ମନୋଜ ମିଶ୍ରଙ୍କ ନାଁରେ ଏତଲା ଦେଲା ଏହି ସଂଗଠନ

ଓଲିଉଡ ଜଗତକୁ ପୁଣି କଳି ଫେରିଛି। ଅଭିନେତା ତଥା ରାଜନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ହୋଇଛି। ମନୋଜ ମିଶ୍ରଙ୍କ ନାଁରେ ଓଡ଼ିଆ ଫିଲ୍ମ ଆଣ୍ଡ ଡାଇରେକ୍ଟର ଆସୋସିଏସନ୍ ଅଭିଯୋଗ ଆଣିଛି। 

799673ab-43ac-4987-8268-8e10d05649d1

କଟକ: ଦୀର୍ଘ ଦିନର ନିରବତା ପରେ ଓଲିଉଡ ଜଗତକୁ ପୁଣି କଳି ଫେରିଛି। ଅଭିନେତା ତଥା ରାଜନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ହୋଇଛି। ମନୋଜ ମିଶ୍ରଙ୍କ ନାଁରେ ଓଡ଼ିଆ ଫିଲ୍ମ ଆଣ୍ଡ ଡାଇରେକ୍ଟର ଆସୋସିଏସନ୍ ଅଭିଯୋଗ ଆଣିଛି। 

ଏହି ଖବର ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ଆଣିଲେ

ଏନେଇ ଆସୋସିଏସନ ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ କୌଣଷି ନୂଆ ଫିଲ୍ମ ଆସିଲେ ମନୋଜ ମିଶ୍ର ଓଡ଼ିଆ ଫିଲ୍ମ ଓ ନିର୍ଦେଶକ, ପ୍ରଯୋଜକ ଏବଂ ଅଭିନେତାଙ୍କୁ ସାମାଜିକ ଗଣମାଧ୍ୟମରେ ଆକ୍ଷେପ କରୁଛନ୍ତି। ଶ୍ରୀ ମିଶ୍ରଙ୍କ ଆକ୍ଷେପ ଆମକୁ କଷ୍ଟ ଦେଉଛି। ସେ କିଛି ଭାଷା କହିଲାବେଳେ ସଂଜତ ହୋଇ କହିବା ସିଖିନାହାଁନ୍ତି। ଯାହା ପାଟିକୁ ଆସିଲା ସେଇଆ କହିଦେଉଛନ୍ତି। ସୋସିଆଲ ମିଡିଆରେ ଏଭଳି  ଆକ୍ଷେପ  ଯୋଗୁଁ  କଷ୍ଟ ଲାଗୁଛି। 

ଏହି ଖବର ପଢ଼ନ୍ତୁ: ଓଏଫ୍‌ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ ମତେ ଫୋନ୍ କରିଥିଲେ

ମନୋଜ ମିଶ୍ରଙ୍କ ଆକ୍ଷେପ ଆମକୁ କଷ୍ଟ ଦେଉଛି। ସେ କିଛି ଭାଷା କହିଲାବେଳେ ସଂଜତ ହୋଇ କହିବା ସିଖିନାହାଁନ୍ତି। ଯାହା ପାଟିକୁ ଆସିଲା ସେଇଆ କହିଦେଉଛନ୍ତି। ସୋସିଆଲ ମିଡିଆରେ ଏଭଳି  ଆକ୍ଷେପ  ଯୋଗୁଁ  କଷ୍ଟ ଲାଗୁଛି। 

-ସବ୍ୟସାଚୀ ମହାପାତ୍ର, ସଭାପତି, ଓଡ଼ିଆ ଫିଲ୍ମ ଆଣ୍ଡ ଡାଇରେକ୍ଟର ଆସୋସିଏସନ୍

ଏହି ଖବର ପଢ଼ନ୍ତୁ: ଶ୍ରୀମନ୍ଦିରକୁ ପଶିଲେ ଅଣହିନ୍ଦୁ ମହିଳା

ସୂଚନାଯୋଗ୍ୟ, ବିଭିନ୍ନ ପ୍ରସଙ୍ଗରେ ଅଭିନେତା ମନୋଜ ମିଶ୍ର ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସୁଛନ୍ତି। ଏକ ବର୍ଷରୁ ଅଧିକ ସମୟ ହେଲା ସେ ଓଡ଼ିଆ ଫିଲ୍ମକୁ ନେଇ ମଧ୍ୟ ନାନା କଥା କହିଛନ୍ତି। ଗତବର୍ଷ ଅକ୍ଟୋବର ୨୦ ତାରିଖରେ ଚଳଚ୍ଚିତ୍ର ‘ରାମ’ ରିଲିଜ କରିଥିଲା। ସମ୍ବଲପୁରରେ ଏହି ଚଳଚ୍ଚିତ୍ର ନ ଚଲେଇ ଦେବା ପାଇଁ ମନୋଜ ଷଡ଼ଯନ୍ତ୍ର କରିଥିବା ନେଇ ଅଭିଯୋଗ ହୋଇଥିଲା। ପ୍ରଯୋଜକ ଜିତୁ ମଙ୍ଗରାଜ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ଚାଲିଥିବା ବ୍ୟକ୍ତିଗତ ଝଗଡ଼ାରେ ବଳିପଡ଼ିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ‘ରାମ’ର ନିର୍ମାତା ଅରିନ୍ଦମ ରାୟ। ଏନେଇ ଅରିନ୍ଦମଙ୍କୁ ସିନେମାର ବିତରକ ଜଣାଇଥିଲେ। ଏହାପରେ ଅରିନ୍ଦମ ପ୍ରଯୋଜକ ସଂଘକୁ ଏନେଇ ଅବଗତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ମନୋଜ ମିଶ୍ର ଅଭିଯୋଗକୁ ଖଣ୍ଡନ କରିଥିଲେ। ସେହିପରି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କୁ ନେଇ ଗତ ଜୁଲାଇ ମାସରେ ବିବାଦ ଉପୁଜିଥିଲା। ଏଥିରେ ମଧ୍ୟ ଅଭିନେତା ତଥା କଂଗ୍ରେସ‌ ନେତା ମନୋଜ ମିଶ୍ର ଘିଅ ଢାଲିଥିଲେ ବୋଲି ଅଭିଯୋଗ ହୋଇଥିଲା।। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ୍‌ କରି ମନୋଜ ପୁଣି ଥରେ ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ କରାଯାଉଥିବା ପରୋକ୍ଷରେ ଅଭିଯୋଗ କରିଥିଲେ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।  

ଏହି ଖବର ପଢ଼ନ୍ତୁ: ନିର୍ବାଚନରେ ପରାଜିତ ହେଲେ ଲଣ୍ଡା ହେବି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe