Advertisment

Truck Accident ବସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ଟ୍ରକର ଡ୍ରାଇଭର ଗୁରୁତର

Advertisment

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ତାରିଣୀ ଛକରେ ଛିଡ଼ା ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଡଷ୍ଟ ବୋଝେଇ ଟ୍ରକ। ଦୁର୍ଘଟଣାରେ ଦୁଇ ଟ୍ରକର ଡ୍ରାଇଭର ଗୁରୁତର ହୋଇଛନ୍ତି।

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ତାରିଣୀ ଛକରେ ଛିଡ଼ା ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଡଷ୍ଟ ବୋଝେଇ ଟ୍ରକ। ଦୁର୍ଘଟଣାରେ ଦୁଇ ଟ୍ରକର ଡ୍ରାଇଭର ଗୁରୁତର ହୋଇଛନ୍ତି।

Untitled

Accident at basta, 2 truck drivers critical Photograph: (sambad.in)

ବସ୍ତା: ଜାତୀୟ ରାଜପଥ ପାର୍ଶ୍ବରେ ଛିଡ଼ା ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଡଷ୍ଟ ବୋଝେଇ ଟ୍ରକ। ଦୁର୍ଘଟଣାରେ ଦୁଇ ଟ୍ରକର ଡ୍ରାଇଭର ଗୁରୁତର ହୋଇଛନ୍ତି।

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ତାରିଣୀ ଛକରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୂଚନା ଅନୁଯାୟୀ ବାଲେଶ୍ବର ରୁ ଜଳେଶ୍ବର ଅଭିମୁଖେ ଯାଉଥିବା ଏକ ସିମେଣ୍ଟ.ବୋଝେଇ ଟ୍ରକର ଚକା ଫାଟି ଯିବାରୁ ତାରିଣୀ ଛକ ନିକଟରେ ରାସ୍ତା ପାର୍ଶ୍ବ ରେ ଛିଡା ହୋଇଥିଲା। ଏହି ସମୟରେ ପଛପଟୁ ଆସୁଥିବା ଏକ ଡଷ୍ଟ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ଜୋର ରେ ଧକ୍କା ଦେଇଥିଲା। ଫୂରେ ଟ୍ରକର ଆଗ ପଟ ସମ୍ପୂର୍ଣ୍ଣ ଚୂରମାର ହେବା ସହ ଟ୍ରକ ଭିତରେ ଡ୍ରାଇଭର ଫସି ରହିଥିଲେ। ଅନ୍ୟ ପଟେ ଧକ୍କା ହେବା ଯୋଗୁ ସିମେଣ୍ଟ ବୋଝେଇ ଟ୍ରକଟି ରାସ୍ତା ପାର୍ଶ୍ବକୁ ଖସି ପଡ଼ିଥିଲା।

Songs Of Dr Pratibha Ray ଡକ୍ଟର ପ୍ରତିଭା ରାୟଙ୍କ ଗୀତ ଉପରେ ଆଧାରିତ ସଂଗୀତ ଭିଡିଓଗୁଡ଼ିକର ସଂକଳନ ପ୍ରଦର୍ଶନ

ଦୁଇ ଟ୍ରକର ଡ୍ରାଇଭର ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ୟାନ୍ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି। ବସ୍ତା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ି ଜବଦ କରି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe