ଚନ୍ଦ୍ରଶେଖରପୁର: ସାଲିଆସାହି ଉପରେ ସ୍ବତନ୍ତ୍ର ନଜର ରଖିବ ପୁଲିସ। ଦିନରାତି ଏହି ଅଞ୍ଚଳ ଭିତରେ ପୁଲିସ ପହରା ମାରିବ। ଅପରାଧ ଘଟିବା କ୍ଷଣି ପୁଲିସ ପହଞ୍ଚିବ। ଅପରାଧୀକୁ ଧରିବ। ସମସ୍ୟାର ସମାଧାନ କରିବ, ନ ହେଲେ କାର୍ଯ୍ୟାନୁଷ୍ଠାନ ନେବ। ସାଲିଆସାହିରେ ବଢ଼ୁଥିବା ଅପରାଧକୁ ନଜରରେ ରଖି କମିସନରେଟ୍‌ ପୁଲିସ ଏଭଳି ଯୋଜନା ପ୍ରସ୍ତୁତ କରିଛି। ବସ୍ତି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ସାଲିଆସାହିରେ ହିଁ ନିର୍ମାଣ ଚାଲିଛି ମୈତ୍ରୀବିହାର ଥାନାର ନୂଆ ବିଲଡିଂ। ଚନ୍ଦ୍ରଶେଖରପୁର, ସହିଦନଗର ଓ ନୂଆପଲ୍ଲୀ ଥାନା ଉପରୁ ଚାପ କମାଇବାକୁ ୨୦୨୩‌ରେ ପ୍ରତିଷ୍ଠା ହୋଇଥିବା ମୈତ୍ରୀବିହାର ଥାନା ଏବେ ନିଜସ୍ବ କୋଠାକୁ ଯିବାକୁ ପ୍ରସ୍ତୁତ ହେଉଛି। ଯେଉଁଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ ରହିବ। ବିଲଡିଂ ନିର୍ମାଣ କାମ ଶେଷ ସହ ରଙ୍ଗ ଲଗାଇବା କାର୍ଯ୍ୟ ସାରି ଉଦ୍‌ଘାଟନ ଅପେକ୍ଷାରେ ରହିଛି।

Advertisment

Chief minister: ପରମ୍ପରାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ମୋହନ: ସରକାରୀ ଅଫିସରେ ନୂଆବର୍ଷ ପାଳନ ମନା

 
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସାଲିଆସାହି ବସ୍ତି ଭିତରେ ଅପରାଧ ରୋକିବାକୁ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ହେଉଥିଲେ ମଧ୍ୟ ସଫଳତା ମିଳିପାରୁ ନାହିଁ। ଯାହାର ମୁଖ୍ୟ କାରଣ ହେଉଛି ସାଲିଆସାହିର ଅଣଓସାରିଆ ରାସ୍ତା। ତା’ ସାଙ୍ଗକୁ ବହୁ ପରିମାଣର ଗଳିକନ୍ଦି ରହିଛି, ଯେଉଁଠାକୁ ପିସିଆର୍‌ ପଶିବା ସମ୍ଭବ ନୁହେଁ। ‌ଏଥିପାଇଁ ବିଭିନ୍ନ ସମୟରେ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ୁଛି। ରାତିରେ ବସ୍ତି ଭିତରେ କୌଣସି ଅଘଟଣ ଘଟିଲେ ପୁଲିସକୁ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ନିକଟ ନହେଲେ ଲୟୋଲା ସ୍କୁଲ ରାସ୍ତାରେ ପିସିଆର ରଖି ବସ୍ତି ଭିତରକୁ ଯିବାକୁ ପଡ଼ୁଛି। ପାଖାପାଖି ଏକରୁ ‌ଦେଢ଼ କିମି ଚାଲିଚାଲି ଯିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚୁଛି। ସେତେବେ‌ଳକୁ ସ୍ଥିତି ଅଣାୟତ୍ତ ହୋଇଯାଉଛି। ଅପରାଧୀ ବି ଚମ୍ପଟ୍‌ ମାରୁଛି। ବସ୍ତି ଭିତରେ ବଡ଼ ଭ୍ୟାନ୍‌ ଯିବାକୁ ମାତ୍ର ଗୋଟିଏ ହିଁ ରାସ୍ତା ରହିଛି, ଯାହାକି ହାତିଆଶୁଣିରୁ ଏକାମ୍ରକାନନ ପର୍ଯ୍ୟନ୍ତ। ଏହି ରାସ୍ତା ସବୁବେଳେ ଜାମ୍‌ ରହୁଥିବାରୁ ହଇରାଣ ହେବାକୁ ପଡ଼ୁଛି। ଏହି ରାସ୍ତାରେ ଗଲେ ବି ସମ୍ପୂର୍ଣ୍ଣ ବସ୍ତି ଭିତରେ ପ୍ରବେଶ କରିବା ସମ୍ଭବହେଉନାହିଁ। ତେଣୁ ବାଇକ୍‌ ପିସିଆର୍‌ର ଆବଶ୍ୟକତା ରହିଛି। ଗଳିକନ୍ଦିରେ ଅପରାଧ ରୋକିବା ଲାଗି କମିସନରରେଟ୍‌ ପୁଲିସ ପକ୍ଷରୁ ବାଇକ୍‌ ପିସିଆର୍‌ ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା ଉପଲବ୍ଧ ହୋଇପାରି ନାହିଁ।

Iran currency: ଇରାନ ମୁଦ୍ରା ରେକର୍ଡସ୍ତରକୁ ଖସିଲା: ରାସ୍ତାକୁ ଓହ୍ଲାଇଲେ ଉତ୍ତ୍ୟକ୍ତ ଲୋକେ, କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟଙ୍କ ଇସ୍ତଫା


ମୈତ୍ରୀବିହାର ଫାଣ୍ଡିକୁ ଥାନାର ମାନ୍ୟତା ମିଳିବା ପରେ ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ଓ ସହିଦନଗର ଭଳି ୩ଟି ଗୁରୁତ୍ବପୂର୍ଣ୍ଣ ଥାନା ଚାପମୁକ୍ତ ହୋଇଛି। ମୈତ୍ରୀବିହାର ଥାନା ଅଧୀନରେ ସାଲିଆସାହିର ୪୩ଟି ବସ୍ତି ସମେତ ମେ’ ଫେୟାର୍ ହୋଟେଲ୍‌ର ପଛପାର୍ଶ୍ବ, ଦୂରଦର୍ଶନ କେନ୍ଦ୍ର, ସୈନିକ ସ୍କୁଲର ଅପରପାର୍ଶ୍ବ, ପ୍ରେସ୍ ଛକ, କେୟାର୍ ହସ୍ପିଟାଲ୍‌ରୁ ଲୁମ୍ବିନୀବିହାର ଦେଇ ଉତ୍କଳ ହସ୍ପିଟାଲ୍, ସପ୍ତମ ବାଟାଲିୟନ, ରେଳବିହାର, ରେଳସଦନ, ଜାଭିୟର୍ ଛକ ପ୍ରମୁଖ ଅଞ୍ଚଳ ରହିଛି। ମୈତ୍ରୀବିହାର ଥାନାରେ ଦୁଇଟି ପିସିଆର୍‌ ଭ୍ୟାନ୍‌ ରହିଛି, ଯାହାକୁ ଚଢ଼ଉ ବେଳେ ବ୍ୟବହାର କରାଯାଉଛି। ମାତ୍ର ବାଇକ୍‌ ପିସିଆର୍‌ ନ ଥିବାରୁ ବସ୍ତି ଉପରେ ନଜର ରଖିବା ସମ୍ଭବପର ହେଉ ନାହିଁ। ସାଲିଆସାହିରେ ପୁଲିସ ମିତ୍ର ପ୍ରସ୍ତୁତ କରାଯାଇପାରି ନାହିଁ।
କମିସନରେଟ୍‌ ପୁଲିସର ଜଣେ ଅଧିକାରୀଙ୍କ କହିବାନୁଯାୟୀ ସାଲିଆସାହି ନିକଟକୁ ମୈତ୍ରୀବିହାର ଥାନା ଆସିବା ପରେ ପୁଲିସ ପହରା ବଢ଼ିବ। କିଛି ନ ହେଲେ ବି ଥାନା ଉପରୁ ସାଲିଆସାହି ଉପରେ ନଜର ରଖାଯାଇପାରିବ। ପୁଲିସ କର୍ମଚାରୀମାନେଅଳ୍ପ ସମୟ ମଧ୍ୟରେ ବାଇକ୍‌ ସାହଯ୍ୟରେ ଘଟଣାସ୍ଥଳରେ ପହଞ୍ଚିପାରିବେ।