ଭୁବନେଶ୍ବର:ସ୍ବାମୀ: କବାଟ କିଳି ଦେ ଲୋ ରାନୁ ବୋଉ...ଆମ ଘର ଆଡ଼େ ମାଡ଼ି ଆସିଲାଣି ଲୋ। ଝଅଟି କାମ ବଢ଼ା, ସଂଧ୍ୟା ପୂର୍ବରୁ କବାଟ ଦେ। ଚାଲେ ଘରେ ପଶିରହିବା। ଆଉ ବାହାରକୁ ବାହାରିବାନି।

Advertisment

ସ୍ତ୍ରୀ: ହଇଓ, କାଇଁକି ଏମିିତି ବିଳିବିଳେଇ ହଉଛ ମ? କିଏ ଆସୁଛି, କାହାକୁ ଡରି ଏମିତି କବାଟ କିଳିବାକୁ କହୁଛ ମୁଁ ଟିକେ ଶୁଣେ। ତମେ ସହର ପରିକା ସବୁ ସୁବିଧା କରିଦେଇଛ ତ, କବାଟ କିଳି ଘରେ ରହିଯିବି ମୁଁ! ଆମେ ଗାଁ ଗହଳୀ ନୋକ। ଆମର ସବୁ କାମ ବାହାରେ। ବାହା‌ରେ ଚୁଲି, ବାହାରେ ପାଇଖାନା, ବାହାରେ ପାଣି। ଘରେ ରହିଲେ ମୁଁ ରାନ୍ଧିବି କେମିତି ଓ ତମେ ଗେମ୍ଫିବ କେମିତି?

ସ୍ବାମୀ: ତୋ‌ର ରନ୍ଧା, ଖିଆ କଥା ପଡ଼ିଛି। ଆଲୋ କିଛି ଜାଣିଲୁଣି କି ନାଇଁ। ଗା‌ଁରେ ଝାଡ଼ାବାନ୍ତି ପଶିଲାଣି। ନୋକେ କହୁଛନ୍ତି ଇଏ କୁଆଡ଼େ ଗାଁରେ ଜଣକୁ ଧରିଲେ ଧୀରେ ଧୀରେ ସମସ୍ତଙ୍କ ଆଡ଼କୁ ଆସିବ। ତୁ ଜାଣିନୁ କି ଆରମୁଣ୍ଡ ମଦନା ବାପା ପ‌ା ଆଜି ସକାଳୁ ୫ ଥର ଝାଡ଼ା ୩ ଥର ବାନ୍ତି କଲେଣି। ଆମ ଗାଁକୁ ଝାଡ଼ାବାନ୍ତି ପଶିଗଲାଣି। ଯଦି ଆମ ୨ ଜଣଙ୍କ ଭିତରୁ ଜଣକୁ ଧରିବ ଆମେ କ’ଣ କରିବା କହିଲୁ?

ସ୍ତ୍ରୀ: ତମେ ପାଠସାଠ ପଢ଼ା ନୋକ ଟି? ମୁଁ ପାଠ ନପଢ଼ି ଆହୁରି ଭଲ ହେଇଛି। ତମଠାରୁ ମୁଁ ବେଶି ଜାଣିଛି ମ।

ସ୍ବାମୀ: ଆଲୋ କ’ଣ ବେଶୀ ଜାଣିଛୁ କହିଲୁ ଲୋ।

ସ୍ତ୍ରୀ: ବୁଝିଲ, ଝାଡ଼ାବାନ୍ତି ଏକ ଡିଆଁରୋଗ ନୁହଁ। ଏହା ଏକ ଜଳବାହିତ ରୋଗ। ଆମେ ଯଦି ଦୂଷିତ ପାଣି ପିଇବା ବା ଅପରିଷ୍କାର ଜିନିଷ ପାଟିରେ ଦେବା; ତାହାଲେ ଯାଇ ଆମକୁ ଏ ରୋଗ ହେବ। ଗାଁରେ ମଦନା ବାପାକୁ ହେଉ କି, ଶଙ୍କରା ବୋଉକୁ ହେଉ‌; ସେଥିରେ ଆମର କି ଆସେଯାଏ। ହେଲେ ଆମ କାମ ହେଲା, ଆମେ ସତର୍କ ରହିବା। ଭୁଲ୍‌ ଜିନିଷ ତୁଣ୍ଡରେ ଦେବା ନାହିଁ। ଗାଁରେ ଝାଡ଼ାବାନ୍ତି ପଶିଲାଣି ବୋଲି ଡରିକି କବାଟ କିଳିବା କିଛି ଦରକାର ନାହିଁ।

ସ୍ବାମୀ: ଆଲୋ ତୁ ଏତେ କଥା ଜାଣିଛୁ? ମୋ ସ୍ତ୍ରୀଟା ଭାରି ବୁଦ୍ଧିମତୀ ଲୋ। ମୁଁ ଭାବୁଥିଲି ଝାଡ଼ାବାନ୍ତି ଯେଉଁଭଳି ଭାବେ ନିୟନ୍ତ୍ରଣ ବାହାରକୁ ଯାଉଛି ସିଏ କେତେବେଳେ ଆସି ଆମ ଘରେ ପଶିଯିବ। ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଏହି ରୋଗ ବ୍ୟାପିଗଲାଣି ‌ଲୋ। ସମସ୍ତଙ୍କ ଘରେ ତୋ ଭଳି ଯଦି ଜଣେ ବୁଦ୍ଧିମତୀ ମହିଳା ରୁହନ୍ତେ ଆଉ ଏ ପୋଡ଼ାମୁହାଁ ଝାଡ଼ାବାନ୍ତିକୁ କେହି ଡରନ୍ତେ ନାହିଁ। ତୋର ଏତେ ବୁଦ୍ଧି ଶୁଣି ମୋ ମନ ଖୁସି ହେଇଗଲା। ଯାଏ ବଜାରରୁ ତୋ ପାଇଁ ଟିକେ ଚାଟ୍‌ କି ଗୁପ୍‌ଚୁପ୍‌ ଆଣିକି ଆସେ।

7d5bb8de-6065-4194-bac9-fd9fe39c0d31

ସ୍ତ୍ରୀ: ହେ ଭଗବାନ୍‌! ଏ ଲୋକକୁ ନେଇ ମୁଁ କେମିତି ଚଳୁଛି ଏକଥା ମୋତେ ଜଣା।

ସ୍ବାମୀ: ଆଲୋ ପୁଣି କ’ଣ ହେଲା?

ସ୍ତ୍ରୀ: ତମକୁ ପରା କହିଲି ସତର୍କତା ଅବଲମ୍ବନ କରିବା। ସତର୍କତା ଅବଲମ୍ବନ କରିବା ମ‌ାନେ କ’ଣ ବାହାର ଖାଦ୍ୟ ଖାଇବା? ରାଜ୍ୟରେ ଝାଡ଼ାବାନ୍ତି ନିୟନ୍ତ୍ରଣାଧୀନ ନହେବା ପର୍ଯ୍ୟନ୍ତ କ’ଣ ଆମେ ଟିକେ ବାହାର ଖାଦ୍ୟକୁ ପାସୋରି ପାରିବାନି?

ସ୍ବାମୀ: ଠିକ୍‌ କହିଛୁ ଲୋ ମୋ ସୁନ୍ଦରୀ। ମୁଁ ତୋ ପାଇଁ ତୋ ପ୍ରିୟ ଜାମୁକୋଳି ଆଣି‌ଦେବି ‌ଯାଉଛି।

ସ୍ତ୍ରୀ: ସ୍ମିତହାସ୍ୟ ଦେଇ, ହଉ ଯାଅ।

(ବିଦ୍ର: ଓଡ଼ିଶାରେ ଏବେ ଝାଡ଼ାବାନ୍ତି ନିୟନ୍ତ୍ରଣ ବାହାରେ। ଆମେ କିନ୍ତୁ ସତର୍କ ରଖିଲେ ତାହାକୁ ନିୟନ୍ତ୍ରଣକୁ ଆଣିପାରିବା। ଏଥିପାଇଁ ଆମକୁ ହିଁ ଚେଷ୍ଟା କରିବାକୁ ପଡ଼ିବ)

କାର୍ଟୁନ: ଦେବାଶିଷ

https://sambad.in/cartoon-stories/cartoon-on-waterlogging-problem-in-bhubaneswar-9486398

https://sambad.in/special/cartoon-story-9485797

https://sambad.in/special/cartoon-story-9481696

https://sambad.in/special/cartoon-story-9474729

https://sambad.in/cartoon-stories/sambad-cartoon-corner-student-suffer-to-reach-school-due-to-flood-in-koraput-9470234

https://sambad.in/cartoon-stories/cartoon-on-vegetable-price-hike-in-odisha-market-after-rain-9467757

https://sambad.in/story/cartoon-on-bhubaneswar-water-logging-situation-9461815