କୋମାରେ ଏବେ ଆମ୍ବୁଲାନ୍ସ; ମରାମତି ନକରି ବିଭାଗ ଚୁପ୍‌

ବଣ୍ଡାଘାଟିରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ଆଦିମ ଜନଜାତି ବଣ୍ଡାଙ୍କ ହାତପାଆନ୍ତାରେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ପ୍ରାୟ ୩ ବର୍ଷ ତଳେ ମୁଦୁଲିପଡ଼ା ଠାରେ ରହିଥିବା ବଣ୍ଡା ଉନ୍ନୟନ ସଂସ୍ଥା ତରଫରୁ ଏକ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା।

Health in Bandaghati

Health in Bandaghati Photograph: (sambad.in)

ମାଲକାନଗିରି: ଜିଲ୍ଲାର ଖଇରପୁଟ ବ୍ଲକର ବଣ୍ଡାଘାଟିରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ଆଦିମ ଜନଜାତି ବଣ୍ଡାଙ୍କ ହାତପାଆନ୍ତାରେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ପ୍ରାୟ ୩ ବର୍ଷ ତଳେ ମୁଦୁଲିପଡ଼ା ଠାରେ ରହିଥିବା ବଣ୍ଡା ଉନ୍ନୟନ ସଂସ୍ଥା ତରଫରୁ ଏକ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ଏହାର ପରିଚାଳନା ଦାୟିତ୍ୱ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲା। କିଛି ବର୍ଷ ଠିକ ଭାବରେ ଚାଲିବା ପରେ କିଛି ମାସ ହେବ ଏହି ଆମ୍ବୁଲାନ୍ସଟି କୋମାରେ ପଡି ଅଚଳ ହୋଇ ପଡିଛି ରହିଛି। ଏହାକୁ ମରାମତି କରି ପୁନର୍ବାର କାର୍ଯ୍ୟକ୍ଷମ କରିବା ନିମନ୍ତେ ବଣ୍ଡାଘାଟିର ସାମାଜିକ ସଂଗଠନ "ବଣ୍ଡା ରେମୋଲେନା କୁଟୁମ" ବିଭିନ୍ନ ସମୟରେ ପ୍ରଶାସନ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କିନ୍ତୁ ଆଜି ଯାଏଁ ଏହା ମରାମତି ହୋଇପାରିଲା ନାହିଁ।

ଏହି ଖବର ପଢ଼ନ୍ତୁ: ପ୍ରତିଶୋଧ ନେଲେ ଯବାନ୍‌: ନକ୍ସଲଙ୍କ ଯୋଜନା କଲେ ବିଫଳ

କିଛି ବର୍ଷ ଠିକ ଭାବରେ ଚାଲିବା ପରେ କିଛି ମାସ ହେବ ଏହି ଆମ୍ବୁଲାନ୍ସଟି କୋମାରେ ପଡି ଅଚଳ ହୋଇ ପଡିଛି ରହିଛି। ଏହାକୁ ମରାମତି କରି ପୁନର୍ବାର କାର୍ଯ୍ୟକ୍ଷମ କରିବା ନିମନ୍ତେ ଦାବି କରାଯାଉଛି।

ଏହି ଖବର ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୧୭ ଜଣଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ବଣ୍ଡାଘାଟିର ଅନେକ ଗ୍ରାମ ଯେଉଁଠାକୁ ୧୦୮ ଆମ୍ବୁଲାନ୍ସ ପହଞ୍ଚିପାରେ ନାହିଁ। ସେଠାରୁ ରୋଗୀଙ୍କୁ ଡାକ୍ତରଖାନା ଆଣିବାରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ବଣ୍ଡା ରେମୋଲେନା କୁଟୁମ୍ ତରଫରୁ ପ୍ରଶାସନକୁ ଅନୁରୋଧ ତୁରନ୍ତ ଏହି ଆମ୍ବୁଲାନ୍ସକୁ ମରାମତି କରି କାର୍ଯ୍ୟକ୍ଷମ କଲେ ବହୁ ଲୋକ ଉପକୃତ ହୋଇପାରନ୍ତେ। ଏହାସହ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମଧ୍ୟ ଏକ ଆମ୍ବୁଲାନ୍ସ ବଣ୍ଡାଘାଟି ପାଇଁ ସ୍ଥାନୀୟ ମୁଦୁଲିପଡ଼ା ବଣ୍ଡା ଉନ୍ନୟନ ସଂସ୍ଥାକୁ ପ୍ରଦାନ କରିଥିଲେ। କିନ୍ତୁ ତାହା କାହା ସ୍ୱାର୍ଥରେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଛି ଏବଂ ତାକୁ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଉ ନାହିଁ ତାହା ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଛି।

ଏହି ଖବର ପଢ଼ନ୍ତୁ: ଯୋଜନାର ୨୪ ଘଣ୍ଟା ମଧ୍ୟରେ ସହଦେବଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ: ଡିସିପି

ପ୍ରଶାସନ ତୁରନ୍ତ ସେହି ଆମ୍ବୁଲାନ୍ସକୁ ବଣ୍ଡାଘାଟିର ମୁଦୁଲିପଡ଼ା କିମ୍ବା ଅଣ୍ଡ୍ରlହାଲ ଠାରେ ରଖି କାର୍ଯ୍ୟକ୍ଷମ କରିଲେ ସାଧାରଣ ଜନତା ଉପକୃତ ହୋଇପାରନ୍ତେ ବୋଲି କୁହାଯାଇଛି। ତେବେ ଏନେଇ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସମ୍ବିଦ ଦାସଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିବାରୁ ଏନେଇ ସ୍ପଷ୍ଟୀକରଣ ମିଳିପାରି ନାହିଁ।

ଏହି ଖବର ପଢ଼ନ୍ତୁ: ଓଡ଼ିଶାର ଦାର୍ଜିଲିଂରେ ଶୀତର ପ୍ରକୋପ: ତାପମାତ୍ରା ୫.୨ଡିଗ୍ରି, ଥରୁଛନ୍ତି ଲୋକେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe