ମୁମ୍ବାଇ: ନିବେଶକମାନେ ନିଜ ପାଖରେ ଥିବା ସେୟାର ବିକ୍ରି କରୁଥିବାରୁ ଚଳିତ ସପ୍ତାହରେ ସେନ୍ସେକ୍ସ ଲଗାତାର ଭାବେ ତଳକୁ ଖସୁଛି। ଗତ ୪ ଦିନରେ ସେନ୍ସେକ୍ସରେ ୧୫୮୧ ପଏଣ୍ଟ୍ର ହ୍ରାସ ଘଟିଛି। ଫଳରେ ନିବେଶକମାନେ ୯.୧୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଗୁରୁବାର ସେନ୍ସେକ୍ସ ୭୮୦ ପଏଣ୍ଟ୍ ହ୍ରାସ ପାଇ ୮୪,୧୮୦ ପଏଣ୍ଟ୍ରେ ବନ୍ଦ ହୋଇଛି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ୍ ବଜାର ପୁଞ୍ଜି ୪୭୨ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ନିଫ୍ଟି ୨୬୩ ପଏଣ୍ଟ୍ ହ୍ରାସ ପାଇ ୨୫,୮୭୬ ପଏଣ୍ଟ୍ରେ ବନ୍ଦ ହୋଇଛି।
Paddy: ଧାନବସ୍ତାର ପାହାଡ଼ରେ ମଣ୍ଡି, ମିଲର୍ସ ଆନ୍ଦୋଳନ ପ୍ରତ୍ୟାହୃତ
ଷ୍ଟକ ବଜାର ଅସ୍ଥିରତାର ଅନେକ କାରଣ ରହିଛି। ସେଥିରୁ ପ୍ରମୁଖ କାରଣ ହେଉଛି ଆମେରିକା ଦେଇଥିବା ଶୁଳ୍କ ବୃଦ୍ଧି ଧମକ। ଆମେରିକା ସରକାର ଏକ ବିଲ୍ ଆଣୁଛନ୍ତି, ଯେଉଁଥିରେ ରୁଷ୍ଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଶୁଳ୍କ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାର କ୍ଷମତା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଯିବ। ଏହି ବିଲ୍ ମୁଖ୍ୟତଃ ଭାରତ, ଚୀନ୍ ଓ ବ୍ରାଜିଲକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ସେନ୍ସେକ୍ସ ହ୍ରାସର ଅନ୍ୟତମ କାରଣ ହେଉଛି ବୃହତ୍ କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ହେଉଥିବା ହ୍ରାସ। ଏଚ୍ଡିଏଫ୍ସି ବ୍ୟାଙ୍କ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାର ମୂଲ୍ୟ ହ୍ରାସ ପାଇଛି। ନିବେଶକମାନେ ଧାତବ, ସୂଚନା ପ୍ରଯୁକ୍ତି, ବୟନ ଓ ପୋଷାକ କ୍ଷେତ୍ରର କମ୍ପାନିଗୁଡ଼ିକର ସେୟାର ବିକ୍ରି କରୁଛନ୍ତି। ଭେନେଜୁଏଲାକୁ ନେଇ ଲାଗି ରହିଥିବା ସଙ୍କଟ ମଧ୍ୟ ଷ୍ଟକ୍ ବଜାର କାରବାରକୁ ପ୍ରଭାବିତ କରିଛି। କେବଳ ଭାରତ ନୁହେଁ, ବିଶ୍ବର ପ୍ରମୁଖ ଷ୍ଟକ ବଜାରର ପ୍ରଦର୍ଶନ ଦୁର୍ବଳ ରହିଛି।
Cricket : ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ତିଳକ ବର୍ମା
Follow Us