Advertisment

Death Baby Elephant କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ

Advertisment

କୂଅରେ ପଡ଼ି ହାତୀଛୁଆ ମୃତ। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁର ମୋହନ ଚରଣ ମହାନ୍ତଙ୍କ କୂଅରେ ଖସିପଡ଼ି ଏକ ହାତୀଛୁଆର ମୃତ୍ୟୁ ଘଟିଛି। ମୃତ ହାତୀଛୁଆକୁ ଉଦ୍ଧାର କରିଛି ବନ ବିଭାଗ ।

କୂଅରେ ପଡ଼ି ହାତୀଛୁଆ ମୃତ। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁର ମୋହନ ଚରଣ ମହାନ୍ତଙ୍କ କୂଅରେ ଖସିପଡ଼ି ଏକ ହାତୀଛୁଆର ମୃତ୍ୟୁ ଘଟିଛି। ମୃତ ହାତୀଛୁଆକୁ ଉଦ୍ଧାର କରିଛି ବନ ବିଭାଗ ।

Screenshot 2026-02-27 075131

baby elephant fell into a well, death Photograph: (Sambad.in)

କେନ୍ଦୁଝର: କୂଅରେ ପଡ଼ି ହାତୀଛୁଆ ମୃତ। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁର ମୋହନ ଚରଣ ମହାନ୍ତଙ୍କ କୂଅରେ ଖସିପଡ଼ି ଏକ ହାତୀଛୁଆର ମୃତ୍ୟୁ ଘଟିଛି। ବିଳମ୍ବିତ ରାତିରେ ଏକ ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ ଖସିପିଡ଼ିଥିଲା ହାତୀଛୁଆ । ମୃତ ହାତୀଛୁଆକୁ ଉଦ୍ଧାର କରିଛି ବନ ବିଭାଗ । 

ପଦ୍ମପୁର ନର୍ସରୀରେ ପୋତି ଦିଆଯିବ

ସୂଚନା ଅନୁଯାୟୀ, ଗତକାଲି ରାତି ୩ଟା ସମୟରେ ଏକ ୧୦ଟିକିଆ ହାତୀପଲ କାଠବାଉଁଶୁଳି ନିକଟରେ ରାସ୍ତା ପାର୍ ହେଉଥିବା ସମୟରେ ନିକଟରେ ଏକ କୂଅ ଭିତରେ ଏହି ୧ବର୍ଷ ବୟସର ଛୁଆ ହାତୀଟି ପଡ଼ି ଯାଇଥିଲା । ହାତୀପଲ ଛୁଆକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ, ଉପରୁ ପଥର ଖସି ଛୁଆ ହାତୀ ମୁଣ୍ଡରେ ବାଜିଥିଲା। ଫଳରେ ଛୁଅହାତୀର ମୃତ୍ୟୁ ଘଟିଥିଲା । ପରେ ବନ ବିଭାଗ, ହାତୀ ଛୁଆର ଶବ ଉଦ୍ଧାର କରିଥିଲା। ଶବ ବ୍ୟବଚ୍ଛେଦ ପରେ ପଦ୍ମପୁର ନର୍ସରୀରେ ପୋତି ଦିଆଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: Literature: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe