କୋଲକାତା/ଢାକା: ଭାରତ-ବାଂଲାଦେଶ ସୀମାରେ ଏବେ ଗୋ ତସ୍କରମାନେ ସକ୍ରିୟ ହୋଇଉଠିଛନ୍ତି। ଗତକାଲି ଭୋର୍ ସମୟରେ ଘନ କୁହୁଡ଼ିର ଫାଇଦା ଉଠାଇ କିଛି ବାଂଲାଦେଶୀ ଗୋ ତସ୍କର ବିଏସ୍ଏଫ୍ର ଜଣେ ଯବାନ୍ଙ୍କୁ ଅପହରଣ କରି ନେଇଥିଲେ। ଯବାନଙ୍କୁ ବାଂଲାଦେଶ ଆଡ଼କୁ ନିଆଯାଇଥିଲା ଏବଂ ପରେ ତସ୍କରମାନେ ତାଙ୍କୁ ବାଂଲାଦେଶ ବର୍ଡର ଗାର୍ଡ (ବିଜିବି) ହାତରେ ସମର୍ପଣ କରିଦେଇଥିଲେ। ଯବାନ ପୂରାପୂରି ସୁରକ୍ଷିତ ଅଛନ୍ତି ଏବଂ ତାଙ୍କର ଫେରିବା ପ୍ରକ୍ରିୟା ଚାଲିଛି। ଏହି ଘଟଣା ପଶ୍ଚିମବଂଗର କୋଚବିହାର ଜିଲ୍ଲାର ମେଖଲିଗଞ୍ଜ ଅଞ୍ଚଳରେ ଅନ୍ତର୍ଜାତୀୟ ସୀମା ନିକଟରେ ଭୋର ପ୍ରାୟ ୪ଟା ୪୫ରେ ଘଟିଥିଲା। ବିଏସ୍ଏଫ୍ ସୂତ୍ର ଅନୁଯାୟୀ, ଯବାନଙ୍କ ନାମ ବେଦ ପ୍ରକାଶ, ଯିଏ ୧୭୪ ବଟାଲିୟନରେ ତାଲିମପ୍ରାପ୍ତ ଏବଂ ଅର୍ଜୁନ କ୍ୟାମ୍ପ ସହ ଜଡ଼ିତ। ଘନକୁହୁଡ଼ି ଯୋଗୁଁ ଦୃଶ୍ୟମାନତା କମ୍ ହେବାରୁ ତସ୍କରମାନେ ଏହି ସୁଯୋଗ ପାଇଥିଲେ।
ଖବର ପାଇବା ମାତ୍ରେ ବିଏସ୍ଏଫ୍ ତୁରନ୍ତ ବିଜିବି ସହ ଯୋଗାଯୋଗ କରିଥିଲା। ବାଂଲାଦେଶୀ ପକ୍ଷ ଆଶ୍ୱାସନ ଦେଇଥିଲେ ଯେ ଯବାନ ସୁରକ୍ଷିତ ଅଛନ୍ତି ଏବଂ କୌଣସି କ୍ଷତି ହୋଇନାହିଁ। ସେ ବର୍ତ୍ତମାନ ବିଜିବିର ଆଙ୍ଗାରପୋଟା ବିଓପିରେ ଅଛନ୍ତି। ଦୁଇ ଦେଶର ସୀମା ବାହିନୀ ମଧ୍ୟରେ ଆଲୋଚନା ପରେ ଯବାନଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ବାଂଲାଦେଶୀ ମିଡିଆ ଏବଂ ସ୍ଥାନୀୟ ସୂତ୍ର ଅନୁଯାୟୀ, ଯବାନ ଜଣକ ଗୋରୁ ତସ୍କରମାନଙ୍କର ପିଛା କରୁକରୁ ଅଜାଣତରେ ସୀମା ପାର ହୋଇଯିବା ପରେ ତାଙ୍କୁ ଅପହରଣ କରାଯାଇଥିଲା। ବିଏସ୍ଏଫ୍ ଏବଂ ବିଜିବି ମଧ୍ୟରେ ଫ୍ଲାଗ୍ ମିଟିଂ ଦ୍ୱାରା ପରିସ୍ଥିତି ନିୟନ୍ତ୍ରଣରେ ଅଛି।
Road Accident: ରାସ୍ତାରେ ମାଡ଼ିଗଲା ମୃତ୍ୟୁ... ଟ୍ରାକ୍ଟର ଦୁର୍ଘଟଣାରେ ୫ ବର୍ଷ ଶିଶୁର ଚାଲିଗଲା ଜୀବନ
Follow Us