Advertisment

Police to give notice before arrest: ୭ ବର୍ଷରୁ କମ୍ ସଜା ଥିବା ମାମଲା: ଗିରଫ ପୂର୍ବରୁ ନୋଟିସ୍ କରିବାକୁ ପୁଲିସ ବାଧ୍ୟ

Advertisment

ପୁଲିସର ଗିରଫଦାରୀ କ୍ଷମତା ଉପରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ଅପରାଧ ପାଇଁ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି ସେଭଳି କ୍ଷେତ୍ରରେ ପୁଲିସ ଅଧିକାରୀମାନେ ଅଭିଯୁକ୍ତଙ୍କୁ ଗିରଫ....

ପୁଲିସର ଗିରଫଦାରୀ କ୍ଷମତା ଉପରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ଅପରାଧ ପାଇଁ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି ସେଭଳି କ୍ଷେତ୍ରରେ ପୁଲିସ ଅଧିକାରୀମାନେ ଅଭିଯୁକ୍ତଙ୍କୁ ଗିରଫ....

supreme court

ନୂଆଦିଲ୍ଲୀ: ପୁଲିସର ଗିରଫଦାରୀ କ୍ଷମତା ଉପରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ଅପରାଧ ପାଇଁ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି ସେଭଳି କ୍ଷେତ୍ରରେ ପୁଲିସ ଅଧିକାରୀମାନେ ଅଭିଯୁକ୍ତଙ୍କୁ ଗିରଫ କରିବା ପୂର୍ବରୁ ନୋଟିସ୍ ଜାରି କରିବା ଅନିବାର୍ଯ୍ୟ। ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌) ଧାରା ୩୫(୩) ଅନୁଯାୟୀ ଏହି ନିୟମ ପାଳନ କରିବାକୁ କୁହାଯାଇଛି। ଜଷ୍ଟିସ୍ ଏମ.ଏମ. ସୁନ୍ଦରେଶ ଏବଂ ଜଷ୍ଟିସ୍ ଏନ. କୋଟିଶ୍ୱର ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ କେବଳ ପୁଲିସ ପାଖରେ ଗିରଫ କରିବାର ଅଧିକାର ଅଛି ବୋଲି ପ୍ରତିଟି କ୍ଷେତ୍ରରେ ଜଣେ ବ୍ୟକ୍ତିଙ୍କୁ ଜେଲ୍ ପଠାଇବା ଜରୁରି ନୁହେଁ। ଗିରଫଦାରୀ ହେଉଛି ତଦନ୍ତରେ ସହାୟତା ପାଇଁ ଏକ ଆଇନଗତ ପ୍ରକ୍ରିୟା, ଏହା କୌଣସି ଦଣ୍ଡ ନୁହେଁ। 

Indrabati: ଅପର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍‌କ ଦୁଖ ଦୂର ହେଉନି

ଯଦି ଅଭିଯୁକ୍ତ ତଦନ୍ତରେ ସହଯୋଗ କରୁଛନ୍ତି ଏବଂ ତାଙ୍କୁ ଗିରଫ କରିବାର କୌଣସି ଠୋସ୍ କାରଣ ନାହିଁ, ତେବେ ତାଙ୍କୁ ସିଧାସଳଖ ଗିରଫ କରାଯାଇପାରିବ ନାହିଁ। ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟକ୍ତିଗତ ସ୍ୱାଧୀନତା ଏକ ମୌଳିକ ଅଧିକାର। ବିନା କାରଣରେ କାହାକୁ ଗିରଫ କରିବା ଆଇନର ଉଲ୍ଲଂଘନ। ପୂର୍ବରୁ ‘ଅର୍ଣ୍ଣେଶ କୁମାର ବନାମ ବିହାର ରାଜ୍ୟ’ ମାମଲାରେ ଯେଉଁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା, ତାହା ବର୍ତ୍ତମାନର ନୂତନ ବିଏନ୍‌ଏସ୍‌ଏସ୍‌ ବ୍ୟବସ୍ଥାରେ ମଧ୍ୟ ସମାନ ଭାବେ ଲାଗୁ ହେବ। ସୁପ୍ରିମ୍‌କୋର୍ଟଙ୍କ ଏହି ନିଷ୍ପତ୍ତି ପୁଲିସର ମନମୁଖି ଗିରଫଦାରୀ ଉପରେ ଅଙ୍କୁଶ ଲଗାଇବାରେ ସହାୟକ ହେବ।

Meeting: 'ସହାୟ'ର ପରିଚାଳନା କମିଟି ବୈଠକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe