Afghanistan restrict river water to Pakistan Photograph: (sambad.in)
ନୂଆଦିଲ୍ଲୀ: ଭାରତ ପରେ ଏବେ ପାକିସ୍ତାନକୁ ପାଣି ବନ୍ଦ କରିବ ଆଫ୍ଗାନିସ୍ତାନ। ଆଫଗାନ ସୂଚନା ମନ୍ତ୍ରାଳୟ ପକ୍ଷରୁ ଏଭଳି କୁହାଯାଇଛି। ମନ୍ତ୍ରାଳୟ ଅନୁଯାୟୀ, ତାଲିବାନ ଶାସିତ ଆଫଗାନିସ୍ତାନ ଡ୍ୟାମ ନିର୍ମାଣ କରି ପାକିସ୍ତାନକୁ ପାଣି ସୀମିତ କରିବାକୁ ଯୋଜନା କରୁଛି। କୁନାର ନଦୀରେ ଯେତେ ଶୀଘ୍ର ସମ୍ଭବ ଏକ ଡ୍ୟାମ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାଲିବାନ ସର୍ବୋଚ୍ଚ ନେତା ମୱଲାୱି ହିବାତୁଲ୍ଲା ଆଖୁନ୍ଦଜାଦା। ମାସକ ଭିତରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିବା ବେଳେ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଏବେ ଯୁଦ୍ଧରେ ବିରାମ ଲାଗିଛି।
କିଛି ମାସ ତଳେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା ଭାର
କିଛି ମାସ ତଳେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା ଭାରତ। ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲା। ସିନ୍ଧୁ ଜଳ ଛାଡ଼ିବା ପ୍ରକ୍ରିୟାକୁ ଭାରତ ସଂପୂର୍ଣ୍ଣ ନିୟନ୍ତ୍ରଣ କରୁଥିବାରୁ ଏହା ନେଇ ପାକିସ୍ତାନ ଗଭୀର ଚିନ୍ତା ପ୍ରକଟ କରିଥିଲା। ଭାରତର ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର ପାଇଁ ଭାରତକୁ ପାକିସ୍ତାନ ଅନୁରୋଧ କରିଥିଲା ଏବଂ ଏଥିପାଇଁ ଭାରତକୁ ୪ଟି ଚିଠି ମଧ୍ୟ ପଠାଇଥିଲା। ଏବେ ଆଫ୍ଗାନିସ୍ତାନ, ପାକିସ୍ତାନଙ୍କୁ ପାଣି ବନ୍ଦ କରିବା ପାଇଁ ଡ୍ୟାମ ନିର୍ମାଣ କରିବା ଉପରେ ଜୋର ଦେଇଛି।
ଆହୁରି ପଢ଼ନ୍ତୁ: Diwali Firecracker Accident: ଆଲୋକର ପର୍ବ ଛଡ଼ାଇ ନେଲା ଶିଶୁର ଦୃଷ୍ଟିଶକ୍ତି
ଉଲ୍ଲେଖଯୋଗ୍ୟ, ଅପରେସନ୍ ସିନ୍ଦୂର ପୂର୍ବରୁ ମେ’ ଆରମ୍ଭରେ ପାକିସ୍ତାନ ଭାରତକୁ ପ୍ରଥମ ଚିଠି ପଠାଇଥିଲା। ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ୩ଟି ଚିଠି ପଠାଇଥିଲା। ସିନ୍ଧୁ ଜଳ ଚୁକ୍ତି ରଦ୍ଦ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ ଭାରତକୁ ପାକିସ୍ତାନ ବାରମ୍ବାର ଅନୁରୋଧ କରିଥିଲା।
ଆହୁରି ପଢ଼ନ୍ତୁ: Muslim prays for premanand maharaj: ଧର୍ମ ଭୁଲି ପ୍ରେମାନନ୍ଦଜୀଙ୍କ ସୁସ୍ଥତା କାମନା କଲେ ମୁସଲିମ୍ ଯୁବକ
ଆହୁରି ପଢ଼ନ୍ତୁ: Bharat Taxi: ଏବେ ଆଉ ମନ ଇଚ୍ଛା କାମ କରିପାରିବେନି ଓଲା-ଉବେର ଚାଳକ
Follow Us