ରାଉରକେଲା: ପୁଣିଥରେ ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଛି ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ଉତ୍ପାଦିତ ଇସ୍ପାତ। ସ୍ୱତନ୍ତ୍ର ପ୍ଲେଟ୍ ପ୍ଲାଣ୍ଟ୍ର ଇସ୍ପାତ ପୂର୍ବରୁ ଏକାଧିକ ଜାତୀୟ ପ୍ରକଳ୍ପରେ ବ୍ୟବହୃତ ହୋଇଥିବାବେଳେ ଆଜି ଭାରତୀୟ ନୌସେନାରେ ସାମିଲ ହୋଇଥିବା ‘ଆଇ୍ଏନ୍ଏସ୍ ଅଞ୍ଜଦୀପ’ରେ ମଧ୍ୟ ଲାଗିଛି। ସେଲ୍ ଗାର୍ଡେନ୍ ରିଚ୍ ସିପ୍ ବିଲ୍ଡର୍ସ ଆଣ୍ଡ୍ ଇଞ୍ଜିନିୟର୍ସ ଲିମିଟେଡ୍ (ଜିଆର୍ଏସ୍ଇ)ରେ ନିର୍ମିତ ୮ଟି ଏଏସ୍ଡବ୍ଲ୍ୟୁ-ଏସ୍ଡବ୍ଲ୍ୟୁସି କର୍ଭେଟ୍ ପାଇଁ ପ୍ରାୟ ୩,୫୦୦ ଟନ୍ ସ୍ୱତନ୍ତ୍ରମାନର ଇସ୍ପାତ ବ୍ୟବହୃତ ହୋଇଛି। ଏହା ଆର୍ଏସ୍ପି ସମେତ ବୋକାରୋ ଓ ଭିଲାଇ ଇସ୍ପାତ କାରଖାନାରୁ ସଂଗ୍ରୁହୀତ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଭାରତୀୟ ନୌସେନା ପାଇଁ ଭାରତର ପ୍ରଥମ ସ୍ୱଦେଶୀ ବିମାନ ବାହକ ଆଇଏନ୍ଏସ୍ ବିକ୍ରାନ୍ତରେ ଏଠାକାର ଡିଏମ୍ଆର୍-୨୪୯ଏ’ ଓ ଡିଏମ୍ଆର୍-୨୪୯ବି’ ଗ୍ରେଡ୍ ଇସ୍ପାତ ଲାଗିଥିଲା। ଏହାସହ ଆଇଏନ୍ଏସ୍ ନୀଳଗିରି, ଆଇଏନ୍ଏସ୍ ଉଦୟଗିରି, ଆଇଏନ୍ଏସ୍ ହୀମଗିରି, ଆଇଏନ୍ଏସ୍ ସୁରତରେ ମଧ୍ୟ ଲାଗିଥିଲା। ସେହିଭଳି ଭାରତୀୟ ସେନା ଉଦ୍ଦେଶ୍ୟରେ ଭୂମିଭିତ୍ତିକ ଯୁଦ୍ଧ ଓ ସୈନ୍ୟ ସୁରକ୍ଷା ପାଇଁ ଆବଶ୍ୟକ ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ଏହି କାରଖାନା ଯୁଦ୍ଧ ଟ୍ୟାଙ୍କ, ଟି-୯୦ ଭୀଷ୍ମ ଓ ଅର୍ଜୁନରେ ସ୍ବତନ୍ତ୍ର ମାନର ପ୍ଲେଟ୍ ଉତ୍ପାଦନ କରିଥିଲା। ଏହାସହ ଆଣ୍ଟିମାଇନ୍ ଯୁଦ୍ଧ ଯାନ ‘ବିଏମ୍ପି-୨ ସାରଥ’ ପାଇଁ ‘ଜ୍ୟାକଲ୍’ ଓ ‘ସ୍ପେଡ୍’ ଗ୍ରେଡ୍ ଇସ୍ପାତ ଯୋଗାଇଥିଲା।
ଭାରତୀୟ ବାୟୁସେନା ଓ ମହାକାଶ ମିସନ କ୍ଷେତ୍ରରେ ମଧ୍ୟ ଆର୍ଏସ୍ପିରେ ତିଆରି ଇସ୍ପାତର ଅବଦାନ ରହିଛି
NIT Researcher ସଡ଼କ ଦୁର୍ଘଟଣା ରୋକିବ ସ୍ମାର୍ଟ୍ ବ୍ୟବସ୍ଥା, ବିକଶିତକଲେ ଏନ୍ଆଇଟି ଗବେଷକ
ଏତଦ୍ବ୍ୟତୀତ ଭାରତୀୟ ବାୟୁସେନା ଓ ମହାକାଶମିସନ କ୍ଷେତ୍ରରେ ମଧ୍ୟ ଆର୍ଏସ୍ପିରେ ତିଆରି ଇସ୍ପାତର ଅବଦାନ ରହିଛି। ଏହିକ୍ରମରେ ଇସ୍ରୋର ବିଭିନ୍ନ ମିସନ୍, ଯଥା-ଗଗନଯାନ, ଚନ୍ଦ୍ରଯାନ, ଆଦିତ୍ୟ-ଏଲ୍୧ ଆଦି ପାଇଁ ଏମ୍ଡିଏନ୍-୨୫୦ (ମାରାଜିଙ୍ଗ୍ ଇସ୍ପାତ) ଯୋଗାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/02/28/untitled-2026-02-28-08-53-29.png)