ସ୍ୱାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ

Advertisment

ଜୟନ୍ତୀ ଅବସରରେ କୁଇ ସାମାଜ ତରଫରୁ ଆଦିବାସୀ ପରମ୍ପରା ଅନୁଯାୟୀ ଶତାଧିକ ସ୍ଥାନୀୟ ମହିଳା ପୁରୁଷ ବାଦ୍ୟ ନୃତ୍ୟ ସହ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଯାଇ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।

ଜୟନ୍ତୀ ଅବସରରେ କୁଇ ସାମାଜ ତରଫରୁ ଆଦିବାସୀ ପରମ୍ପରା ଅନୁଯାୟୀ ଶତାଧିକ ସ୍ଥାନୀୟ ମହିଳା ପୁରୁଷ ବାଦ୍ୟ ନୃତ୍ୟ ସହ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଯାଇ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।

Birth anniversary of Chakara Bisoi celebrated

Birth anniversary of Chakara Bisoi celebrated Photograph: (Sambad)

ଘୁ.ଉଦୟଗିରି: ସ୍ଥାନୀୟ ନିଖିଳ ଉତ୍କଳ କୁଇ ସମାଜ ୟୁନିୟନ୍‌ ପକ୍ଷରୁ ଭାରତ ମୁକ୍ତି ସଂଗ୍ରାମର ଅନବଦ୍ୟ ଯୋଦ୍ଧା ତଥା ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ଉତ୍ସବ ସ୍ଥାନୀୟ ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଖବର ପଢ଼ନ୍ତୁ: ଓଡ଼ିଶାର ଦାର୍ଜିଲିଂରେ ଶୀତର ପ୍ରକୋପ: ତାପମାତ୍ରା ୫.୨ଡିଗ୍ରି, ଥରୁଛନ୍ତି ଲୋକେ

ଏହି କୁଇ ସାମାଜ ତରଫରୁ ପାରମ୍ପରିକ ଜନଜାତି ବେଶଭୁଷା ପରିଧାନ କରି ସହର ପରିକ୍ରମା କରିଥିଲେ। ସମସ୍ତ ଅତିଥି ଓ ବୁଦ୍ଧିଜୀବୀ ଆଦିବାସୀ ପରମ୍ପରା ଅନୁଯାୟୀ ଶତାଧିକ ସ୍ଥାନୀୟ ଆଦିବାସୀ ମହିଳା ପୁରୁଷ ବାଦ୍ୟ ନୃତ୍ୟ ସହ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଯାଇ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ କୁଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଗାନ୍ଧୀଛକ ଠାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଶେଷରେ କୁଇ ସମାଜ ସଭାଗୃହ ଠାରେ ଆୟୋଜିତ ବୈଠକରେ ସମସ୍ତ ଅତିଥି ଉପସ୍ଥିତ ହୋଇଥିଲେ।

ଏହି ଖବର ପଢ଼ନ୍ତୁ: ନଦୀରେ ଭାସୁଥିବା ବଲ୍‌ ଆଣିବାକୁ ଯାଇ ଜୀବନ ହାରିଲେ ୨ ଛାତ୍ର

ଅତିଥି ଓ ବୁଦ୍ଧିଜୀବୀ ଆଦିବାସୀ ପରମ୍ପରା ଅନୁଯାୟୀ ଶତାଧିକ ସ୍ଥାନୀୟ ଆଦିବାସୀ ମହିଳା ପୁରୁଷ ବାଦ୍ୟ ନୃତ୍ୟ ସହ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଯାଇ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ କୁଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। 

ଏହି ଖବର ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୧୭ ଜଣଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ଏହି କାର୍ଯ୍ୟକ୍ରମରେ କୁଇ ସାମାଜ ଅଧ୍ୟକ୍ଷ ପବିତ୍ର କହଁର, ଭାସ୍କର ପ୍ରଧାନ ତଥା ନିଖିଳ ଉତ୍କଳ କୁଇ ସାମାଜ ୟୁନିଅନ ଯୁବ ପରିଷଦ ସଭାପତି ଆମନ ପ୍ରଧାନ, ଉପସଭାପତି ଉଦ୍ଧବ ପ୍ରଧାନ, ସମ୍ପାଦକ ମନୋରଞ୍ଜନ ପ୍ରଧାନ, ମିଡିଆ ପ୍ରଭାରୀ ଉମେଶ ପ୍ରଧାନ, ସାର୍ଜନ ପ୍ରଧାନ, ସାମାଜ ସେବି ଶଶିଭୂଷଣ ପ୍ରଧାନ, କେନ୍ଦ୍ରୀୟ କୋଷାଧ୍ୟକ୍ଷ ଉଦ୍ଦେଶନ ପ୍ରଧାନ, ଅଭିମନ୍ୟୁ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଦୀପକ ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ।

ଏହି ଖବର ପଢ଼ନ୍ତୁ: ଯୋଜନାର ୨୪ ଘଣ୍ଟା ମଧ୍ୟରେ ସହଦେବଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ: ଡିସିପି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe