Advertisment

Accident 3 Bikers Death: କଣ୍ଟେନର-ବାଇକ୍ ଧକ୍କା: ଜଳିଗଲା ବାଇକ୍, ୩ ବାଇକ୍ ଆରୋହୀ ମୃତ

Advertisment

ଜମନକିରା ଥାନା ଠାରୁ ସମ୍ବଲପୁର ପଟକୁ ପ୍ରାୟ ୮ କିମି ଦୂରତା ଡୁମେରମୁଣ୍ଡା ଛକ ପାର୍ଶ୍ବରେ କଣ୍ଟେନର-ବାଇକ୍ ଧକ୍କା ହୋଇଛି। ଫଳରେ ଗୁରୁତର ୩ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।

ଜମନକିରା ଥାନା ଠାରୁ ସମ୍ବଲପୁର ପଟକୁ ପ୍ରାୟ ୮ କିମି ଦୂରତା ଡୁମେରମୁଣ୍ଡା ଛକ ପାର୍ଶ୍ବରେ କଣ୍ଟେନର-ବାଇକ୍ ଧକ୍କା ହୋଇଛି। ଫଳରେ ଗୁରୁତର ୩ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।

Untitled-19.jpg

3 bikers die in accident Photograph: (Sambad.in)

ଜମନକିରା: ଜମନକିରା ଥାନା ଠାରୁ ସମ୍ବଲପୁର ପଟକୁ ପ୍ରାୟ ୮ କିମି ଦୂରତା ଡୁମେରମୁଣ୍ଡା ଛକ ପାର୍ଶ୍ବରେ କଣ୍ଟେନର-ବାଇକ୍ ଧକ୍କା ହୋଇଛି। ଫଳରେ ଗୁରୁତର ୩ ବାଇକ୍ ଆରୋହୀଙ୍କୁ ପୁଲିସ୍ ଗାଡ଼ିରେ ହିଁ କୁଚିଣ୍ଡା ଡାକ୍ତରଖାନାକୁ ନିଆଯାଇ ଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ପୂର୍ଣ୍ଣ ଜଳି ଯାଇଥିଲା ବାଇକ୍

ସୂଚନା ଅନୁଯାୟୀ, ସୋମବାର ପୂର୍ବାହ୍ନ ୧୦ଟା ୩୦ରେ ସମ୍ବଲପୁର ପଟୁ କୋଲକାତା ଅଭିମୁଖେ ଯାଉଥିବା ଏକ କଣ୍ଟେନର (ଗାଡ଼ି ନଂ ୟୁପି ୮୬ଟି ୩୭୨୫)କୁ ବିପରୀତ ଦିଗରୁ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ୍ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଖଣ୍ଡେ ଦୂରକୁ ୩ ବାଇକ୍ ଆରୋହୀ ରାସ୍ତା ମଝିରେ ଛିଟିକି ପଡ଼ିଥିଲେ। ପରେ କଣ୍ଟେନର ଗାଡ଼ି ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ଏନ୍ଏଚ୍ ୫୩ ମଝିରେ କଣ୍ଟେନର ଗାଡ଼ି ସମ୍ମୁଖ ଚକା ତଳେ ପଶି ଛିନଛତ୍ର ହୋଇ ବାଇକ୍ ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।

ଆହୁରି ପଢ଼ନ୍ତୁ: Saudiarab: ସାଉଦି ଆରବରେ ପ୍ରୋଜେକ୍ଟାଇଲ ଖସିପଡ଼ି ଭାରତୀୟ ନାଗରିକଙ୍କ ମୃତ୍ୟୁ

ବର୍ତ୍ତମାନ ସୁଦ୍ଧା ବାଇକ୍ ର ପଂଜିକୃତ ନମ୍ବର୍ ଜଣା ପଡିନାହିଁ। ଅନ୍ୟପଟେ ମୃତ ୩ ବାଇକ୍ ଆରୋହୀଙ୍କ ପରିଚୟ ମିଳିନାହିଁ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳକୁ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଏନେଇ ଜମନକିରା ଥାନାରେ ଏକ ଦୁର୍ଘଟଣା। ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe