ମାନବ ସେବା ହିଁ ମାଧବ ସେବା: ବରିଷ୍ଠଙ୍କ ମୁହଁରେ ହସ ଫୁଟାଇଲେ ପିଇଓ

ଆଜିର ଶିକ୍ଷିତ ଦୁନିଆରେ ନିଜର ବାପା ମା’ଙ୍କୁ ପୁଅ ଝିଅମାନେ ଅଣଦେଖା କରୁଥିବା ବେଳେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା ନିଆରା ପ୍ରୟାସ କରିଛନ୍ତି।

Mkg manab seba madhab seba

Mkg manab seba madhab seba Photograph: (sambad.in)

ମାଲକାନଗିରି: ଆଜିର ଶିକ୍ଷିତ ଦୁନିଆରେ ନିଜର ବାପା ମା’ଙ୍କୁ ପୁଅ ଝିଅମାନେ ନିଜର ସ୍ୱାର୍ଥ ପାଇଁ ଅଣଦେଖା କରୁଥିବା ବେଳେ କିଛି ନିଜର ସ୍ୱାର୍ଥ ପାଇଁ ବାପା ମା‘ଙ୍କୁ ଅନାଥ ଆଶ୍ରମରେ ଛାଡ଼ି ଦେଉଛି। କିନ୍ତୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା ବରିଷ୍ଠ ନାଗରିକମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ପଞ୍ଚାୟତ ସ୍ତରୀୟ ଏକ ନିଆରା ପ୍ରୟାସ କରିଛନ୍ତି।

ଏହି ଖବର ପଢ଼ନ୍ତୁ: ‘ନୂଆବର୍ଷରେ ଆତ୍ମଚିନ୍ତନ, ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯିବା ଦରକାର’

ଏହି ନିଆରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଦର ପଞ୍ଚାୟତ କାନାମ ରାଜୁ ନାୟକ ଯୋଗ ଦେଇଥିବା ବେଳେ ମୂଖ୍ୟ ଅତିଥି ଭାବରେ ସମିତି ସଭ୍ୟ ତଥା ଯୁବ ସମାଜସେବୀ ବାଲ ରାଜୁ କୋପେ ଯୋଗ ଦେଇଥିଲେ। ସମସ୍ତେ ନୂତନ ବର୍ଷ ପାଳନ କରୁଛନ୍ତି। କିନ୍ତୁ ବୃଦ୍ଧ ବୃଦ୍ଧାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଶ୍ରୀ ମହାରଣଙ୍କ ଏଭଳି ଅଭିନବ ଉପାୟ କରିଥିଲେ।

ଏହି ଖବର ପଢ଼ନ୍ତୁ: ମଧ୍ୟରାତ୍ରୀରେ ଶିମିଳିପାଳ ପହଞ୍ଚିବ ବାଘୁଣୀ ‘ଜୀନତ୍‌’

୨୦୨୪ ବିଦାୟ ଦିବସରେ ଏହି କାର୍ଯ୍ୟକ୍ରମ ରେ ମାଥିଲି ପଞ୍ଚାୟତ ଅଞ୍ଚଳର ଥିବା ବୃଦ୍ଧା ବୃଦ୍ଧିମାନଙ୍କୁ ନେଇ ବାଦ୍ୟର ତାଳେ ତାଳେ ପାରମ୍ପରିକ ନୃତ୍ୟ ତଥା ଢେମସାରେ ସମସ୍ତେ ନାଚିଥିଲେ। ଏଥିସହ ପାରଂପାରିକ ଗୀତରେ ନିଜକୁ କିଛି ସମୟ ପାଇଁ ହଜାଇ ଦେଇଥିଲେ। 

ଏହି ଖବର ପଢ଼ନ୍ତୁ: ଶ୍ରୀମନ୍ଦିରରେ ନୂଆବର୍ଷ: ରାତି ସାଢ଼େ ୧୦ଟା ସୁଦ୍ଧା ହେବ ପହୁଡ଼

ଶେଷରେ ମ୍ୟୁଜିକ ଚ୍ୟାର ପରି ଖେଳ ଖେଳା ଯିବା ସହ ଅନେକ ପ୍ରକାର କୌତୁକ ଖେଳ କରାଯାଇଥିଲା। ଯେଉଁମାନେ କୃତିତ୍ୱ ହାସଲ କରିଲେ ସେମାନଙ୍କୁ ପଞ୍ଚାୟତର ପଦାଧିକାରୀମାନଙ୍କ ଦ୍ୱାରା ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ଏପରି ମହତ କାର୍ଯ୍ୟ କରୁଥିବାରୁ ମାଥିଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାରଣାଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

ଏହି ଖବର ପଢ଼ନ୍ତୁ: ୮ ବର୍ଷର ଆଇନଗତ ଲଢ଼େଇ ପରେ ଅଲଗା ହେଲେ ଆଞ୍ଜେଲିନା ଜୋଲି-ବ୍ରାଡ୍‌ ପିଟ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe