ବକ୍ସ୍ ଅଫିସ୍ରେ ହଜାରେ କୋଟିରୁ ଅଧିକ ବ୍ୟବସାୟ କରିଥିବା ‘ଧୁରନ୍ଧର୍’ରେ କ୍ରିଷ୍ଟଲ୍ ଡିସୌଜା ଓ ଆୟେଶା ଖାନ୍ଙ୍କ ଅଭିନୀତ ଗୀତ ‘ସରାରତ୍...’ ଦର୍ଶକଙ୍କ ମନଜିଣିଛି। ତେବେ ଏହି ଗୀତକୁ ନେଇ ଆସିଥିବା ନୂଆ ତଥ୍ୟ ସିନେପ୍ରେମୀଙ୍କୁ ଆଲୋଚନାର ଖୋରାକ ଯୋଗାଇଛି। ସେମାନେ କହୁଛନ୍ତି, ‘ଦାନେ ଦାନେ ପେ ଲିଖାହୁଆ ଖାନେୱାଲେକା ନାମ୍’। କାରଣ ଏହି ଗୀତରେ ପ୍ରଥମେ ତମନ୍ନା ଭାଟିଆ ଅଭିନୟ କରିବାର ଥିଲା, କିନ୍ତୁ ପରେ ତାଙ୍କ ବଦଳରେ ‘ଏକ୍ ହଜାରୋଁ ମେଁ ମେରୀ ବେହନା ହୈ’ ଫେମ୍ କ୍ରିଷ୍ଟଲ୍ ଡିସୌଜାଙ୍କୁ ଏହି ସୁଯୋଗ ମିଳିଥିଲା।
School Bus: ନଗଡ଼ାକୁ ସ୍କୁଲବସ୍ ସେବା ଶୁଭାରମ୍ଭ
ନିକଟରେ ଏକ ସାକ୍ଷାତ୍କାରରେ ଏ ନେଇ ପଚରାଯାଇଥିବା ପ୍ରଶ୍ନର ଚମତ୍କାର ଉତ୍ତର ଦେଇଛନ୍ତି କ୍ରିଷ୍ଟଲ୍। ସେ କହିଛନ୍ତି, ସବୁ ଭାଗ୍ୟର ଖେଳ, ଯାହା ଭାଗ୍ୟରେ ଲେଖାଥିବ, ତାହା ହିଁ ହେବ। ତେବେ ବାସ୍ତବରେ ତମନ୍ନାଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିଛି ବୋଲି ତାଙ୍କର କୌଣସି ଧାରଣା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଗୀତ ପାଇଁ ପ୍ରଥମ ପସନ୍ଦ ଯିଏ ବି ହୁଅନ୍ତୁ ନା କାହିଁକି, ତମନ୍ନାଙ୍କ ପରି ସୁନ୍ଦର ଓ ଉଚ୍ଚକୋଟୀର ଅଭିନେତ୍ରୀଙ୍କ ପ୍ରଶଂସା କରିବାରେ କ୍ରିଷ୍ଟଲ୍ ଆଦୌ ବି କାର୍ପଣ୍ୟ କରିନାହାନ୍ତି। ତମନ୍ନା ଏ ଗୀତରେ ତାଙ୍କ ଶୈଳୀର ଛୁଙ୍କଦେଇ ନାଚିଥିଲେ ଗୀତଟି ହୁଏତ ଆହୁରି ଭଲ ହୋଇପାରିଥାଆନ୍ତା ବୋଲି ସେ ସ୍ବୀକାର କରିଛନ୍ତି।
Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ
ତେବେ ନିକଟରେ ‘ଧୁରନ୍ଧର୍’ର କୋରିଓଗ୍ରାଫର୍ ବିଜୟ ଗାଙ୍ଗୁଲୀଙ୍କ ଏକ ବୟାନ ଏହି ଚର୍ଚ୍ଚାର ସୂତ୍ରପାତ କରିଥିଲା। ସେ ଏକ ସାକ୍ଷାତ୍କାରରେ କହିଥିଲେ କି, ପ୍ରଥମେ ‘ସରାରତ୍...’ ଗୀତ ପାଇଁ ତମନ୍ନା ଭାଟିଆଙ୍କ ନାମ ଉଠିଥିଲା, କିନ୍ତୁ ନିର୍ଦ୍ଦେଶକ ଆଦିତ୍ୟ ଧର୍ ଏହାକୁ ନାକଚ କରିଦେଇଥିଲେ। ତାଙ୍କର ଏହି ମନ୍ତବ୍ୟ ଭାଇରାଲ୍ ହେବାରୁ ଇନ୍ଷ୍ଟାଗ୍ରାମ୍ରେ ଏକ ସ୍ପଷ୍ଟୀକରଣ ଜାରିକରି ତମନ୍ନା ଏ ବାବଦରେ ଅବଗତ ନଥିଲେ ବୋଲି କହିଥିଲେ।
Follow Us