Actor: ସ୍ମୃତି ଏକ ରୁପାଜହ୍ନ: ବାପା ଚାହୁଥିଲେ ପାଠ, ଜେଜେ ଚାହୁଥିଲେ ନାଟ!

Advertisment

ଦୂରଦର୍ଶନରୁ ଅଭିନୟ ଜୀବନ ଆରମ୍ଭ କରି ଏଯାଏ ଥକିପଡ଼ି ନାହାନ୍ତି ସେ। ନିଜେ ହସିଛନ୍ତି ଓ ଦର୍ଶକଙ୍କୁ ହସାଇଛନ୍ତି। ୪୦ ବର୍ଷରୁ ଅଧିକ ସମୟର ଅଭିନୟ ଜୀବନରେ ୮୦ରୁ ଊର୍ଦ୍ଧ୍ବ ସିନେମା ଓ ୨୦ରୁ ଊର୍ଦ୍ଧ୍ବ ଧାରାବାହିକରେ ସେ ନଜର ଆସିଛନ୍ତି।

ଦୂରଦର୍ଶନରୁ ଅଭିନୟ ଜୀବନ ଆରମ୍ଭ କରି ଏଯାଏ ଥକିପଡ଼ି ନାହାନ୍ତି ସେ। ନିଜେ ହସିଛନ୍ତି ଓ ଦର୍ଶକଙ୍କୁ ହସାଇଛନ୍ତି। ୪୦ ବର୍ଷରୁ ଅଧିକ ସମୟର ଅଭିନୟ ଜୀବନରେ ୮୦ରୁ ଊର୍ଦ୍ଧ୍ବ ସିନେମା ଓ ୨୦ରୁ ଊର୍ଦ୍ଧ୍ବ ଧାରାବାହିକରେ ସେ ନଜର ଆସିଛନ୍ତି।

fshfshhfbxvvb

ଦୂରଦର୍ଶନରୁ ଅଭିନୟ ଜୀବନ ଆରମ୍ଭ କରି ଏଯାଏ ଥକିପଡ଼ି ନାହାନ୍ତି ସେ। ନିଜେ ହସିଛନ୍ତି ଓ ଦର୍ଶକଙ୍କୁ ହସାଇଛନ୍ତି। ୪୦ ବର୍ଷରୁ ଅଧିକ ସମୟର ଅଭିନୟ ଜୀବନରେ ୮୦ରୁ ଊର୍ଦ୍ଧ୍ବ ସିନେମା ଓ ୨୦ରୁ ଊର୍ଦ୍ଧ୍ବ ଧାରାବାହିକରେ ସେ ନଜର ଆସିଛନ୍ତି। ଗତ କିଛି ବର୍ଷ ହେବ ସିନେମା ଓ ଧାରାବାହିକରେ ‘ଜେଜେ’ ଭୂମିକାରେ ଅବତୀର୍ଣ୍ଣ ହୋଇ ନିଜର ନିଖୁଣ ଅଭିନୟରେ ସେ ସମସ୍ତଙ୍କ ମନ ଜିଣିଛନ୍ତି। ଏବେକା ଦର୍ଶକଙ୍କ ନିକଟରେ ସେ ଜେଜେ ଭାବରେ ଅଧିକ ପରିଚିତ। ବିଭିନ୍ନ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ନିଜର ନାମ ଜେଜେ ବୋଲି ଦର୍ଶାଇ ଦର୍ଶକଙ୍କ ଭଲପାଇବା ସାଉଁଟୁଛନ୍ତି। ଓଲିଉଡ୍‌ର ଚିହ୍ନା ତଥା ଆମ ସମସ୍ତଙ୍କ ପ୍ରିୟ ଅଭିନେତା ଅରବିନ୍ଦ ଷଡ଼ଙ୍ଗୀ ତାଙ୍କ ପିଲାଦିନର ଏକ ମଜାଦାର ସ୍ମୃତିକୁ ପ୍ରଶଂସକମାନଙ୍କ ସହ ବାଣ୍ଟିଛନ୍ତି।

ବନ୍ଦନା ମିଶ୍ର୍ର

‘‘ଅଭିନୟ ପ୍ରତି ମୋର ପିଲାଟି ଦିନରୁ ଦୁର୍ବଳତା। ମୋ ବାପା କିନ୍ତୁ ମୋତେ ନେଇ ଭିନ୍ନ ଚିନ୍ତା କରୁଥିଲେ। ସେ ଚାହୁଥିଲେ, ମୁଁ କେବଳ ପାଠରେ ମନଦିଏ ଏବଂ କିଛି ଗୋଟେ ବଡ଼ କାମ କରେ। ମୋ ବାପାଙ୍କୁ ଯେମିତି ପାଠ ନିଶା ଧରିଥିଲା, ମୋତେ ସେମିତି ନାଟ ନିଶା ଚଢ଼ିଥିଲା। ଏଣୁ ବାପାଙ୍କ କଥା ମୋ କାନରେ ପଶୁ ନଥିଲା! ହଜାରେ ବାରଣ ସତ୍ତ୍ବେ କୋଉଠି ଡ୍ରାମା କି ଯାତ୍ରା ହେଲେ ମୁଁ ରାତିରେ ଘରୁ ପଳାଉଥିଲି ବାପାଙ୍କ ଅଜାଣତରେ।

Nimapara Mahotsav: ୨୫ତମ ନିମାପଡ଼ା ମହୋତ୍ସବ ଉଦଯାପିତ: ମନ ମୋହିଲା ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଗୀତ, ମତୁଆଲା ହେଲେ ହଜାର ହଜାର ଦର୍ଶକ...

ମୁଁ ସେତେବେଳେ ହାଇସ୍କୁଲ୍‌ରେ ପଢୁଥାଏ। ଦିନେ ରାତିରେ ମୁଁ ମେଲୋଡି ଦେଖିବାକୁ ପଳାଇଥାଏ। ମେଲୋଡି ଦେଖି ଫେରୁ ଫେରୁ ବାଟରେ ଗୋଟାଏ ଭଜନ ସମାରୋହ ଚାଲିଥାଏ। ମୁଁ ସେଠାରେ ଟିକେ ଅଟକିଗଲି। ଘରକୁ ଫେରିବା ବେଳକୁ ପାଖାପାଖି ରାତି ୧୨ଟା। ତେଣେ ଘରେ ବାପା ପୂରା ତାତିକି ଥାଆନ୍ତି। ମୋ ସହିତ ମୋ ସାନଭାଇ ବି ଥାଏ। ଆମେ ଦୁହେଁ ଘରେ ପହଞ୍ଚିଲା ବେଳକୁ ଘରେ ତାଲା ପଡ଼ିଥାଏ। ବାପା କୋଲପ ପକେଇ, ଚାବିଟାକୁ ତାଙ୍କ ପାଖରେ ରଖି ଶୋଇଥାନ୍ତି। ମୋ ବୋଉ ଏଣେ ଆମ ଦୁହିଁଙ୍କୁ ବାହାରେ ଦେଖି ଛଟପଟ ହେଉଥାଏ। ମୁଁ ବୋଉକୁ ସେଇ ଝରକା ପଟେ ସପ, ତକିଆ ଓ ବେଡ୍‌ସିଟ୍‌ ଆଦି ମାଗିଲି। ଆମେ ଦୁଇ ଭାଇ ସାରା ରାତି ସେମିତି ବାହାରେ ପଡ଼ିଲୁ। ଏପଟେ ଆମକୁ ଦେଖି ମୋ ବୋଉ ଆଉ ରାତିଯାକ ଶୋଇ ନଥାଏ। ସେ ସେମିତି ସେହି ଝରକା ପାଖରେ ଏପଟସେପଟ ହେଉଥାଏ। ଭୋର୍‌ ହେଲାରୁ ବାପା ଉଠିକି ଆସିଲେ ଓ କବାଟ ଖୋଲି ଆମକୁ ଭିତରକୁ ଡାକିଲେ।

Aravali Case : ସୋମବାର ଆରାବଳୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ଆଜି ଯେତେବେଳେ ସେ କଥା ମୋର ମନେପଡ଼ିଯାଏ, ବାପାବୋଉଙ୍କ ଭଲପାଇବା ମୋ ଆଖି ଆଗରେ ନାଚିଯାଏ। ଜଣେ ମାଆର ସ୍ନେହରେ ପିଲା ପାଇଁ ଯେତିକି ମଙ୍ଗଳାକାଂକ୍ଷା ଲୁଚି ରହିଥାଏ, ବାପାଙ୍କ ଅନୁଶାସନରେ ବି ସେତିକି ହିତ ଥାଏ। ମୁଁ ଆଜି ପରିଣତ ବୟସରେ ଏହା ହୃଦୟଙ୍ଗମ କରିପାରୁଛି। ମୋ ବାପାମାଆଙ୍କ ଭଲପାଇବା ଓ ଆଶୀର୍ବାଦ ବଳରେ ହିଁ ମୁଁ ଆଜି ଆପଣମାନଙ୍କ ମନକୁ କିଛିମାତ୍ରାରେ ଛୁଇଁପାରିଛି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe