Advertisment

Miscreants Throw Bomb: ଅଧରାତିରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ, ବୁଲିଲା ଖଣ୍ଡା: ଫିଙ୍ଗିଲେ ବୋମା, ମୁଖ୍ୟ ଅଭିଯୁକ୍ତ ଅଟକ

Advertisment

ରାତି ପ୍ରାୟ ୧୧ଟା ୧୫ ବେଳକୁ ଆଇନଜୀବୀ ଶ୍ରୀ ତ୍ରିପାଠୀ ଘର ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଖଣ୍ଡା ଧରି ତାଙ୍କ ପାଖକୁ ମାଡ଼ି ଆସିଥିଲେ। କେହି କିଛି ଭାବିବା ଆଗରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ।

ରାତି ପ୍ରାୟ ୧୧ଟା ୧୫ ବେଳକୁ ଆଇନଜୀବୀ ଶ୍ରୀ ତ୍ରିପାଠୀ ଘର ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଖଣ୍ଡା ଧରି ତାଙ୍କ ପାଖକୁ ମାଡ଼ି ଆସିଥିଲେ। କେହି କିଛି ଭାବିବା ଆଗରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ।

Untitled-6.jpg

Miscreants throw bomb, main accused detained Photograph: (sambad.in)

ବ୍ରହ୍ମପୁର: ବିଶ୍ବକପ୍‌ ଖେଳରେ ଭାରତ ଜିତିବା ପରେ ବାଣ ଫୁଟା ସରିଥିଲା। ପୂରା ସହର ଶୋଇବାକୁ ଯାଉଥିଲା। ସବୁଠି ନିସ୍ତବ୍ଧତା ବାରି ହୋଇ ପଡ଼ୁଥିଲା। ଠିକ୍‌ ଏତିକି ବେଳେ ବଡ଼ବଜାର ଥାନା ଅଞ୍ଚଳରେ ଫୁଟିଥିଲା ବୋମା। ଢୋ..ଢା ଶବ୍ଦରେ କମ୍ପିଯାଇଥିଲା ଶାନ୍ତିମାର୍ଗ ତୃତୀୟଗଳି। ଆଇନଜୀବୀ ମହେଶ ତ୍ରିପାଠୀଙ୍କ ଘର ଉପରକୁ ଘନ ଘନ ବୋମାମାଡ଼ ହୋଇଥିଲା। ଏଥିରେ ୨ଜଣ ଆହତ ହୋଇଥିବା ଖବର ମିଳିଛି। ରିପୋର୍ଟ ଲେଖା ହେଲା ବେଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି। ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖାଯାଇଥିବା ବ୍ରହ୍ମପୁର ଏସ୍‌ପି ଡା.ଶରବଣା ବିବେକ ଏମ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ରାତି ପ୍ରାୟ ୧୧ଟା ୧୫ ବେଳକୁ ଆଇନଜୀବୀ ଶ୍ରୀ ତ୍ରିପାଠୀ ଘର ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଖଣ୍ଡା ଧରି ତାଙ୍କ ପାଖକୁ ମାଡ଼ି ଆସିଥିଲେ। କେହି କିଛି ଭାବିବା ଆଗରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ। ୨ଟି ବୋମା ଘର ପାଖରେ ପଡ଼ିଥିଲା। ଶବ୍ଦ ଶୁଣି ଶ୍ରୀ ତ୍ରିପାଠୀଙ୍କ ପରିବାର ଲୋକେ ବି ବାହାରକୁ ଚାଲି ଆସିଥିଲେ। ଏହି ସମୟ‌ରେ ଦୁର୍ବୃତ୍ତମାନେ ଖଣ୍ଡା ଦେଖାଇ ଆଇନଜୀବୀଙ୍କ ପୂରା ପରିବାରକୁ ଧମକାଇଥିଲେ। ଖଣ୍ଡା ଧରି ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ଆକ୍ରମଣ ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି। ଖବର ପାଇ ତୁରନ୍ତ ବଡ଼ବଜାର ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଛି। ବୋମାମାଡ଼ ପରେ ସେଠାରେ ପଡ଼ିଥିବା ସୁତୁଲି, ଗୋଡ଼ି ଓ ଅନ୍ୟ ନମୂନା ସଂଗ୍ରହ କରିଛି ପୁଲିସ। ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ଏକ ଖଣ୍ଡା ବି ମିଳିଥିବା ଜଣାପଡ଼ିଛି।

Crude Oil Price: ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାର ଟପିଲା: ଏହି ମୂଲ୍ୟ ବହୁତ କମ୍ କହିଲେ ଟ୍ରମ୍ପ

ଘଟଣାର ତଦନ୍ତ ଚାଲିଛି

ସୂଚନାଯୋଗ୍ୟ, ଏହି ଅଞ୍ଚଳରେ କିଛି ଦୁର୍ବୃତ୍ତ ଗତ କିଛିଦିନ ଧରି ଆତଙ୍କ ଚଳାଇଛନ୍ତି। ବଟି ଆଦାୟ ନାଁରେ ଏକ ଗୋଷ୍ଠୀ ଅରାଜକତା ଚଳାଉଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ଚାଲିଛି ଓ ଖୁବଶୀଘ୍ର ଅଭିଯୁକ୍ତ ଧରାପଡ଼ିବେ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe