Subhashish: ଶୁଭାଶିଷ ଏବେ ଶିବ

ଅଭିନେତା ଶୁଭାଶିଷ ଓରଫ ମଣ୍ଟୁଙ୍କୁ ଦର୍ଶକ ଖୁବ୍ ଶୀଘ୍ର ପୁଣି ଏକ ନୂଆ ସିନେମାରେ ଦେଖିବାକୁ ପାଇବେ। ରାସେଶ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଦେବକନ୍ୟା’ରେ ମଣ୍ଟୁଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି...

Untitled-5

ଅଭିନେତାଶୁଭାଶିଷ ଓରଫ ମଣ୍ଟୁଙ୍କୁ ଦର୍ଶକ ଖୁବ୍ ଶୀଘ୍ର ପୁଣି ଏକ ନୂଆ ସିନେମାରେ ଦେଖିବାକୁ ପାଇବେ। ରାସେଶ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଦେବକନ୍ୟା’ରେ ମଣ୍ଟୁଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ଶିବ। ଶିବ ଚରିତ୍ର ବି ଭିନ୍ନ ସ୍ବାଦର। ଘୋଡ଼ାନାଚରେ ଯୁବତୀ ବେଶରେ ନାଚିବା ହେଉଛି ଶିବର ନିତିଦିନିଆ କାମ। ତାହା ବି ତା’ର ରୋଜଗାରର ପନ୍ଥା। ତେବେ ଏହାକୁ ନେଇ ଲୋକେ ତାକୁ ଛି ଛାକର ବି କରନ୍ତି। କିନ୍ତୁ ସେଥିପ୍ରତି ଭ୍ରୂକ୍ଷେପ ନକରି ସେ ଘୋଡ଼ାନାଚରେ ମନୋନିବେଶ କରେ। ଶିବ ଜୀବନର ସଂଘର୍ଷ ଓ ଯନ୍ତ୍ରଣାକୁ ‘ଦେବକନ୍ୟା’ରେ ଉପସ୍ଥାପିତ କରାଯାଇଛି। ଏହି ଚରିତ୍ରକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଶୁଭାଶିଷ।

Sultan Azlan Saha Hockey: ସୁଲତାନ୍‌ ଆଜ୍‌ଲାନ୍ ସାହା ହକି: କାନାଡ଼ାକୁ ୧୪-୩ରେ ହରାଇ ଫାଇନାଲ୍‌ରେ ଭାରତ

Radio Chocolate Family No. 1 Season-7: ରେଡିଓ ଚକଲେଟ୍‌ ଫ୍ୟାମିଲି ନଂ୧ ସିଜନ୍‌-୭

ଏଥିରେ ଶୁଭାଶିଷଙ୍କ ବ୍ୟତୀତ ସୁଶ୍ରୀ, ନୂତନ, ଅଶ୍ରୁମୋଚନ, କୁନା ତ୍ରିପାଠୀ, ରବି ମିଶ୍ର ଓ କେଦାର ମିଶ୍ର ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ସୁରେଶ ସାହୁ ଓ ଭାର୍ଗବ ତ୍ରିପାଠୀ ଏହାର ପ୍ରଯୋଜନାକରିଥିବା ବେଳେ ପ୍ରଖ୍ୟାତ ନାଟ୍ୟକାର ଶଙ୍କର ତ୍ରିପାଠୀ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ବିକାଶ ଦାସ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ସିନେମାଟୋଗ୍ରାଫି କରିଛନ୍ତି ସୁଦର୍ଶନ ସେନାପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe