Indian truck driver takes life of three people in america Photograph: (sambad.in)
ନୂଆଦିଲ୍ଲୀ: ଭାରତୀୟ ଟ୍ରକ୍ ଚାଳକ ନେଲେ ୩ଜଣଙ୍କ ଜୀବନ। ଆମେରିକାରେ ଜଣେ ୨୧ ବର୍ଷୀୟ ଭାରତୀୟ ଡ୍ରାଇଭରଙ୍କ ଭୁଲ୍ ପାଇଁ ୩ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି। ଅଭିଯୁକ୍ତର ନାମ ଜଶନପ୍ରୀତ ସିଂହ। ଜଶନପ୍ରୀତ ଆମେରିକାରେ ଅବୈଧ ଭାବେ ରହୁଥିବା ଜଣାଯାଇଛି। ଦକ୍ଷିଣ କାଲିଫର୍ନିଆର ସାନ ବର୍ନାର୍ଡିନୋ କାଉଣ୍ଟି ଫ୍ରିୱେରେ ମଦ୍ୟପାନ କରି ଜଶନପ୍ରୀତ ଧୀର ଗତିରେ ଯାଉଥିବା କାର୍ଗୁଡ଼ିକୁ ଧକ୍କା ଦେଇଥିଲେ। ତାଙ୍କ ଟ୍ରକ୍ ଦ୍ବାରା ଧକ୍କା ଖାଇଥିବା ଯାନବାହନ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଗାଡ଼ି ଭିତରେ ଥିବା ଅନେକ ଲୋକ ମୃତାହତ ହୋଇଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ୩ଜଣଙ୍କ ଜୀବନ ଚାଲିଥିବା କୁହାଯାଉଛି। ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିଲେ ଜଶନପ୍ରୀତ
ସୂଚନା ମୁତାବକ, ଜଶନପ୍ରୀତ ସିଂହ ୨୦୨୨ ମସିହାରେ ଦକ୍ଷିଣ ସୀମା ପାର୍ କରି ବେଆଇନ ଭାବରେ ଆମେରିକାରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ମାର୍ଚ୍ଚ ୨୦୨୨ରେ କାଲିଫର୍ନିଆର ଏଲ୍ ସେଣ୍ଟ୍ରୋ ସେକ୍ଟରରେ ସୀମା ପାଟ୍ରୋଲିଂ କରୁଥିବା ଏଜେଣ୍ଟମାନେ ଗିରଫ କରିଥିଲେ। କିନ୍ତୁ ସେତେବେଳେ ବାଇଡେନ୍ ପ୍ରଶାସନର ନୀତି ଅନୁଯାୟୀ ତାଙ୍କୁ ମୁକ୍ତ କରାଯାଇଥିଲା।
ଆହୁରି ପଢ଼ନ୍ତୁ: Bill Gates Joins Smriti Irani Show: "କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨" ରେ ଅଭିନୟ କରିବେ ବିଲ୍ ଗେଟ୍ସ
ଦୁର୍ଘଟଣାରେ ୩ଜଣଙ୍କ ଜୀବନ ଯାଇଛି
ଏହି ଭୟଙ୍କର ଦୁର୍ଘଟଣାଟି ଜସପ୍ରୀତ ସିଂହଙ୍କ ଟ୍ରକରେ ଲାଗିଥିବା ଡ୍ୟାସକ୍ୟାମରେ କଏଦ ହୋଇଥିଲା। ଏଥିରେ ଏକ ବଡ଼ ଟ୍ରକ୍ ପ୍ରଥମେ ଏକ ଏସୟୁଭି ସହିତ ଧକ୍କା ହେଉଥିବାର ଦେଖାଯାଇଛି। ଏହି ଦୁର୍ଘଟଣାରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଦୁର୍ଘଟଣାରେ ମୃତ ତିନି ଜଣଙ୍କର ଏପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ। ଆହତଙ୍କ ମଧ୍ୟରେ ଜସପ୍ରୀତ ସିଂହ ନିଜେ ଏବଂ ଟାୟାର ପରିବର୍ତ୍ତନ କରିବାରେ ସାହାଯ୍ୟ କରୁଥିବା ଜଣେ ମେକାନିକ୍ ଅଛନ୍ତି।
ଆହୁରି ପଢ଼ନ୍ତୁ: Austrian PilotJacob Kramer Rescued: ୧୪ହଜାର ଫୁଟ ଉଚ୍ଚରେ ଫସି ରହିଥିବା ପାଇଲଟଙ୍କୁ ସୁରକ୍ଷିତ ଭାବେ କରାଗଲା ଉଦ୍ଧାର
ଆହୁରି ପଢ଼ନ୍ତୁ: Ram Charan will become father again: ଦ୍ୱିତୀୟ ଥର ପାଇଁ ପିତାମାତା ହେବେ ରାମ-ଉପାସନା
Follow Us