Another subham: ଓଲିଉଡ୍‌ରେ ଆଉ ଜଣେ ଶୁଭମ୍

Advertisment

ଏବେ ଶୁଭମ୍ ନାଆଁରେ ଏକାଧିକ ନାୟକ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ‘ଶମ୍ଭୁ’ର ନାୟକ ହେଉଛନ୍ତି ଶୁଭମ୍। ସେହିପରି ‘ପ୍ରେମର ନିଶା ନିଆରା ନିଆରା’ର ନାୟକ...

ଏବେ ଶୁଭମ୍ ନାଆଁରେ ଏକାଧିକ ନାୟକ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ‘ଶମ୍ଭୁ’ର ନାୟକ ହେଉଛନ୍ତି ଶୁଭମ୍। ସେହିପରି ‘ପ୍ରେମର ନିଶା ନିଆରା ନିଆରା’ର ନାୟକ...

Untitled-7

another subham in ollywood

ଏବେ ଶୁଭମ୍ ନାଆଁରେ ଏକାଧିକ ନାୟକ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ‘ଶମ୍ଭୁ’ର ନାୟକ ହେଉଛନ୍ତି ଶୁଭମ୍। ସେହିପରି ‘ପ୍ରେମର ନିଶା ନିଆରା ନିଆରା’ର ନାୟକ ବି ଶୁଭମ୍‌। ତାଙ୍କ ଅଭିନୀତ ଦ୍ବିତୀୟ ଓଡ଼ିଆ ଛବି ‘ଚାହିଁଥିବି ତତେ ହଜାରେ ବରଷ’ ରିଲିଜ୍ ଅପେକ୍ଷାରେ ରହିଛି । ତେଣେ ‘ତୁ ମୋ ଡ୍ରିମ୍‌ଗାର୍ଲ’ ଫିଲ୍ମର ନାୟକ ବି ଜଣେ ଶୁଭମ୍‌- ପୂରା ନାମ ଶୁଭମ୍ ଗିରି।

Odia girl: ହିନ୍ଦୀ ଧାରାବାହିକରେ ଓଡ଼ିଆ ଝିଅ

ଏବେ ଓଡ଼ିଆ ସିନେଜଗତରେ ଆଉ ଜଣେ ଶୁଭମ୍‌ଙ୍କର ପଦାର୍ପଣହୋଇଛି। ସେ ହେଲେ ଶୁଭମ୍ ସାଗର। ଥିଏଟର୍‌ରୁ ଟେଲିଧାରାବାହିକ ଏବଂ ଟେଲିଭିଜନ୍‌ରୁ ସିନେମାକୁ ଆସିଥିବା ଏହି ଶୁଭମ୍‌ଙ୍କ ଘର ଭୁବନେଶ୍ବର। ସାମାଜିକ ସଚେତନାଧର୍ମୀ ସିନେମା ‘ଲାଡ୍ଡୋ-ମାଟିର ମଣିଷ’ରେ ଶୀର୍ଷକ ଭୂମିକାରେ ସେ ଅଭିନୟ କରିଛନ୍ତି। ନିଜ ମାଟିର ସୁରକ୍ଷା ଲାଗି ଲାଡ୍ଡୋର ସଂଘର୍ଷ ଦେଖିବାକୁ ମିଳିବ ଏହି ଛବିରେ।
ସତ୍ୟଭାମା ସିନେ ପ୍ରଡକ୍‌ସନ୍ ବ୍ୟାନର୍‌ରେ ନିର୍ମାଣାଧୀନ ‘ଲାଡ୍ଡୋ-ମାଟିର ମଣିଷ’ର ସମସ୍ତ ସୁଟିଂ ଶେଷହୋଇଛି। ଏଥିରେ  ଶୁଭମ୍ ସାଗର ନାୟକ ଭୂମିକାରେ ଥିବାବେଳେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି ସଂଜନା ପ୍ରଧାନ, ଅର୍ଲିନ୍ ଅଙ୍କିତା, ସୁଶାନ୍ତ ନାୟକ, ସ୍ମିତା ମହାନ୍ତି, ଅଶ୍ରୁମୋଚନ, କେ କେ, ଉଦିତ ଗୁରୁ, ବାଦଲ ମହାନ୍ତି, ରାଜଶ୍ରୀ, ସୋମୁ, ଚୌଧୁରୀ ବିକାଶ ଦାସ ଓ ଜୟ ପ୍ରକାଶ ଦାସ। ସତ୍ୟ ଘଟଣା ଉପରେ ଆଧାରିତ ଏହି ସିନେମାର କାହାଣୀ ଓ ଚିତ୍ରନାଟ୍ୟ ଶୁଭମ୍ ସାଗର ରଚନା କରିଥିବା ବେଳେ ସନ୍ତୋଷ ବିଶ୍ବାଳ ଏହାର ନିର୍ଦ୍ଦେଶକ।

Bauxite can boost Odisha's growth: ବକ୍ସାଇଟ୍ ଓଡ଼ିଶାର ଅଭିବୃଦ୍ଧିକୁ ଦୃଢ଼ କରିପାରିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe