Advertisment

15 Goats Burnt: ସମିତି ସଭ୍ୟଙ୍କ ଗୁହାଳରେ ୧୫ ଛେଳି ଦଗ୍ଧ, କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ

Advertisment

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଖଣ୍ଡିକୋଟି ଗ୍ରାମର ଏକ ଗୁହାଳରେ ନିଆଁ ଲାଗି ୧୫ ଛେଳି ଛୁଆ ଜୀବନ୍ତ ଦଗ୍ଧ ହୋଇଥିବା ଅଭିଯୋଗ ହୋଇଛି। କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଖଣ୍ଡିକୋଟି ଗ୍ରାମର ଏକ ଗୁହାଳରେ ନିଆଁ ଲାଗି ୧୫ ଛେଳି ଛୁଆ ଜୀବନ୍ତ ଦଗ୍ଧ ହୋଇଥିବା ଅଭିଯୋଗ ହୋଇଛି। କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି।

Untitled-25.jpg

15 goats burnt at bhanjanagar Photograph: (Sambad.in)

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଖଣ୍ଡିକୋଟି ଗ୍ରାମର ଏକ ଗୁହାଳରେ ନିଆଁ ଲାଗି ୧୫ ଛେଳି ଛୁଆ ଜୀବନ୍ତ ଦଗ୍ଧ ହୋଇଥିବା ଅଭିଯୋଗ ହୋଇଛି। ଗୁଣ୍ଡୁରିବାଡ଼ି ପଞ୍ଚାୟତର ସମିତିସଭ୍ୟ ଶ୍ରୀନିବାସ ବିଶ୍ଵାଳଙ୍କ ଗୁହାଳ ବୋଲି ଜଣାପଡିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି।

୪ଟି ଛେଳି ଛୁଆ ଉଦ୍ଧାର

ଗ୍ରାମ ଠାରୁ କିଛି ଦୂରରେ ଗୁହାଳଟି ରହିଥିବା ବେଳେ ବଡ଼ ଛେଳିଗୁଡ଼ିକୁ ଚରିବା ପାଇଁ ବାହାରକୁ ଛଡ଼ା ଯାଇଥିଲା। ତେବେ ଛୁଆ ଛେଳିମାନେ ଗୁହାଳରେ ରହିଥିବା ବେଳେ ନିଆଁ ଲାଗିବା ପରେ ସେଥିରୁ ବାହାରି ପାରିନଥିଲେ। ନିଆଁଲଗିଥିବା ଦେଖି କିଛି ଲୋକ ଛେଳିଗୁଡ଼ିକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ୪ଟି ଛେଳି ଛୁଆ ଉଦ୍ଧାର ହୋଇଥିବା ଶ୍ରୀନିବାସ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: Accident Student Death: ସ୍ପିଡ ବାଇକ ଧକ୍କାରେ ସରକାରୀ ଆୟୁର୍ବେଦିକ କଲେଜ ଛାତ୍ରୀଙ୍କ ମୃତ୍ୟୁ

ନିଆଁର ପ୍ରକୋପ ଏତେ ପରିମାଣ ଥିଲା ଯେ ଗୁହାଳ ନିକଟରେ ଥିବା ଏକ ଆଖୁ କିଆରିକୁ ମଧ୍ୟ ବ୍ୟାପି କିଛି ଆଖୁ ଚାଷ କ୍ଷୟକ୍ଷତି ଘଟିଥିଲା। ଏଥିସହ ଗୁହାଳରେ ଥିବା କୃଷି ଯନ୍ତ୍ରପାତି ସହ ୩ ଗୋଟି ପୁରୁଣା ଟାୟାର ପାଣି ପମ୍ପ, ସ୍ପ୍ରୀଙ୍କଲର ଆଦି ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା। ଖବର ପାଇ ଭଞ୍ଜନଗର ଦମକଳ କେନ୍ଦ୍ରର ଦୁଇଟି ୟୁନିଟ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏସଂପର୍କରେ ସେ ରାଜସ୍ବ ଓ ପୁଲିସ ନିକଟରେ ଅଭିଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe