ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ସୁରତ ପୁଲିସ ମାଡ଼ରେ ସତ୍ୟ ସ୍ବାଇଁଙ୍କ ମୃତ୍ୟୁ ଘଟଣା : ଗୁଜରାଟ ଡିଜି, ସୁରତ ଜିଲ୍ଲାପାଳ ଓ ପୁଲିସକୁ ଏନ୍‌ଏଚ୍‌ଆରସିଙ୍କ…

ବ୍ରହ୍ମପୁର : ସୁରତ ଆମ୍ରୋଲି ଥାନା ପୁଲିସ ମାଡ଼ରେ ସୂତାକଳ ଶ୍ରମିକ ଗଞ୍ଜାମର ସତ୍ୟବାନ ସ୍ବାଇଁଙ୍କ ମୃତ୍ୟୁ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିସନ। ଗୁଜରାଟ ଡିଜି, ସୁରତ କମିସନରେଟ୍‌ ପୁଲିସ ଓ ସୁରତ ଜିଲ୍ଲାପାଳଙ୍କୁ ଏନ୍‌ଏଚ୍‌ଆରସି ଜବାବ ତଲବ୍‌ କରିଛନ୍ତି। ଶବ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଦେଇ କୋଭିଡ କେୟାର ସେଣ୍ଟର ଯାଉଛନ୍ତି ପରିବାର ଲୋକ: ଶିକ୍ଷକ ମାନଙ୍କ ଖାତା ଦେଖା ବର୍ଜନ ଧମକ, ଶିକ୍ଷକଙ୍କ ସହ…

ଭଞ୍ଜନଗର: ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆଜି ଶିକ୍ଷକ ଏବଂ କୋଭିଡ କେୟାରରେ ଥିବା ଅନ୍ତେବାସୀଙ୍କ ପରିଜନ ଭିତରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି। ଏନେଇ ମାଟ୍ରିକ୍‌ ଖାତା ଦେଖାରେ ନିୟୋଜିତ ଥିବା ଶିକ୍ଷକ ମାନେ ଖାତା ଦେଖା ବନ୍ଦ କରି ସ୍କୁଲ ସାମ୍ନାକୁ ଆସି ଏହାର ସମାଧାନ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ: ଜିଲ୍ଲାପାଳ

ଗଞ୍ଜାମ: ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ବଢ଼ୁଥିଲେ ବି ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ | ଯେଉଁ ସବୁ ପଜିଟିଭ ମାମଲା ଆସୁଛି ସେମାନଙ୍କର ସିଧାସଳଖ ସମ୍ପର୍କ ପ୍ରବାସୀ ଫେରନ୍ତାଙ୍କ ସହ ରହିଛି | ସବୁ ପଜିଟିଭ ମାମଲାର ଯାତ୍ରା ବିବରଣୀ ପ୍ରବାସୀ ଫେରନ୍ତାଙ୍କ ସହ ସମ୍ପର୍କ ରଖୁଥିବାରୁ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲାକୁ ଫେରିଲେଣି ୧ଲକ୍ଷ ୩୬ହଜାର ପ୍ରବାସୀ: ଘରୋଇ ସଙ୍ଗରୋଧରେ ୯୮ହଜାର, ତଦାରଖ ପ୍ରଶାସନ ପାଇଁ ବଡ…

ବ୍ରହ୍ମପୁର: ଲକ୍‌ଡାଉନ୍‌ କଟକଣା କୋହଳ ପରେ ରାଜ୍ୟ ବାହାରୁ ଗଞ୍ଜାମ ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୩୬ହଜାର ପ୍ରବାସୀ ଓଡ଼ିଆ ଫେରିଲେଣି। ଜୁନ ‌‌ଶେଷ ପର୍ଯ୍ୟନ୍ତ ପ୍ରବାସୀ ଓଡ଼ିଆ ଫେରିବା ପ୍ରକ୍ରିୟା ଜାରି ରହିବ। ବର୍ତ୍ତମାନ ଜିଲ୍ଲାରେ ୯୮ହଜାର ପ୍ରବାସୀ ୧୪ ଦିନିଆ ଘରୋଇ ସଙ୍ଗରୋଧରେ…
ଅଧିକ ଖବର ଦେଖନ୍ତୁ...

ଛେଳି ବେପାରୀଙ୍କୁ ମାଡ଼ ମାରି ଲୁଟ ଘଟଣାରେ ୧୧ ଜଣ ଗିରଫ, ୧୨ ଲକ୍ଷ ୫୯ ହଜାର ଟଙ୍କା ଜବତ

ବ୍ରହ୍ମପୁର/ଶେରଗଡ଼: ଗତ ମାସ ୨୭ ତାରିଖ ରାତିରେ ଧରାକୋଟ ଥାନା ଅନ୍ତର୍ଗତ ବାଦଗଡ଼ କୁଲାଗଡ଼ ରାସ୍ତାରେ ଛେଳି ବେପାରୀ ବି. ବାୟା ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀ ଏ ଗଣେଷ ଏବଂ ଭି. ତ୍ରିପତି ପାତ୍ରଙ୍କୁ ମାଡ଼ ମାରି ୧୨ ଲକ୍ଷ ୮୦ ହଜାର ଟଙ୍କା ଲୁଟ ଘଟଣାରେ ପୁଲିସ ୧୧ ଜଣଙ୍କୁ ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୨୨୪୫ଆକ୍ରାନ୍ତଙ୍କ ଭିତରୁ ଜାଣନ୍ତୁ, କେଉଁ ଜିଲ୍ଲାରେ ଏଯାବତ୍ କେତେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ିରେ ଭୂତ ହିତାଧିକାରୀ! ବାର୍ଷିକ ସର୍ଭେ ରେଜିଷ୍ଟାର ଯାଞ୍ଚ ନିର୍ଦ୍ଦେଶ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅଣ୍ଡା କ୍ରୟ ଓ ଯୋଗାଣ ଦାୟିତ୍ବ ସ୍ବୟଂ ସହାୟିକା ଗୋଷ୍ଠୀକୁ ଦିଆଯିବା ପରେ ବିବାଦ ମୁଣ୍ଡ ଟେକିଛି। ଅଙ୍ଗନବାଡ଼ି କର୍ମୀ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧ କରି ଆସୁଛନ୍ତି। ଏହି ବିବାଦ ଲାଗି ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ-ଆମ ଓଡ଼ିଶା ଓ ଆସିକା ଆମ ପୁଲିସ ସମିତିର ମେଗା ରକ୍ତଦାନ ଶିବିର : ୩୨ କରୋନା ଯୋଦ୍ଧାଙ୍କ ସମେତ ୩୦୪ ଜଣ ରକ୍ତ…

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା ପରିସରରେ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ତତ୍ତ୍ବାବଧାନରେ ଆମ ପୁଲିସ ସମିତି ଓ ସମ୍ବାଦ-ଆମ ଓଡ଼ିଶା ମିଳିତ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଭତ ୨୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୦୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଆସିକା…
ଅଧିକ ଖବର ଦେଖନ୍ତୁ...

ଚିକିଟି :ବଜ୍ରାଘାତ ନେଲା ୫ ଜୀବନ, ଜଣେ ଗୁରୁତର

ଚିକିଟି/ଚକାପାଦ : ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଆଜି ବଜ୍ରାଘାତ ୫ ଜୀବନ ନେଇଛି। ମୃତକଙ୍କ ମଧ୍ୟରେ ଜଣେ ସୁରତ ଫେରନ୍ତା ଓ ଜଣେ ନାବାଳିକା ଅଛନ୍ତି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ତାକରଡ଼ା ପଞ୍ଚାୟତ ବାଘୁଆଡେଙ୍ଗାବାଡ଼ି କଲୋନିରେ ବଜ୍ରାଘାତରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ,…
ଅଧିକ ଖବର ଦେଖନ୍ତୁ...

ସୁରତରୁ ଘରକୁ ଫେରିଥିଲେ, ବଜ୍ରପାତରେ ପ୍ରାଣ ଗଲା

ବ୍ରହ୍ମପୁର: ଗୁଜୁରାଟରେ ଲକଡାଉନ ପାଇଁ ଚଳିବାରେ ଅସୁବିଧା ହେବାରୁ ନିଜ ଗାଁକୁ ଫେରିଆସିଥିଲେ ଯୁବକ | ନିଜ ପରିବାର ସହ ଯେନତେନ ଚଳିବାକୁ ଆଶା ବାନ୍ଧି ସୁଦୂର ସୁରତରୁ ଚାଲିଆସିଥିବା ଯୁବକଙ୍କର ବଜ୍ରପାତ ଜୀବନ ନେଇଯାଇଛି | ଗଞ୍ଜାମ ଜିଲ୍ଲାରେ ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି |…
ଅଧିକ ଖବର ଦେଖନ୍ତୁ...