Bangladesh Women Cricket Team: ବାଂଲାଦେଶ ମହିଳା କ୍ରିକେଟ ଦଳର ଅଧିନାୟକଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କଲେ ଦ୍ରୁତତମ ବୋଲର

ବାଂଲାଦେଶ ମହିଳା କ୍ରିକେଟ ଦଳର ଅଧିନାୟିକା ନିଗାର ସୁଲତାନା ତାଙ୍କ ଜୁନିୟର ଖେଳାଳିମାନଙ୍କୁ ଅନେକ ସମୟରେ ଗାଳିଗୁଲଜ କରିବା ସହିତ ମାଡ଼ ମାରୁଥିବା ଜହାଆରା ଆଲମ ଅଭିଯୋଗ କରିଛନ୍ତି।

New Project (5)

nigar-sultana-accused-of-slapped-player-during-world-cup Photograph: (@sambad.in)

ନୂଆଦିଲ୍ଲୀ: ବାଂଲାଦେଶ ମହିଳା କ୍ରିକେଟ ଦଳର ଦ୍ରୁତତମ ବୋଲର ଜହାଆରା ଆଲମ କରିଥିବା ଦାବି ଚାଞ୍ଚଲ୍ୟ ସୃଷ୍ଟି କରିଛି।  ବାଂଲାଦେଶ ମହିଳା କ୍ରିକେଟ ଦଳର ଅଧିନାୟିକା ନିଗାର ସୁଲତାନା ତାଙ୍କ ଜୁନିୟର ଖେଳାଳିମାନଙ୍କୁ ଅନେକ ସମୟରେ ଗାଳିଗୁଲଜ କରିବା ସହିତ ମାଡ଼ ମାରୁଥିବା ଜହାଆରା ଆଲମ ଅଭିଯୋଗ କରିଛନ୍ତି।

ଅଧିନାୟକଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କଲେ ଦ୍ରୁତତମ ବୋଲର

ମହିଳା ବିଶ୍ୱକପ୍ ୨୦୨୫ ଶେଷ ହେବାପରେ ବାଂଲାଦେଶ ଦଳରୁ ବାହାରି ଯାଇଥିବା ଜହାଆରା ଆଲମ ଅଭିଯୋଗ କରି କହିଛନ୍ତି, ‘ଦଳର ଅଧିନାୟିକା ନିଗାର ସୁଲତାନା ଖେଳାଳିମାନଙ୍କୁ ଆକ୍ରମଣ କରିବା ସହିତ ଅନେକ ସମୟରେ ମାଡ଼ ବି ମାରିଥାଆନ୍ତି। ଏହା କିଛି ନୂଆ ନୁହେଁ। ଚଳିତ ବିଶ୍ୱକପ୍ ସମୟରେ ବି ଏମିତି ଘଟିଛି। ଦୁବାଇ ଗସ୍ତ ସମୟରେ ମଧ୍ୟ ନିଗାର ଜଣେ ଜୁନିଅର ଖେଳାଳିଙ୍କୁ ତାଙ୍କ କୋଠରୀକୁ ଡାକି ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଥିଲା।

ମୁଁ ଦାବିର ସହ କହିବି ରାଜନୈତିକ କାରଣରୁ ମୋତେ ଏବଂ ଅଧିକାଂଶ ଖେଳାଳିଙ୍କୁ ଦଳରୁ ବାଦ ଦିଆଯାଇଛି। ଦଳରେ କେବଳ ଜଣେ କି ଦୁଇଜଣ ଖେଳାଳିଙ୍କୁ ଭଲ ସୁବିଧା ଦିଆଯାଏ। ବାକିମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଣଦେଖା କରାଯାଇଥାଏ।’

ସୂଚନାଯୋଗ୍ୟ,  ୨୦୨୫ ମସିହାରେ ବିସିବି ଜାତୀୟ ଦଳରୁ ଜହାଆରା ଆଲମଙ୍କୁ ବାଦ ଦେବାର କାରଣ ତାଙ୍କର ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ଦର୍ଶା ଯାଇଥିଲା।’ 

ଜହାଆରା ବାଂଲାଦେଶ ମହିଳା କ୍ରିକେଟ ଦଳର ଅଧିନାୟିକା ନିଗାର ସୁଲତାନାଙ୍କ ବିରୋଧରେ କରିଥିବା ଗମ୍ଭୀର ଅଭିଯୋଗକୁ ଖଣ୍ଡନ କରି ବୋର୍ଡ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଭିତ୍ତିହୀନ ବୋଲି କହିଛି।

ଅଧିକପଢ଼ନ୍ତୁଆଜି ଆକାଶରେ ଦେଖାଯିବ ଏବର୍ଷର ସବୁଠାରୁ ବଡ଼ ଜହ୍ନ… ଜାଣନ୍ତୁ କେତେବେଳେ ଦିଶିବ, କେଉଁଠି ଦୃଶ୍ୟମାନ ହେବ ?

ଅଧିକପଢ଼ନ୍ତୁ:ବରକନ୍ୟାଙ୍କ କଉଡ଼ିଖେଳ: ଜାଣନ୍ତୁ ବାହାଘରରେ କାହିଁକି ଖେଳାଯାଏ କଉଡ଼ି ? କଉଡ଼ିଖେଳର ମହତ୍ତ୍ବ କଣ ?

ଅଧିକପଢ଼ନ୍ତୁ: ଆ କା ମା ବୈ... ଓଡ଼ିଆ ପରମ୍ପରାର ବାହକ ବୋଇତ, ଡଙ୍ଗାକୁ ନେଇ କେତେ କଥା କେତେ କାହାଣୀ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe