Bullet : ୨୦୨୭ ଅଗଷ୍ଟ ୧୫ରେ ଚାଲିବ ବୁଲେଟ୍‌ ଟ୍ରେନ

Advertisment

ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ ୨୦୨୭ ଅଗଷ୍ଟ ୧୫ରେ ଚାଲିବା ନେଇ ଆଶା କରାଯାଉଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସୁରଟରୁ...

ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ ୨୦୨୭ ଅଗଷ୍ଟ ୧୫ରେ ଚାଲିବା ନେଇ ଆଶା କରାଯାଉଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସୁରଟରୁ...

Untitled-16

ନୂଆଦିଲ୍ଲୀ: ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ ୨୦୨୭ ଅଗଷ୍ଟ ୧୫ରେ ଚାଲିବା ନେଇ ଆଶା କରାଯାଉଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସୁରଟରୁ ବିଲିମୋରା କରିଡର କାର୍ଯ୍ୟକ୍ଷମ ହେବ। ଦ୍ବିତୀୟ ପର୍ଯ୍ୟାୟରେ ବାପିରୁ ସୁରଟ, ତୃତୀୟ ପର୍ଯ୍ୟାୟରେ ବାପିରୁ ଅହମଦାବାଦ କାର୍ଯ୍ୟକ୍ଷମ ହେବ।

Disappointed: ଅବଢ଼ା ନ ପାଇ ନିରାଶ

 ଚତୁର୍ଥ ପର୍ଯ୍ୟାୟରେ ଥାଣେରୁ ଅହମଦାବାଦ ଏବଂ ଶେଷ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ମୁମ୍ବାଇରୁ ଅହମଦାବାଦ ବୁଲେଟ୍‌ ଟ୍ରେନ ଚଳାଚଳ କରିବ ବୋଲି ବୈଷ୍ଣବ କହିଛନ୍ତି। ୨୦୨୭ ମସିହାରେ ବୁଲେଟ ଟ୍ରେନ ଆଂଶିକଭାବେ ଆରମ୍ଭ ହେବାକୁ ଥିବାବେଳେ ୫୦୮ କିମି ବିଶିଷ୍ଟ ମୁମ୍ବାଇ ଅହମଦାବାଦ ହାଇସ୍ପିଡ କରିଡର ୨୦୨୯ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।

Former soldiers: ଭୋଟ ଅଧିକାର ପାଇବାକୁ ଧାଡ଼ିରେ ଛିଡ଼ାହେଲେ ପୂର୍ବତନ ସୈନିକ

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଲେଟ ଟ୍ରେନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ସୁରଟରେ କରିଥିଲେ। ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ ଥିବା ରେଳମନ୍ତ୍ରୀ କହିଛନ୍ତି। ମୁମ୍ବାଇ-ଅହମଦାବାଦ ରେଳ ପ୍ରକଳ୍ପ ଭାରତର ରେଳଯାତ୍ରା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ। ରେଳଯାତ୍ରାରେ ଏହା ବୈପ୍ଳବିକ ପରିବର୍ତ୍ତନ ଆଣିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe