ ତାହା ଆଗକୁ ବଢ଼ିବାକୁ ପ୍ରୋତ୍ସାହନ ଦେଇଥାଏ। 

Pongal: ତାମିଲ ସଂସ୍କୃତି ସମଗ୍ର ଦେଶର ଏକ ସହଭାଗୀ ଐତିହ୍ୟ: ପ୍ରଧାନମନ୍ତ୍ରୀ

ଏକ ସମ୍ମାନ କେବଳ ଜଣେ ବ୍ୟକ୍ତିକୁ ମିଳେ ନାହିଁ, ତାହା ଗୋଟିଏ ଅଞ୍ଚଳକୁ, ସେ କାମ କରୁଥିବା ସମଗ୍ର ପେସାକୁ ମିଳେ। ସମଗ୍ର ଅଞ୍ଚଳ ଗର୍ବିତ ହୋଇଥାଏ ଓ ଲୋକଲୋଚନକୁ ଆସିଥାଏ। ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳ ବାହାରେ ତାହା ପରିଚୟ ବଢ଼ାଇଥାଏ। ଆଗକୁ ବଢ଼ିବା ଲାଗି ତାହା ପ୍ରେରଣା ମଧ୍ୟ ଦେଇଥାଏ। ଏହା ଉଦ୍ୟୋଗୀମାନଙ୍କ ଭିତରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରେ। ଆଗରେ ରହିବାର ମାନସିକତା ଜାଗ୍ରତ କରେ। ପ୍ରତିଯୋଗିତା ହେଲେ ଗ୍ରାହକମାନଙ୍କୁ ଉନ୍ନତ ମାନର ଜିନିଷ ଚୟନ କରିବାର ଅନେକ ବିକଳ୍ପ ମିଳିଥାଏ ବୋଲି ସେ କହିଛନ୍ତି।  ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌କୁ ସେ ଏକ ବହୁତ ଭଲ ପଦକ୍ଷେପ ବୋଲି କହିଛନ୍ତି। ତାଙ୍କ ମତରେ ‘ସମ୍ବାଦ’ର ଅନେକ କାର୍ଯ୍ୟକ୍ରମ ପ୍ରଥମେ ଆରମ୍ଭ ହୋଇଛି ଓ ପରବର୍ତ୍ତୀ ସମୟରେ ତାହାକୁ ଅନ୍ୟମାନେ ଅନୁସରଣ କରିଥାନ୍ତି। ଏହା ମଧ୍ୟ ସେହିଭଳି ଏକ କାର୍ଯ୍ୟକ୍ରମ। ମୋ ଅଭିଜ୍ଞତା ହେଉଛି ଏହା ଏକ ସମ୍ପୂର୍ଣ୍ଣ ନିରପେକ୍ଷ ପୁରସ୍କାର ବୋଲି ସେ କହିଛନ୍ତି।

Iran: ପ୍ରମୁଖ ମଧ୍ୟପ୍ରାଚ୍ୟ ଘାଟିରୁ ସୈନ୍ୟ ପ୍ରତ୍ୟାହାର କଲା ଆମେରିକା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe