Advertisment

Editorial: ଗୁଞ୍ଜରିତ ଭାରତ

Advertisment

ମିଶ୍ରିତ ରୋପଣ ନିମିତ୍ତ ଏଇ ବୃକ୍ଷ ଜାତିମାନଙ୍କୁ ଏପରି ଚୟନ କରାଯିବ, ଯେପରି ସେମାନଙ୍କର ଫୁଲ ଫୁଟିବା ଋତୁ ଭିନ୍ନଭିନ୍ନ ହୋଇଥିବ, ଯାହା ଫଳରେ ବର୍ଷର କୌଣସି ସମୟରେ ମହୁମାଛିମାନଙ୍କ ପାଇଁ ଖାଦ୍ୟାଭାବ ଦେଖାଦେବ ନାହିଁ।

ମିଶ୍ରିତ ରୋପଣ ନିମିତ୍ତ ଏଇ ବୃକ୍ଷ ଜାତିମାନଙ୍କୁ ଏପରି ଚୟନ କରାଯିବ, ଯେପରି ସେମାନଙ୍କର ଫୁଲ ଫୁଟିବା ଋତୁ ଭିନ୍ନଭିନ୍ନ ହୋଇଥିବ, ଯାହା ଫଳରେ ବର୍ଷର କୌଣସି ସମୟରେ ମହୁମାଛିମାନଙ୍କ ପାଇଁ ଖାଦ୍ୟାଭାବ ଦେଖାଦେବ ନାହିଁ।

samp1

ମିଶ୍ରିତ ରୋପଣ ନିମିତ୍ତ ଏଇ ବୃକ୍ଷ ଜାତିମାନଙ୍କୁ ଏପରି ଚୟନ କରାଯିବ, ଯେପରି ସେମାନଙ୍କର ଫୁଲ ଫୁଟିବା ଋତୁ ଭିନ୍ନଭିନ୍ନ ହୋଇଥିବ, ଯାହା ଫଳରେ ବର୍ଷର କୌଣସି ସମୟରେ ମହୁମାଛିମାନଙ୍କ ପାଇଁ ଖାଦ୍ୟାଭାବ ଦେଖାଦେବ ନାହିଁ। ଅର୍ଥାତ୍ ମହୁମାଛିମାନେ ବର୍ଷ ସାରା ସଂପୃକ୍ତ ଅଞ୍ଚଳରେ ମହୁ ଖାଇବାକୁ ପାଇ ମନ ଆନନ୍ଦରେ ଗୁଣୁଗୁଣୁ ଗୀତ ଗାଇ ପରିବେଶକୁ ଗୁଞ୍ଜରିତ କରିବାକୁ ଲାଗିବେ। କେବଳ ବସନ୍ତ ନୁହେଁ, ପ୍ରତ୍ୟେକ ଋତୁରେ ସେମାନଙ୍କର ଗୁଞ୍ଜନ ସମସ୍ତଙ୍କୁ ପୁଲକିତ କରିବ।

ଆମେରିକୀୟ ସାମୁଦ୍ରିକ ଜୈବବିଜ୍ଞାନୀ ରାଚେଲ୍ କାର୍ସନ୍‌ଙ୍କର ୧୯୬୨ରେ ପ୍ରକାଶିତ ଯେଉଁ ପୁସ୍ତକକୁ ଅାଧୁନିକ ପରିବେଶ ସୁରକ୍ଷା ଅ‌ାନ୍ଦୋଳନର ଆବାହକ ରୂପେ ସ୍ବୀକାର କରାଯାଇଥାଏ, ତାହାର ଶୀର୍ଷକ ହେଉଛି, ‘ସାଇଲେଣ୍ଟ୍ ସ୍ପ୍ରିଙ୍ଗ୍’ (‘ନିରବ ବସନ୍ତ’)। ଆଧୁନିକ ସମୟରେ ମନୁଷ୍ୟ ହାସଲ କରିଥିବା ଚମକପ୍ରଦ ଅର୍ଥନୈତିକ ପ୍ରଗତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି କୃଷିର ଉତ୍ପାଦନଶୀଳତାରେ ସମ୍ଭବ ହୋଇପାରିଥିବା ତୀକ୍ଷ୍‌ଣ ବୃଦ୍ଧି। ଏହା ସମ୍ଭବ ହେବାର ଅନ୍ୟତମ କାରଣ ହେଉଛି ଫସଲକୁ ବିନଷ୍ଟକାରୀ କୀଟପତଙ୍ଗମାନଙ୍କ କବଳରୁ ରକ୍ଷା କରିବା ପାଇଁ ରାସାୟନିକ କୀଟନାଶକ ପଦାର୍ଥମାନଙ୍କର ବ୍ୟାପକ ବ୍ୟବହାର, ଯେଉଁଥିରେ ମୁଖ୍ୟ ଥିଲା ‘ଡିଡିଟି’। କାର୍ସନ୍ ତାଙ୍କ ପୁସ୍ତକରେ ଦର୍ଶାଇଥିଲେ ଯେ ଏଭଳି ରାସାୟନିକ କୀଟନାଶକମାନଙ୍କର ଯଥେଚ୍ଛା ବ୍ୟବହାର କ୍ୟାନସର୍ ଭଳି ଭୟଙ୍କର ରୋଗ ସୃଷ୍ଟି କରି ଓ ଜେନେଟିକ୍ କ୍ଷତି ସାଧନ କରି ମନୁଷ୍ୟ ସ୍ବାସ୍ଥ୍ୟ ପ୍ରତି ଘୋର ବିପଦ ପହଞ୍ଚାଇବା ସହିତ ବସନ୍ତ ଋତୁରେ ପରିବେଶକୁ ସଙ୍ଗୀତ ମୁଖରିତ କରୁଥିବା ଚଢ଼େଇ, ମହୁମାଛି, ଝିଣ୍ଟିକା ଆଦିଙ୍କର ଧ୍ବଂସ ସାଧନ କରି ସେ ସମୟରେ ପ୍ରକୃତିକୁ ସଂପୂର୍ଣ୍ଣ ନିରବ କରିଦେବାକୁ ବସିଲାଣି।

Cricket: ସଚିନଙ୍କୁ ଟାର୍ଗେଟ୍‌ କରିଥିବା ସ୍ବୀକାର କଲେ ବକନର୍‌

ଅର୍ଥନୈତିକ ବିକାଶର ଅନ୍ୟ ଯେଉଁ ଏକ ଅବିଚ୍ଛେଦ୍ୟ ଅଂଶ ମଧ୍ୟ କାର୍ସନ୍‌ଙ୍କୁ ବିଚଳିତ କରିଥିବା ଭଳି ବସନ୍ତ ଋତୁକୁ ନିରବ କରିଦେଇଥାଏ, ତାହା ହେଉଛି- ନିର୍ମାଣ। ଏହାର ଏକ ଉଦାହରଣ ସ୍ବରୂପ ଭାରତର ଅର୍ଥନୈତିକ ବିକାଶର ଶିରାପ୍ରଶିରା ସ୍ବରୂପ ନିର୍ମିତ ଓ ସଂପ୍ରସାରିତ ହୋଇଚାଲିଥିବା ଜାତୀୟ ରାଜପଥମାନଙ୍କୁ ଦେଖାଯାଉ। ଏଗୁଡ଼ିକର ନିର୍ମାଣ ଓ ସଂପ୍ରସାରଣ ଆବଶ୍ୟକ କରୁଥିବା ସ୍ଥାନ ଉପଲବ୍‌ଧ ହେବା ପାଇଁ ସ୍ବାଭାବିକ ଭାବରେ ସେମାନଙ୍କର ଗତିପଥରୁ ସହସ୍ରସହସ୍ର ଗଛମାନଙ୍କୁ କାଟି ହଟାଇବାକୁ ପଡ଼ିଥାଏ। ଏଇ ଗଛଗୁଡ଼ିକ ପକ୍ଷୀମାନଙ୍କର ଆଶ୍ରୟସ୍ଥଳୀ ହୋଇଥିବା ବେଳେ ଏଗୁଡ଼ିକରେ ଫୁଟୁଥିବା ଫୁଲ ହୋଇଥାଏ ମହୁମାଛିମାନଙ୍କର ଖାଦ୍ୟ ଭଣ୍ଡାର- ମହୁ ସଂଗ୍ରହର ଉତ୍ସ। ଗଛଗୁଡ଼ିକ ଦୃଶ୍ୟପଟରୁ ଅନ୍ତର୍ହିତ ହୋଇଯିବା ସହିତ ଖାଦ୍ୟାଭାବର ସମ୍ମୁଖୀନ ହୋଇ ମହୁମାଛିମାନେ ମଧ୍ୟ କ୍ରମେ ଦୃଶ୍ୟପଟରୁ ଅପସରି ଯିବାକୁ ଆରମ୍ଭ କରନ୍ତି ଓ ସେମାନଙ୍କର ଗୁଞ୍ଜନ ମଧ୍ୟ କାନରେ ପଡ଼ିବା କ୍ରମେ ବିରଳ ହୋଇଯାଇ ବସନ୍ତକୁ ରାଚେଲ୍ କାର୍ସନ୍‌ଙ୍କର ନିରବ ବସନ୍ତରେ ପରିଣତ କରିଦେଇଥାଏ।
ତେବେ କାର୍ସନ୍‌ଙ୍କ ପୁସ୍ତକର ପ୍ରଭାବରେ ତାହାର ପ୍ରକାଶର ଦଶ ବର୍ଷ ପରେ କୀଟନାଶକ ରୂପେ ‘ଡିଡିଟି’ର ବ୍ୟବହାରକୁ ସଂପୂର୍ଣ୍ଣ ନିଷିଦ୍ଧ କରି ଦିଆଯାଇଥିଲା; ତାହାକୁ ଅନୁସରଣ କରି ଆମର ପରିବେଶରେ ମଧୁପର ଗୁଞ୍ଜନକୁ ଫେରାଇ ଆଣିବା ପାଇଁ ଦେଶରେ ଜାତୀୟ ରାଜପଥମାନଙ୍କର ନିର୍ମାଣ ବା ସଂପ୍ରସାରଣକୁ ତ ଆଉ ନିଷିଦ୍ଧ କରି ଦିଆଯାଇ ପାରିବ ନାହିଁ! ଦେଶର ନୀତିନିର୍ଦ୍ଧାରକମାନେ ଯେ ଏଥିପ୍ରତି ସଚେତନ ନୁହନ୍ତି, ତାହା ନୁହେଁ। ସମସ୍ୟାର ସାମାଧାନ ନିମିତ୍ତ ତେଣୁ ନିୟମ ଅନୁସାରେ କଟାଯାଉଥିବା ପ୍ରତ୍ୟେକ ଗଛ ସ୍ଥାନରେ ଦୁଇଟି ବା ତା’ଠାରୁ ଅଧିକ ସଂଖ୍ୟକ ଚାରା ରୋପଣ କରିବା ପାଇଁ ନି‌େର୍ଦ୍ଦଶ ରହିଛି। କିନ୍ତୁ ବାସ୍ତବରେ ଏଇ ନିର୍ଦ୍ଦେଶର ପାଳନ ଅପେକ୍ଷା ଉଲ୍ଲଂଘନ ହେଉଛି ଏକ ନିୟମିତ ପରିଦୃଷ୍ଟ ହେଉଥିବା କଠୋର ସତ୍ୟ।
ପ୍ରାଚୀନ କାଳରୁ ଆମ ଦେଶରେ ସଡ଼କ କଡ଼ରେ ଗଛ ଲଗାଇବା ଏକ ଆଦର୍ଶ ପ୍ରଜାମଙ୍ଗଳ କାର୍ଯ୍ୟ ରୂପେ ବିବେଚିତ ହୋଇଆସିଛି। ‘ହିତୋପଦେଶ’ର ଅନ୍ୟତମ ଉପଦେଶ ‘‘ସେବିତବ୍ୟୋ ମହାବୃକ୍ଷଃ ଫଳଚ୍ଛାୟା ସମନ୍ବିତଃ। ଯଦି ଦୈବାତ୍ ଫଳଂ ନାସ୍ତି ଛାୟା କେନ ନିବାର୍ଯ୍ୟତେ।।’’ ଏହାର ସ୍ବାକ୍ଷର ବହନ କରିଥାଏ। ଏବେ କିନ୍ତୁ ଦେଖାଯାଉଛି ଜାତୀୟ ରାଜପଥ ଧାର ଓ ମଧ୍ୟବର୍ତ୍ତୀ ଅଞ୍ଚଳରେ ରୋପଣ କରାଯାଉଥିବା ଚାରାଗୁଡ଼ିକ କୌଣସି ମହାବୃକ୍ଷର ହୋଇଥିବା ପରିବର୍ତ୍ତେ ସାଧାରଣତଃ ଆଳଙ୍କାରିକ ମାତ୍ର ହୋଇଥାନ୍ତି। ଏଗୁଡ଼ିକ ନା ଛାୟା ପ୍ରଦାନ କରିବା କ୍ଷମତା ବହନ କରିଥାନ୍ତି, ନା ମହୁମାଛିମାନଙ୍କୁ ପୋଷଣ କରିବା ଭଳି ମହୁ ଧାରଣ କରିଥାନ୍ତି।

Health: ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ବାୟୁ ସେବା: ପ୍ରଥମ ଦିନରେ ୪୨୬ ଜଣ ରୋଗୀ ଚିକିତ୍ସିତ

ତେଣୁ ନିଶ୍ଚିତ ରୂପେ ଗତ ମଙ୍ଗଳବାର ‘ଜାତୀୟ ରାଜପଥ ପ୍ରାଧିକରଣ’ (‘ନେସନାଲ୍ ହାଇ‌ୱେ ଅଥରିଟି ଅଫ୍ ଇଣ୍ଡିଆ’) ଏ ସଂପର୍କରେ ଯେଉଁ ଏକ ଯୋଜନାର ଘୋଷଣା କରିଛି, ତାହା ଏଇ ଆଧୁନିକ ଉଦାସୀନତାରେ ଅନ୍ତ ଘଟାଇ ଆମର ସେଇ ବୃକ୍ଷ-ପ୍ରେମୀ ପାରମ୍ପରିକ ମୂଲ୍ୟବୋଧକୁ ଫେରିଯିବା ପାଇଁ ଏକ ସୁଚିନ୍ତିତ ଉଦ୍ୟମ ହୋଇଥିବା ସହିତ ମହୁମାଛିମାନଙ୍କ ପାଇଁ ଏକ ମଧୁର ସମ୍ବାଦ ବହନ କରୁଥିବା ଭଳି ମନେ ହୁଏ। ସଂକ୍ଷେପରେ କହିଲେ, ‘ଏନ୍ଏଚ୍ଏଆଇ’ ଦେଶର ଏଇ ବିସ୍ତୃତ ରାଜପଥର ଜାଲ ମଧ୍ୟରେ ଏଣିକି ‘ମହୁମାଛି ପଥ’ ‘(ବି କରିଡର୍’)ମାନ ସୃଷ୍ଟି କରିବାକୁ ଯାଉଛି। ଏଇ ମଧୁମକ୍ଷୀ ପଥମାନଙ୍କରେ କ୍ରମେ ଆଳଙ୍କାରିକ ଗଛମାନଙ୍କ ସ୍ଥାନରେ ଲକ୍ଷଲକ୍ଷ ସଂଖ୍ୟାରେ ପରାଗସଂଗମକାରୀ-ପତଙ୍ଗ-ଅନୁକୂଳ ଗଛମାନ ରୋପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଯୋଜନା ଅନୁସାରେ ୨୦୨୬-୨୭ ବିତ୍ତ ବର୍ଷରେ ଯେଉଁ ୪୦ ଲକ୍ଷ ବୃକ୍ଷ ରୋପଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ସେଥିମଧ୍ୟରୁ ୬୦ ଶତାଂଶ ଏଇ ‘ବି କରିଡର୍’ମାନଙ୍କରେ ରୋପଣ କରାଯିବ। ଏଥିରେ ଅନ୍ତର୍ଭୁକ୍ତ ଜାତିମାନଙ୍କ ମଧ୍ୟରେ ରହିବେ ନିମ, କରଞ୍ଜ, ମହୁଲ, ପଳାଶ, ଜାମୁ, ଶିରିଷ ଭଳି ଗଛ, ଯେଉଁମାନଙ୍କର ଫୁଲରେ ମହୁମାଛିମାନେ ସଂଗ୍ରହ କରିବା ପାଇଁ ପ୍ରଚୁର ପରିମାଣରେ ମହୁ ଭର୍ତ୍ତି ହୋଇ ରହିଥାଏ। ମିଶ୍ରିତ ରୋପଣ ନିମିତ୍ତ ଏଇ ବୃକ୍ଷ ଜାତିମାନଙ୍କୁ ଏପରି ଚୟନ କରାଯିବ, ଯେପରି ସେମାନଙ୍କର ଫୁଲ ଫୁଟିବା ଋତୁ ଭିନ୍ନଭିନ୍ନ ହୋଇଥିବ, ଯାହା ଫଳରେ ବର୍ଷର କୌଣସି ସମୟରେ ମହୁମାଛିମାନଙ୍କ ପାଇଁ ଖାଦ୍ୟାଭାବ ଦେଖାଦେବ ନାହିଁ। ଅର୍ଥାତ୍ ମହୁମାଛିମାନେ ବର୍ଷ ସାରା ସଂପୃକ୍ତ ଅଞ୍ଚଳରେ ମହୁ ଖାଇବାକୁ ପାଇ ମନ ଆନନ୍ଦରେ ଗୁଣୁଗୁଣୁ ଗୀତ ଗାଇ ପରିବେଶକୁ ଗୁଞ୍ଜରିତ କରିବାକୁ ଲାଗିବେ। କେବଳ ବସନ୍ତ ନୁହେଁ, ପ୍ରତ୍ୟେକ ଋତୁରେ ସେମାନଙ୍କର ଗୁଞ୍ଜନ ସମସ୍ତଙ୍କୁ ପୁଲକିତ କରିବ।
ଏଥିସହିତ ସଂପୃକ୍ତ ଅଞ୍ଚଳମାନଙ୍କରେ ମହୁଚାଷୀମାନଙ୍କର ମହୁ ଉତ୍ପାଦନରେ ଯେଉଁ ବୃଦ୍ଧି ଘଟିବ, ତାହା ସେମାନଙ୍କର ପାରିବାରିକ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ଗ୍ରାମ୍ୟ ଅର୍ଥନୀତିରେ ମଧ୍ୟ ବିଶେଷ ଉନ୍ନତି ସାଧନ କରିବ। ସେତିକି ନୁହେଁ, ସେ ଅଞ୍ଚଳରେ ମହୁମାଛିମାନଙ୍କର ବହୁ ସଂଖ୍ୟାରେ ସ୍ଥାୟୀ ଉପସ୍ଥିତି ମଧ୍ୟ ପରାଗସଂଗମରେ ଉନ୍ନତି ଘଟାଇ ବିଭିନ୍ନ ଫସଲ ଅମଳରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇବ। ଏଥିଯୋଗୁଁ କୃଷି ଅଧିକ ଲାଭଜନକ ହେବ। ତେବେ ଏଇ ମଧୁର ଯୋଜନାର ସଫଳତା ନିର୍ଭର କରେ କେତେ ଦୂର ଆନ୍ତରିକତାର ସହିତ ରୋପଣ କରାଯାଇଥିବା ଚାରାଗୁଡ଼ିକର ଯତ୍ନ ନିଆଯାଇ ସେଗୁଡ଼ିକୁ ବୃକ୍ଷରେ ପରିଣତ ହେବାକୁ ଦିଆଯିବ। ତେବେ ଯାଇ ଆମକୁ ଏଇ ମହାବୃକ୍ଷମାନଙ୍କର ମଧୁର ଫଳ ଉପଲବ୍‌ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe