ବେଜିଂ : ଚୀନ୍ରେ ଦୀର୍ଘ ୩ ମାସ ଧରି ଭୟାନକ ସ୍ଥିତି ସୃଷ୍ଟି କରିଥିବା କରୋନା ଭାଇରସ୍ ଏବେ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି। ବେଜିଂରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ୍ର ଜାତୀୟ ସ୍ବାସ୍ଥ୍ୟ କମିସନ୍ର ଜଣେ ମୁଖପାତ୍ର କହିଛନ୍ତି, ଦେଶରେ ନୂଆ କରୋନା ମାମଲା ଯଥେଷ୍ଟ କମିଛି। ଭାଇରସ୍ର କେନ୍ଦ୍ରସ୍ଥଳ ଉହାନ୍ରେ ବି ନୂଆ କରୋନା ମାମଲା ଖୁବ୍ କମିଯାଇଛି ଏବଂ ଏହା ଏବେ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଖସିଆସିଛି। ଉହାନ୍ରେ ବୁଧବାର ଦିନ ମାତ୍ର ୮ଟି ନୂଆ ମାମଲା ସ୍ପଷ୍ଟ ହୋଇଛି। ଚୀନ୍ ବାହାରେ ଅନ୍ୟ ଦେଶଗୁଡ଼ିକରେ ଭାଇରସ୍ ଦ୍ରୁତ ଗତିରେ ବ୍ୟାପିଥିଲେ ବି ଚୀନ୍ରେ ଗତ ୭ ଦିନ ମଧ୍ୟରେ ଭାଇରସ୍ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି। ମେନ୍ଲାଣ୍ଡ୍ ଚୀନ୍ରେ ବୁଧବାର ମାତ୍ର ୧୫ ଟି ନୂଆ ମାମଲା ସ୍ପଷ୍ଟ ହୋଇଛି। ଏହାର ଦିନକ ପୂର୍ବରୁ ଏଠାରେ ଏହି ସଂଖ୍ୟା ୨୪ ଥିଲା।
ମାଉଣ୍ଟ୍ ଏଭରେଷ୍ଟ୍ ବନ୍ଦ କଲା ଚୀନ୍
ବେଜିଂ : କରୋନା ଭାଇରସ୍ ପାଇଁ ଚୀନ୍ ମାଉଣ୍ଟ୍ ଏଭରେଷ୍ଟ୍କୁ ପର୍ବତାରୋହରଣ ବନ୍ଦ କରିଦେଇଛି। ବିଶ୍ବର ସର୍ବୋଚ୍ଚ ପର୍ବତମାଳା ମାଉଣ୍ଟ୍ ଏଭରେଷ୍ଟ୍ ଚୀନ୍ ପାର୍ଶ୍ବରୁ ବନ୍ଦ ରହିଛି। ମାଉଣ୍ଟ୍ ଏଭରେଷ୍ଟ୍ର ଉତ୍ତର ପାର୍ଶ୍ବ ଚୀନ୍ ବନ୍ଦ ରଖିଥିବା ଜଣାପଡ଼ିଛି। ଗ୍ରୀଷ୍ମର ଆଗମନ ସହ ଆଉ କିଛିଦିନ ପରେ ମାଉଣ୍ଟ୍ ଏଭରେଷ୍ଟ୍କୁ ପର୍ବତାରୋହଣ ଆରମ୍ଭ ହୋଇଥାନ୍ତା। ଅନ୍ୟପକ୍ଷେ ନେପାଳ ପକ୍ଷରୁ ମାଉଣ୍ଟ୍ ଏଭରେଷ୍ଟ୍ ଖୋଲା ରଖାଯାଇଛି। ତେବେ ଏଠାରେ ପର୍ବତାରୋହୀମାନଙ୍କୁ ୧୪ ଦିନର ଯାତ୍ରା ରିପୋର୍ଟ ଏବଂ ଏଥିସହ ମେଡିକାଲ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।