Advertisment

2 Policemen Critical ଗଞ୍ଜେଇ ମାଫିଆଙ୍କୁ ପିଛା କରିବାକୁ ଯାଇ ଦୁଇ ପୁଲିସ କର୍ମଚାରୀ ଗୁରୁତର

Advertisment

ଗଞ୍ଜେଇ ମାଫିଆଙ୍କୁ ପିଛା କରିବାକୁ ଯାଇ ପୁଲିସର ବାଇକ୍ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ଦୁଇ ପୁଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଉଭୟେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ।

ଗଞ୍ଜେଇ ମାଫିଆଙ୍କୁ ପିଛା କରିବାକୁ ଯାଇ ପୁଲିସର ବାଇକ୍ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ଦୁଇ ପୁଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଉଭୟେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ।

Untitled-12.jpg

2 Policemen Critical in bike accident Photograph: (sambad.in)

ବୈପାରିଗୁଡ଼ା: ଗଞ୍ଜେଇ ମାଫିଆଙ୍କୁ ପିଛା କରିବାକୁ ଯାଇ ପୁଲିସର ବାଇକ୍ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ଦୁଇ ପୁଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି।

ତିନି ଗଞ୍ଜେଇ ମାଫିଆ ବାଇକରେ ଯାଉଥିବା ଖବର ପାଇଥିଲା ରାମଗିରି ପୁଲିସ

ଘଟଣା ଅନୁଯାୟୀ, ରାମଗିରି ଫାଣ୍ଡି ଦେଇ ତିନି ଜଣ ଗଞ୍ଜେଇ ମାଫିଆ ଗୋଟିଏ ବାଇକରେ ଯାଉଥିବା ଖବର ପାଇଥିଲା ରାମଗିରି ପୁଲିସ। ମାଫିଆଙ୍କୁ କାବୁ କରିବା ପାଇଁ ରାମଗିରି ଫାଣ୍ଡି ଏଏସଆଇ ବିଷ୍ଣୁ ମାଡକାମୀ ଏବଂ ଡ୍ରାଇଭର ଡମ୍ବରୁ ଚାଲାଣ ଅଲଗା ଅଲଗା ଦୁଇଟି ବାଇକରେ ଗଞ୍ଜେଇ ମାଫିଆଙ୍କ ପିଛା କରିଥିଲେ। ମାଫିଆମାନଙ୍କ ପିଛା କରୁଥିବା ବେଳେ ରାମଗିରି ଫାଣ୍ଡି ଠାରୁ ୧୧ କିଲୋମିଟର ଦୂର ଧଳପୁର ନର୍ସରୀ ନିକଟରେ ଏକ ବୁଲାଣି ରାସ୍ତାରେ ରାମଗିରି ପୁଲିସର ଦୁଇଟି ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଦୁଇ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇ ରାସ୍ତା ଉପରେ ଛିଟିକି ପଡ଼ିଯାଇଥିଲେ।

ଆହୁରି ପଢନ୍ତୁ - Ali Khamenei Death ସାଉଦି ଆରବର ବିଶ୍ୱାସଘାତକତା, ପ୍ରିନ୍ସ ସଲମାନଙ୍କ ଭାଇଙ୍କ ଡବଲ ଗେମ୍: ଇସ୍ରାଏଲୀ ଆକ୍ରମଣରେ ସର୍ବୋଚ୍ଚ ନେତା ଖେମିନିଙ୍କ ମୃତ୍ୟୁ

ସ୍ଥାନୀୟ ଲୋକେ ଏବଂ ବୈପାରିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଦୁଇ ଆହତ ପୁଲିସଙ୍କୁ ଆମ୍ବୁଲାନ୍ସ ଯୋଗେ ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଦୁହିଁଙ୍କ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe