Police-Maoist encounter in Saranda Photograph: (sambad.in)
କୋଇଡା: ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ସରଣ୍ଡା ଜଙ୍ଗଲରେ ଶନିବାର ସୁରକ୍ଷାବଳଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି। ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସରଣ୍ଡା ଜଙ୍ଗଲର କୁମଡ଼ିହ ଓ କୋଲବୋଙ୍ଗା ଅଞ୍ଚଳରେ ମାଓବାଦୀଙ୍କ ଏକ ଦଳ ଥିବା ସୂଚନା ପାଇ ସୁରକ୍ଷାବଳ ଆଜି ସକାଳେ ସେମାନଙ୍କୁ ଘେରି ଯାଇଥିଲେ। ପରେ ଉଭୟ ପକ୍ଷରୁ ଗୁଳିବର୍ଷା ଆରମ୍ଭ ହୋଇଥିଲା। ଜଙ୍ଗଲ ଭିତରୁ ଲଗାତାର ଗୁଳିଗୋଳା ଶବ୍ଦ ଶୁଣି ନିକଟସ୍ଥ ଗ୍ରାମଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ନକ୍ସଲ ବିରୋଧୀ ଅଭିଯାନକୁ ଆହୁରି ତୀବ୍ର କରିବାକୁ ସୁରକ୍ଷାବଳକୁ ନିର୍ଦ୍ଦେଶ
ଉଲ୍ଲେଖନୀୟ ଯେ, ଶୁକ୍ରବାର ସିଆର୍ପିଏଫ୍ ଡିଜି ଚାଇବସା ଗସ୍ତରେ ଆସି ନକ୍ସଲ ବିରୋଧୀ ଅଭିଯାନକୁ ଆହୁରି ତୀବ୍ର କରିବାକୁ ସୁରକ୍ଷାବଳକୁ ନିର୍ଦ୍ଦେଶଦେଇଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ ସରଣ୍ଡା ଜଙ୍ଗଲରୁ ଏଭଳି ଗୁଳି ବିନିମୟ ଖବର ଆସିବାରୁ ଅଞ୍ଚଳରେ ଚର୍ଚ୍ଚା ବଢ଼ିଯାଇଛି।
Follow Us