ଚାଷଜମିରେ ବିଦ୍ୟୁତ୍‌ ତାର ଛିଣ୍ଡିଲା: ଜଳିଗଲେ ଚାଷୀ, ଉଜୁଡ଼ିଲା ବ୍ୟାପକ ଫସଲ

ନରସିଂହପୁର ଗ୍ରାମର ଭଗବାନ ଦାସଙ୍କ ପୁଅ ପ୍ରମୋଦ ଦାସ ନିଜ ଜମିରେ ଧାନ ବିଡ଼ା ଏକାଠି କରୁଥିଲେ। ତାଙ୍କ ଜମି ଉପର ଦେଇ ବିଦ୍ୟୁତ ଯାଇଛି। ପ୍ରମୋଦ ଆଜି ବିଲରେ କାମ କରୁଥିବା ବେଳେ ପୂର୍ବରୁ ଓହଳି ରହିଥିବା ୧୧ କେଭି ବିଦ୍ୟୁତ ତାର ଛିଡ଼ି ତାଙ୍କ ଉପରେ ପଡ଼ିଥିଲା।

Farmers burned in Chandbali.

Farmers burned in Chandbali. Photograph: (Sambad )

ଭଦ୍ରକ: କର୍ମ କରିବ ଜଣେ, ଫଳ ଭୋଗିବ ଅନ୍ୟ ଜଣେ। ବିଦ୍ୟୁତ୍‌ ବିଭାଗର ଅସାବଧାନତା ପାଇଁ ଜଣେ ଯୁବ ଚାଷୀଙ୍କର ଜୀବନ ଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ (ଏନ୍‌ଏସି) ଅନ୍ତର୍ଗତ ନରସିଂହପୁର ଗ୍ରାମରେ ଶୁକ୍ରବାର ଅପରାହ୍‌ଣରେ ଏଭଳି ଏକ ଅଭାବନୀୟ ଅଘଟନ ଘଟିଛି। ମୃତ ବ୍ୟକ୍ତି ହେଲେ ପ୍ରମୋଦ ଦାସ। 

ଏହି ଖବର ପଢ଼ନ୍ତୁ: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶାଗସ୍ତ ବାତିଲ୍

ସୂଚନା ମୁତାବକ, ନରସିଂହପୁର ଗ୍ରାମର ଭଗବାନ ଦାସଙ୍କ ପୁଅ ପ୍ରମୋଦ ଦାସ ନିଜ ଜମିରେ ଧାନ ବିଡ଼ା ଏକାଠି କରୁଥିଲେ। ତାଙ୍କ ଜମି ଉପର ଦେଇ ବିଦ୍ୟୁତ ଯାଇଛି। ପ୍ରମୋଦ ଆଜି ବିଲରେ କାମ କରୁଥିବା ବେଳେ ପୂର୍ବରୁ ଓହଳି ରହିଥିବା ୧୧ କେଭି ବିଦ୍ୟୁତ ତାର ଛିଡ଼ି ତାଙ୍କ ଉପରେ ପଡ଼ିଥିଲା। ଏହି ଅପ୍ରୀତିକର ଅଘଟଣ ପରେ ତାଙ୍କ ଶରୀର ଜଳିବା ଆରମ୍ଭ ହୋଇଯାଇଥିଲା। ଏଥି ସହ ଧାନଗଦା ମଧ୍ୟ ଜଳି ଯାଇଥିଲା। ଆଖପାଖର ବିଲରେ ଥିବା ଅନ୍ୟ ଚାଷୀମାନେ କିଛି ବୁଝିବା ପୂର୍ବରୁ ପ୍ରମୋଦଙ୍କ ସହ ୨ ଏକର ଧାନ କ୍ଷେତ ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା।

ଏହି ଖବର ପଢ଼ନ୍ତୁ: ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ: ଅବକାରୀ ମନ୍ତ୍ରୀ

ପ୍ରମୋଦ ଦାସ ନିଜ ଜମିରେ ଧାନ ବିଡ଼ା ଏକାଠି କରୁଥିଲେ। ତାଙ୍କ ଜମି ଉପର ଦେଇ ବିଦ୍ୟୁତ ଯାଇଛି। ପ୍ରମୋଦ ଆଜି ବିଲରେ କାମ କରୁଥିବା ବେଳେ ପୂର୍ବରୁ ଓହଳି ରହିଥିବା ୧୧ କେଭି ବିଦ୍ୟୁତ ତାର ଛିଡ଼ି ତାଙ୍କ ଉପରେ ପଡ଼ିଥିଲା। ଏହି ଅପ୍ରୀତିକର ଅଘଟଣ ପରେ ତାଙ୍କ ଶରୀର ଜଳିବା ଆରମ୍ଭ ହୋଇଯାଇଥିଲା। ଏଥି ସହ ଧାନଗଦା ମଧ୍ୟ ଜଳି ଯାଇଥିଲା।

ଏହି ଖବର ପଢ଼ନ୍ତୁ: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଆରଆଇ ସୁରେନ୍ଦ୍ର ତନ୍ତୀ ଗିରଫ

ଧାନ କ୍ଷେତରେ ପ୍ରମୋଦ ଜଳୁଥିବା ବେଳେ ଅନ୍ୟମାନେ ଦେଖଣହାରୀ ସାଜିଥିଲେ। ବିଦ୍ୟୁତ ତାରରୁ ନିଆଁ ଲାଗି ଥିବାରୁ ଆଗକୁ କେହି ବି ଯିବାକୁ ସାହସ କରିପାରି ନଥିଲେ। ଭୟରେ କେହି ପାଖକୁ ଯାଇ ନ ଥିଲେ। ଫଳରେ ଘଟଣାସ୍ଥଳରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ପରେ ଚାନ୍ଦବାଲି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ଘଟଣାସ୍ଥଳରେ ଚାନ୍ଦବାଲି ପୁଲିସ ପହଞ୍ଚି ମୃତଦେହ ଜବତ କରି‌ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ‌

ଏହି ଖବର ପଢ଼ନ୍ତୁ: ଶୁଖିଗଲା ତେଲିଙ୍ଗିରି ଜଳଭଣ୍ଡାର, ଜାନୁଆରି ପ୍ରଥମ ସପ୍ତାହରୁ ମରାମତି

ତେବେ ଯୁବଚାଷୀ ଜଣକ ‌କ୍ଷେ‌ତରେ ଜଳିଯିବା, ବ୍ୟାପକ ଫସଲ ନଷ୍ଟ ଓ ବିଦ୍ୟୁତ୍‌ ବିଭାଗର ଅବହେଳାକୁ ନେଇ ଧୀରେଧୀରେ ପରିସ୍ଥିତି ଉତ୍ତେଜନା ଆଡକୁ ଗତି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe