Advertisment

Editorial: ଭଗବାନପ୍ରକାଶଙ୍କ ସମ୍ପାଦକୀୟ ବିକଳ୍ପ ବିଶ୍ବରେ ଏଥର ‘ନମସ୍ତେ ଇଣ୍ଡିଆ’...

Advertisment

ଏବେ ଘରେ ଘରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ, ସମସ୍ତଙ୍କ ହାତରେ ମୋବାଇଲ। ଏହାର ସୁଦୂରପ୍ରସାରୀ ସାମାଜିକ ପ୍ରଭାବ ହେଉଛି, ଅଧିକାଂଶ ବିଦେଶୀ ଭାରତୀୟଙ୍କୁ ଦେଖିଲେ ଗୁଡ୍‌ମର୍ଣ୍ଣିଂ ନ କହି ‘ନମସ୍ତେ’ ବୋଲି ସମ୍ବୋଧନ କରୁଛନ୍ତି।

ଏବେ ଘରେ ଘରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ, ସମସ୍ତଙ୍କ ହାତରେ ମୋବାଇଲ। ଏହାର ସୁଦୂରପ୍ରସାରୀ ସାମାଜିକ ପ୍ରଭାବ ହେଉଛି, ଅଧିକାଂଶ ବିଦେଶୀ ଭାରତୀୟଙ୍କୁ ଦେଖିଲେ ଗୁଡ୍‌ମର୍ଣ୍ଣିଂ ନ କହି ‘ନମସ୍ତେ’ ବୋଲି ସମ୍ବୋଧନ କରୁଛନ୍ତି।

Sampadakiya Prustharu...

Editorial Column Photograph: (sambad.in)

ନମସ୍ତେ ଇଣ୍ଡିଆ

ଭଗବାନପ୍ରକାଶ (ବିକଳ୍ପ ବିଶ୍ବ)

ଏବେ ଘରେ ଘରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ, ସମସ୍ତଙ୍କ ହାତରେ ମୋବାଇଲ। ଏହାର ସୁଦୂରପ୍ରସାରୀ ସାମାଜିକ ପ୍ରଭାବ ହେଉଛି, ଅଧିକାଂଶ ବିଦେଶୀ ଭାରତୀୟଙ୍କୁ ଦେଖିଲେ ଗୁଡ୍‌ମର୍ଣ୍ଣିଂ ନ କହି ‘ନମସ୍ତେ’ ବୋଲି ସମ୍ବୋଧନ କରୁଛନ୍ତି। ବହୁ ସଂଖ୍ୟାରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ଯାତ୍ରା ପାଇଁ ଭାରତୀୟମାନେ ସଜବାଜ ହେଲେଣି।

ଭାରତକୁ ପ୍ରତି ବର୍ଷ ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ୨୦୨୪ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୯୫ ଲକ୍ଷ ଥିଲା ବୋଲି କୁହାଯାଉଥିଲା ବେଳେ  ପ୍ରତି ବର୍ଷ ପ୍ରାୟ ଲକ୍ଷାଧିକ ମେଡିକାଲ ଟୁରିଷ୍ଟ ଭାବରେ ଭାରତ ଆସିଥାନ୍ତି। ସେଥିରୁ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ, କାନାଡା ଓ ବାଂଲାଦେଶୀଙ୍କ ସଂଖ୍ୟା ବେଶୀ। ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ବି ଅନେକ ଆସନ୍ତି। ଏହାଛଡ଼ା ଆଉ ଏକ ଆକର୍ଷଣ ହେଲା ଗୋଆ ଓ ପଶ୍ଚିମବଙ୍ଗ, ବିଶେଷକରି ଦୁର୍ଗାପୂଜା, ଦୀପାବଳି ସମୟରେ। ପର୍ଯ୍ୟଟନରୁ ଆମକୁ ବର୍ଷକୁ ପ୍ରାୟ ୩୬ ବିଲିଅନ ଆମେରିକୀୟ ଡଲାର ମିଳିଥାଏ। ଆନ୍ତର୍ଜାତିକ କ୍ଷେତ୍ରରେ ଆମର ସ୍ଥାନ ଅଷ୍ଟମ। ବିଭିନ୍ନ କାରଣରୁ ପର୍ଯ୍ୟଟକମାନେ ଭାରତ ଭ୍ରମଣ ପାଇଁ ଆକୃଷ୍ଟ ହୋଇଥାନ୍ତି। ପାଞ୍ଚ ହଜାର ବର୍ଷ ପୁରୁଣା ଭାରତୀୟ ପରମ୍ପରା ଓ ସଭ୍ୟତା ଅନେକଙ୍କୁ ଆକୃଷ୍ଟ କରିଥାଏ। କିନ୍ତୁ ଏବେ ଭାରତ ଭ୍ରମଣରେ ଆସୁଥିବା ପର୍ଯ୍ୟଟକ ବିଭିନ୍ନ ପ୍ରକାର ‘କଲ୍‌ଚର ସକ୍’ ବା ସାଂସ୍କୃତିକ ଧକ୍‌କାର ସମ୍ମୁଖୀନ ହେଉଛନ୍ତି। ଏବଂ ଭାରତ ସଂପର୍କରେ ସେମାନଙ୍କର ପୁରୁଣାକାଳିଆ ଧାରଣାକୁ ବଦଳାଇବାକୁ ବାଧ୍ୟ ହେଉଛନ୍ତି। ଆଗେ ଉପନିବେଶବାଦୀମାନେ ତାଙ୍କ ଲୋକଙ୍କୁ ବୁଝାଉଥିଲେ ଯେ ଭାରତ ଏକ ଦରିଦ୍ର, ଅସଭ୍ୟ ଦେଶ ଏବଂ ତେଣୁ ସେମାନଙ୍କୁ ସଭ୍ୟ କରିବା ଆମର ଦାୟିତ୍ବ। ବ୍ରିଟିଶ ପବ୍ଲିକ ସ୍କୁଲମାନଙ୍କରେ କୁହାଯାଉଥିଲା ଯେ ଏଥିପାଇଁ ଈଶ୍ବର ଆମକୁ ଦାୟିତ୍ବ ଦେଇଛନ୍ତି। ସେତେବେଳେ କିନ୍ତୁ ବିଶ୍ବ ଅର୍ଥନୀତି ‘ଜିଡିପି’ର ୪୩ ଭାଗ ଥିଲା ଭାରତ। ଏହାର ସିଂହଭାଗ ଖର୍ଚ୍ଚ ହେଉଥିଲା ଇଂଲଣ୍ଡ ଓ ୟୁରୋପରେ ଏବଂ ବିଶେଷକରି ଉପନିବେଶବାଦୀ ଓ ଇଷ୍ଟ ଇଣ୍ଡିଆ କଂପାନିର ସ୍ବାର୍ଥ ପାଇଁ।

ଆହୁରି ପଢ଼ନ୍ତୁ- 🔴 LIVE News Updates 2026 March 9: ଇରାନ ତେଲ ଉପରେ ଆମେରିକାର ନଜର; ଟ୍ରକକୁ ପିଟିଲା ବାଇକ, ଜଣେ ମୃତ; ପୁଣି ପୁରୀ କୋର୍ଟରେ ବୋମା ଆତଙ୍କ ;

ଭାରତକୁ ଚିତ୍ରିତ କରାଯାଉଥିଲା ଗରିବ, ଗନ୍ଧିଆ, ଅଧାଲଙ୍ଗଳା, ସାପୁଆ କେଳାଙ୍କ ଦେଶ ଭାବରେ। ୮୦୦ ବର୍ଷ ମୋଗଲ ଶାସନ ଓ ୨୦୦ ବର୍ଷ ବ୍ରିଟିଶ ବିଦେଶୀ ଶାସନ ପରେ ସେଇ ଭାରତ ଆଜି ଚତୁର୍ଥ ବୃହତ୍ତମ ଅର୍ଥନୀତି ହେଇ ପୁଣି ସଦର୍ପ ଠିଆହେବା କଥାଟା ସହଜରେ ହଜମ ହେଉନାହିଁ। ସୂଚନା ବିଜ୍ଞାନ, କୃତ୍ରିମ ବୁଦ୍ଧିମତ୍ତା ବିକାଶ କ୍ଷେତ୍ରରେ ଭାରତ ଏବେ ବିଶ୍ବଗୁରୁ। ଏ ବିଷୟରେ ଏବେ ଭାରତରେ ଏକ ବିଶ୍ବ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇସାରିଲାଣି। ଭାରତ ନାଁ ଶୁଣିଲେ ଆଗେ ଯେଉଁମାନେ ନାକ ଟେକୁଥିଲେ ଏବେ ସେମାନେ ଭାରତର ନେତୃତ୍ବକୁ ସ୍ବୀକାର କଲେଣି। ଏକବିଂଶ ଶତାବ୍ଦୀକୁ ଏବେ ଆଇ.ଟି. ସେଞ୍ଚୁରି ଭାବେ ବିବେଚନା କରାଯାଉଥିବା ବେଳେ ଭାରତ ତା’ର ଅଗ୍ରଦୂତ ରୂପେ ମାନ୍ୟତା ପାଇଲାଣି। ୨୦୨୫ରେ ଭାରତର ସ୍ମାର୍ଟଫୋନ୍ ବଜାର ଥିଲା ୧୫୨ ନିୟୁତ ୟୁନିଟ। କେବଳ ଆପଲ କଂପାନି ରପ୍ତାନି କରିଥିଲା ୧ କୋଟି ୪୫ ଲକ୍ଷ ସ୍ମାର୍ଟଫୋନ୍। ପ୍ରତି ବର୍ଷ ଦେଶର ୫୨ ଲକ୍ଷ ଲୋକ ବ୍ୟବହାର କରିଥାନ୍ତି ଏହି ମୋବାଇଲ ଫୋନ୍। ଏବେ ଘରେ ଘରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ, ସମସ୍ତଙ୍କ ହାତରେ ମୋବାଇଲ। ଏହାର ସୁଦୂରପ୍ରସାରୀ ସାମାଜିକ ପ୍ରଭାବ ହେଉଛି, ଅଧିକାଂଶ ବିଦେଶୀ ଭାରତୀୟଙ୍କୁ ଦେଖିଲେ ଗୁଡ୍‌ମର୍ଣ୍ଣିଂ ନ କହି ‘ନମସ୍ତେ’ ବୋଲି ସମ୍ବୋଧନ କରୁଛନ୍ତି। ବହୁ ସଂଖ୍ୟାରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ଯାତ୍ରା ପାଇଁ ଭାରତୀୟମାନେ ସଜବାଜ ହେଲେଣି।

ଏବେ କେତେକ ଯୁବ ପର୍ଯ୍ୟଟକ ଭାରତରୁ ଫେରି ନିଜ ଅନୁଭୂତି ସବୁ ବର୍ଣ୍ଣନା କଲେଣି। ଏବଂ କହିଲେଣି କେମିତି ଭାରତ ସଂପର୍କରେ ତାଙ୍କ ମନ ଭ୍ରାନ୍ତ ଧାରଣାରେ ଭରି ରହିଥିଲା। ଅକ୍‌ସଫୋର୍ଡ ଓ ହାଭାର୍ଡରୁ ଦୁଇଟି ଗ୍ରୁପ୍ ସେ ବିଷୟରେ ଅନୁଭୂତି ଲେଖିଛନ୍ତି। ସେଥିରେ ଥିବା ସାରା ନାମକ ଜଣେ ପର୍ଯ୍ୟଟକ ଲେଖିଛନ୍ତି ଯେ, ଲଣ୍ଡନ ହିଥ୍‌ରୋ ଏୟାରପୋର୍ଟରୁ ଦିଲ୍ଲୀରେ ପହଞ୍ଚିବାକୁ ୯ ଘଣ୍ଟା ଲାଗୁଥିଲା। ସେମାନଙ୍କ ପିତାମାତା ଭାରତ ଯାତ୍ରା ସପକ୍ଷରେ ନ ଥିଲେ। ଡର ଥିଲା ପିଲାଏ ଅସୁସ୍ଥ ହୋଇଯିବେ। କିନ୍ତୁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଯାହାସବୁ ଦେଖିଲେ ସବୁ ଥିଲା କଳ୍ପନା ବାହାରେ। ଏଆରପୋର୍ଟ ଥିଲା ପ୍ରାଚୀନ କଳାଭାସ୍କର୍ଯ୍ୟରେ ସମୃଦ୍ଧ ଓ କାରୁକାର୍ଯ୍ୟ ମଣ୍ଡିତ ଭାରତର ଏକ ଅତି ସୁନ୍ଦର ପ୍ରତିଛବି। ରିସେପ୍‌ସନିଷ୍ଟ ଓ ଶାଢ଼ୀ, ଗଜରାପିନ୍ଧା ପରିଚାୟିକାମାନଙ୍କର ଅତ୍ୟନ୍ତ ଭଦ୍ର ବ୍ୟବହାର ସମସ୍ତଙ୍କୁ ବିମୋହିତ କରି ଦେଇଥିଲା। ୪ ମିନିଟରେ ବ୍ୟାଗେଜ କ୍ଲିଅରାନ୍‌ସ ଓ ଛ’ ମିନିଟରେ ଟ୍ୟାକ୍‌ସି। ଏହା ଭିତରେ ଜଣଙ୍କ ହାଣ୍ଡବ୍ୟାଗ୍‌ରୁ ବଟୁଆ ଖସି ପଡ଼ିଥିଲା। ୨ ମିନିଟରେ ଜଣେ ଅଜ୍ଞାତ ବ୍ୟକ୍ତି ଫେରାଇ ଦେଇଥିଲେ। ବକ୍‌ସିସ୍ ନେଲେ ନାହିଁ। କାହିଁକି, ବୋଲି ପଚାରିଲାରୁ କହିଲେ- ‘ଅତିଥି ଦେବୋ ଭବ।’ ଟ୍ୟାକ୍‌ସି ବାଲା ପାଖ ଚା’ ଦୋକାନ ଆଗରେ ଗାଡ଼ି ରୋକି ଚା’ ପିଆଇଲା। ପଇସା ନେଲା ନାହିଁ। ବାଧ୍ୟ କରିବାରୁ କହିଲା- ଅନଲାଇନ ପେମେଣ୍ଟ କରିଦିଅ। ଏହା ପରେ ପର୍ଯ୍ୟଟକ ଧନ୍ୟବାଦ ଦେବା ପାଇଁ ହାତ ବଢ଼ାଇଲେ। ଉତ୍ତରରେ ଡ୍ରାଇଭର ହାତଯୋଡ଼ି କହିଲେ, ‘ନମସ୍କାର’। ଫିର୍ ମିଲେଙ୍ଗେ। ଆଗ୍ରା ଯିବା ବାଟରେ ସାରା ନିଜ ମା’ଙ୍କୁ ଫୋନ୍ କରି କହିଲେ- ‘‘ମା’, ଭାରତ ନ ଆସିଥିଲେ ବଡ଼ ଭୁଲ୍ ହୋଇଥାନ୍ତା। ଭାରତ ଏକ ବଜାର ନୁହେଁ, ଏକ ବିଚାର। ତୁମେ ଆମକୁ ଏ ଦେଶ ବିଷୟରେ ଯାହା କହିଥିଲ, ସବୁ ମିଛ। ତମେ ଜାଣିଚ ତମ ଦୃଷ୍ଟିରେ ଗରିବ, ଧୂଳିମାଟିର ଦେଶ ଭାରତ ଏବେ ପୃଥିବୀର ଶହେରୁ ଅଧିକ ଦେଶକୁ ମାଗଣାରେ କୋଭିଡ୍ ଭାକ୍‌ସିନ ଯୋଗାଇ ସାରିଲାଣି। ତେବେ ବି ଆମେ କହୁଚେ ଗରିବ ଦେଶ। ସେମିତି ବନ୍ଦେ ଭାରତ ଏକ୍‌ସପ୍ରେସ୍‌ରେ ଥରେ ଯାତ୍ରା କଲେ ବା ଏକ୍‌ସପ୍ରେସ୍ ହାଇୱେରେ ଥରେ ଯାତ୍ରା କଲେ ଅନୁଭବ କରିବ ଏ ମୁଣ୍ଡରୁ ସେ ମୁଣ୍ଡ ଦେଶ କେତେ ସଫାସୁତୁରା, କେତେ ସ୍ବାସ୍ଥ୍ୟକର। ଟିକିଏ ବି ଧୂଳିମଳି ନାହିଁ। ସ୍ବଚ୍ଛ ଭାରତ - ସୁସ୍ଥ ଭାରତ।

ଆହୁରି ପଢ଼ନ୍ତୁ- U.S. Tomahawk: ଇରାନ ସ୍କୁଲ ଉପରେ ଆକ୍ରମଣ ଘଟଣା:  ଇସ୍ରାଏଲ ନୁହେଁ, ଆମେରିକାର ଟୋମହକ୍ କ୍ଷେପଣାସ୍ତ୍ର ରଚିଥିଲା ତାଣ୍ଡବ

କହିଲେ, ମା’, ତୁମେ ଆଖିରୁ ‘୨୦୦ ବର୍ଷ ପୁରୁଣା ଭାରତ’ର ଚଷମା ଏବେ ହଟାଇ ଦିଅ। ପୁରୁଣା ଭାରତର ପୁନର୍ଜନ୍ମ ହୋଇ ସାରିଲାଣି। ସେଇ ପୁରୁଣା ନୂଆ ଭାରତର ଏବେ ଗୋଟିଏ ହାତରେ ମାଟିର ପାତ୍ର ଓ ଆଉ ଗୋଟିଏ ହାତରେ ଏଆଇ ମେସିନ ଚମକୁଛି। ଦୁଇ ସେକେଣ୍ଡରେ ସ୍କାନ୍ ଆଣ୍ଡ୍ ପେ’। ଏହା ପରେ ଡ୍ରାଇଭର ଏକ ଗୁରୁଦ୍ବାର ପାଖରେ ଗାଡ଼ି ଅଟକାଇଲେ। ପର୍ଯ୍ୟଟକ ପଚାରିଲେ ଏଇଟା କ’ଣ? ଲଙ୍ଗର୍ ଓ ଗୁରୁଦ୍ବାର ଦର୍ଶନ ବିଷୟରେ ଡ୍ରାଇଭର୍‌ ବୁଝାଇଲେ। ଏବେ ଭାରତରେ ୮୦ କୋଟିରୁ ଅଧିକ ଲୋକ ଏପରି ଲଙ୍ଗର୍‌ମାନଙ୍କରେ ମାଗଣା ସ୍ବାଦିଷ୍ଠ ଭୋଜନ କରୁଛନ୍ତି। ଏକ ସଫାସୁତୁରା ପରିବେଶରେ। ଏହାର ଲୋକପ୍ରିୟ ନାଁ ହେଲା- ‘କର୍ ସେବା’। ଏ ବିଷୟରେ ଅଧିକ ପଚାରିବାରୁ ଡ୍ରାଇଭର ଗୋଟିଏ ବାକ୍ୟରେ ତା’ର ଉତ୍ତର ଦେଇ କହିଲେ- ‘‘ଯବ୍ ପେଟ୍ ଭର୍‌ତା ତୋ ଦୁଆ ମିଲ୍‌ତା।’’ ଲଙ୍ଗର୍‌ରେ ବସିଲେ ମା’ଙ୍କର ଦର୍ଶନ କଲାଭଳି ଲାଗେ। ଏମିତି ବାଟ ସରିଗଲା। ପର୍ଯ୍ୟଟକମାନେ ଆଉ ଏମ୍ବାସି କି ହୋଟେଲ ରୁମ୍‌କୁ ନ ଫେରି ଖୋଲା ଆକାଶ ତଳେ ବିଶ୍ରାମ କରିବାକୁ ପସନ୍ଦ କଲେ। ତାଙ୍କୁ ସ୍ବାଗତ କରି ହୋଟେଲ ରୁମ୍ ନେଇଯିବା ପାଇଁ ଆସିଥିବା ବ୍ରିଟିଶ ହାଇକମିସନର କର୍ମଚାରୀମାନଙ୍କୁ ଫେରିଯିବାକୁ ପଡ଼ିଲା। ସ୍ଥାନୀୟ ଲୋକେ କହିଲେ- ଏମାନେ ଆମର ବେଟା, ବେଟି, ଆମର ମେହେମାନ୍। ‘ହମାରେ ସାଥ୍ ରହନେ ଦୋ’। ଗାଡ଼ି ଫେରିଗଲା। ତା’ ସହ ସବୁ ଗର୍ବ, ଅହଙ୍କାର ଓ ଧାରଣା।

ଏତିକି ବେଳେ ସାରାଙ୍କ ମା’ ଲଣ୍ଡନରୁ ଫୋନ୍ କରି ପଚାରିଲେ- କେମିତି ଅଛୁ? ଉତ୍ତରରେ ସାରା କହିଲେ- ମା’, ଭାରତ ବିଷୟରେ ତୁମର ଧାରଣା ଭୁଲ୍‌। ଆଜି ଆମେ ପ୍ରାଚୀନ ଭାରତର ଶରୀର ଦେଖୁଚୁ। କାଲି ତା’ର ଆତ୍ମା ଦେଖିବା ପାଇଁ ବନାରସ ଯିବୁ। ମା’ କହିଲେ, ମୁଁ ଯାହା କହିଥିଲି ଏବେ ସେ ସବୁକୁ ଭୁଲିଯା’। ସାରା କହିଲେ, ମୁଁ ଆଉ ଫେରିବି ନାହିଁ। ସତରେ ‘ସାରେ ଯାହାଁସେ ଆଚ୍ଛା’ ନୂଆ ଭାରତ ଦର୍ଶନ ପାଇଁ ଚଷମା ବଦଳାଇବାକୁ ପଡ଼ିବ। ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ପହଞ୍ଚିବା ପାଇଁ ଏଥର ଡିଜିଟାଲ ଭାରତର ହାତଧରି ଚାଲିବାକୁ ପଡ଼ିବ। ମା’ ଭାରତ ବିଷୟରେ ସବୁ ଭ୍ରାନ୍ତ ଧାରଣା ଏବେ ମନରୁ ପୋଛିଦିଅ। ଏବେ ଫ୍ରାନ୍‌ସ ରାଷ୍ଟ୍ରପତି ମାକ୍ରୋନ ଭାରତରେ ଅଛନ୍ତି। ମାରାଇନ୍ ଡ୍ରାଇଭରେ ମୁମ୍ବାଇ ଓ ଗଳି, ମୋହଲା ଖୋଲା ଆକାଶ ତଳେ ତାଙ୍କ ସହ କାଲି ଦୌଡ଼ିବୁ। ବାଏ, ବାଏ। ନମସ୍ତେ ଇଣ୍ଡିଆ!
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୯୩୭୦୨୭୦୧୭

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe