ମେଡିକାଲ କଲେଜରୁ ରୋଗୀ ନିଖୋଜ

Advertisment

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରୁ ଗତକାଲି ରାତି ୧୧ଟାରୁ ଜଣେ ଚିକିତ୍ସାଧୀନ ରୋଗୀ ନିଖୋଜ ହୋଇଥିବାକୁ ନେଇ ପରିବାରବର୍ଗ କୋରାପୁଟ ଟାଉନଥାନାର ମେଡିକାଲ କଲେଜ ପାଣ୍ଡିରେ ଅଭିଯୋଗ କରିଛନ୍ତି।

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରୁ ଗତକାଲି ରାତି ୧୧ଟାରୁ ଜଣେ ଚିକିତ୍ସାଧୀନ ରୋଗୀ ନିଖୋଜ ହୋଇଥିବାକୁ ନେଇ ପରିବାରବର୍ଗ କୋରାପୁଟ ଟାଉନଥାନାର ମେଡିକାଲ କଲେଜ ପାଣ୍ଡିରେ ଅଭିଯୋଗ କରିଛନ୍ତି।

SLNMC

କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରୁ ଗତକାଲି ରାତି ୧୧ଟାରୁ ଜଣେ ଚିକିତ୍ସାଧୀନ ରୋଗୀ ନିଖୋଜ ହୋଇଥିବାକୁ ନେଇ ପରିବାରବର୍ଗ କୋରାପୁଟ ଟାଉନଥାନାର ମେଡିକାଲ କଲେଜ ପାଣ୍ଡିରେ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖା ହେବା ଯାଏଁ ରୋଗୀଙ୍କ ଖୋଜ ଖବର କିଛି ମିଳିପାରିନି।

ଏହି ଖବର ପଢ଼ନ୍ତୁ: ଚିଟିଂ ଘାଟିରେ ଦଶା ଭୋଗିଲେ ପିକ୍‌ଅପ୍‌ ଯାତ୍ରୀ

ସୂଚନା ଅନୁଯାୟୀ, ଦାମନଯୋଡି ଅଂଚଳର ରିଣ୍ଟୁ ପାତ୍ର ନାମ‌କ ଜୈନେକ ଯୁବକଙ୍କୁ ତାଙ୍କ ଭଉଣୀ ଓ ବଡ ଭାଇ ଚିକିତ୍ସା ପାଇଁ ତିନି ଦିନ ତଳେ ଗୁରୁତର ଅବସ୍ଥାରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣି ଭର୍ତ୍ତି କରିଥିଲେ। ପ୍ରଥମେ ଶଯ୍ୟା ନ ମିଳିବାରୁ ଚଟାଣରେ ହିଁ ଶୁଆଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ଦୁଇ ଦିନ ସେଭଳି ଚିକିତ୍ସିତ ହେବା ପରେ ଗତ କାଲି ଶଯ୍ୟା ମିଳିଥିଲା। ଶଯ୍ୟା ମିଳିବା ପରେ ଅଚାନକ ଭାବେ ରିଣ୍ଟୁର ଅବସ୍ଥା ଗତ କାଲି ରାତି ୧୧ଟା ବେଳେ  ଗୁରୁତର ହେବା ସହ ସେ ଅସ୍ବାଭାବିକ ଭାବେ ଛଟପଟ ହୋଇଥିଲା। ସେ ସମୟରେ ତାଙ୍କ ବଡ ଭାଇ ତାଙ୍କ ନିକଟରେ ନଥିବା ବେଳେ ଭଉଣୀ ଥିଲେ। ଭଉଣୀ ଡାକ୍ତରଙ୍କ ଡାକିବାକୁ ଯାଇଥିଲେ।

ଏହି ଖବର ପଢ଼ନ୍ତୁ: ୧୦୮ କୋଟି ଖର୍ଚ୍ଚ, ବଦଳିଲାନି ଦିଶା କି ଦଶା

ଦୁଇ ଦିନ ସେଭଳି ଚିକିତ୍ସିତ ହେବା ପରେ ଗତ କାଲି ଶଯ୍ୟା ମିଳିଥିଲା। ଶଯ୍ୟା ମିଳିବା ପରେ ଅଚାନକ ଭାବେ ରିଣ୍ଟୁର ଅବସ୍ଥା ଗତ କାଲି ରାତି ୧୧ଟା ବେଳେ  ଗୁରୁତର ହେବା ସହ ସେ ଅସ୍ବାଭାବିକ ଭାବେ ଛଟପଟ ହୋଇଥିଲା।

ଏହି ଖବର ପଢ଼ନ୍ତୁ: ଡିସେମ୍ବର ୩୧ ଯାଏଁ ଚାଲିବାର ଥିଲା ଶୀତ ଅଧିବେଶନ

ତେବେ ଡାକ୍ତର ମାନେ ଆସିବା ବେ‌ଳକୁ ଶଯ୍ୟା ନିକଟରେ ରିଣ୍ଟୁ ନଥିବା କହିଛନ୍ତି ତାଙ୍କ ପରିବାରବର୍ଗ। ପରେ ବହୁ ଖୋଜା ଖୋଜି କରିବା ପ‌ରେ ମେଡିକାଲ କଲେଜ ପରିସରରେ ଥିବା ପାଣ୍ଡିରେ ଯାଇ ଏତଲା ଦେଇଥିଲେ। ରିପୋର୍ଟ ଲେଖା ହେବା ଯାଏଁ ମିଳିନଥିବା ବେଳେ ପରିବାରବର୍ଗ ବହୁ ଖୋଜାଖୋଜି କରୁଛନ୍ତି। ମେଡିକାଲ କଲେଜରେ ଏତେ ଜଣ ସୁରକ୍ଷା କର୍ମୀ, ପୁଲିସ, ସିସିଟିଭି କ୍ୟାମେରା ଲାଗିଥିବା ସତ୍ବେ ରିଣ୍ଟୁ କେଉଁ ଆଡେ ଗଲେ ତାହା ଜଣା ନପଡ଼ିବା ଘଟଣାକୁ ନେଇ ପରିବାରବର୍ଗ ଓ ରୋଗୀଙ୍କ ସମ୍ପର୍କୀୟ ମାନେ ଆଶ୍ଚାର୍ଯ୍ୟନ୍ବୀତ ହୋଇଛନ୍ତି। ମେଡିକାଲ କଲେଜର ସବୁ ସିସିଟିଭି କ୍ୟାମେରା କାମ କରୁଛି ନା ନାହିଁ ଏବେ ଉଠିଛି ପ୍ରଶ୍ନ।

ଏହି ଖବର ପଢ଼ନ୍ତୁ: ଶରଦ ପାୱାରଙ୍କୁ ଘାରିଛି 'ଅପରେସନ୍ ଲୋଟସ୍' ଭୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe