Advertisment

Delhi pollution: ଦିଲ୍ଲୀ ପ୍ରଦୂଷଣ ଅନିୟନ୍ତ୍ରିତ: ଏକ୍ୟୁଆଇ ୪୪୧ ଛୁଇଁଲା

Advertisment

ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ପୁଣି ଥରେ ‘ଅତି ଗମ୍ଭୀର’ ସ୍ତରରେ ପହଞ୍ଚିଛି। ଆଜି ଅପରାହ୍ଣରେ ବାୟୁ ଗୁଣବତ୍ତା ସ୍ତର ସାଂଘାତିକ ଶ୍ରେଣୀକୁ ଟପି ଯିବାପରେ କର୍ତ୍ତୃପକ୍ଷ ଦିଲ୍ଲୀ-ଏନ୍‌ସିଆର୍‌ରେ ଗ୍ରେଡେଡ୍ ଆକ୍ସନ୍ ରେସ୍‌ପନ୍ସ ପ୍ଲାନ୍‌ର ଚତୁର୍ଥ ପର୍ଯ୍ୟାୟ (ଗ୍ରାପ୍-୪) ଅନୁଯାୟୀ....

ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ପୁଣି ଥରେ ‘ଅତି ଗମ୍ଭୀର’ ସ୍ତରରେ ପହଞ୍ଚିଛି। ଆଜି ଅପରାହ୍ଣରେ ବାୟୁ ଗୁଣବତ୍ତା ସ୍ତର ସାଂଘାତିକ ଶ୍ରେଣୀକୁ ଟପି ଯିବାପରେ କର୍ତ୍ତୃପକ୍ଷ ଦିଲ୍ଲୀ-ଏନ୍‌ସିଆର୍‌ରେ ଗ୍ରେଡେଡ୍ ଆକ୍ସନ୍ ରେସ୍‌ପନ୍ସ ପ୍ଲାନ୍‌ର ଚତୁର୍ଥ ପର୍ଯ୍ୟାୟ (ଗ୍ରାପ୍-୪) ଅନୁଯାୟୀ....

hfshhhfxbv

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ପୁଣି ଥରେ ‘ଅତି ଗମ୍ଭୀର’ ସ୍ତରରେ ପହଞ୍ଚିଛି। ଆଜି ଅପରାହ୍ଣରେ ବାୟୁ ଗୁଣବତ୍ତା ସ୍ତର ସାଂଘାତିକ ଶ୍ରେଣୀକୁ ଟପି ଯିବାପରେ କର୍ତ୍ତୃପକ୍ଷ ଦିଲ୍ଲୀ-ଏନ୍‌ସିଆର୍‌ରେ ଗ୍ରେଡେଡ୍ ଆକ୍ସନ୍ ରେସ୍‌ପନ୍ସ ପ୍ଲାନ୍‌ର ଚତୁର୍ଥ ପର୍ଯ୍ୟାୟ (ଗ୍ରାପ୍-୪) ଅନୁଯାୟୀ କଠୋର ପ୍ରଦୂଷଣ-ନିରୋଧୀ ପ୍ରତିବନ୍ଧକ ଲାଗୁ କରିଛନ୍ତି। ପୂର୍ବାହ୍ଣରେ ପ୍ରଥମେ ପରିସ୍ଥିତିକୁ ଦେଖି ଗ୍ରାପ୍-୩ ଲାଗୁ କରାଯାଇଥିଲା,  କିନ୍ତୁ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ତୀବ୍ର ଖରାପ ଧାରା ଦେଖାଇବା ପରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଗ୍ରାପ୍‌-୪ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ।

Tradition: କୃଷିଭିତ୍ତିକ ପର୍ବ ‘ଦିଆଲି’ ପାଇଁ ଝରିଗାଁରେ ଚାଷୀଙ୍କ ମନରେ ଉତ୍ସାହ

ସରକାରୀ ତଥ୍ୟରୁ ଜଣାପଡ଼ିଛି ଯେ, ଏକ୍ୟୁଆଇ ଅପରାହ୍ଣ ପ୍ରାୟ ୪ଟାରେ ୪୩୧ରୁ ସନ୍ଧ୍ୟା ୬ଟା ସୁଦ୍ଧା ୪୪୧କୁ ବୃଦ୍ଧି ପାଇଛି। ପ୍ରଦୂଷଣ ସ୍ତର ବିଭିନ୍ନ ସ୍ଥାନରେ ‘ଗୁରୁତର ପ୍ଲସ୍‌’ ସୀମାକୁ ଅତିକ୍ରମ କରିଯାଇଛି। ସିଏକ୍ୟୁଏମ୍ ଅନୁଯାୟୀ, ପବନର ମନ୍ଥର ବେଗ, ସ୍ଥିର ବାୟୁମଣ୍ଡଳ, ପ୍ରତିକୂଳ ପାଣିପାଗ ପରିସ୍ଥିତି ଓ ପ୍ରଦୂଷକଗୁଡ଼ିକ ବାୟୁମଣ୍ଡଳରେ ଖେଳେଇ ହୋଇ ନ ପାରିବା ଯୋଗୁଁ ଏହି ବୃଦ୍ଧି ଘଟିଛି। ପରିସ୍ଥିତି ବିଗିଡ଼ିବାକୁ ଦୃଷ୍ଟିରେ ରଖି ଗ୍ରାପ୍ ଉପରେ ସିଏକ୍ୟୁଏମ୍‌ର ଉପ-କମିଟି ଚତୁର୍ଥ ପର୍ଯ୍ୟାୟରେ ଧାର୍ଯ୍ୟ ହୋଇଥିବା ସମସ୍ତ କାର୍ଯ୍ୟାନୁଷ୍ଠାନକୁ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳରେ ତୁରନ୍ତ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। କାର୍ଯ୍ୟ ଯୋଜନାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଅଧୀନରେ ପୂର୍ବରୁ ବଳବତ୍ତର ଥିବା ନିୟନ୍ତ୍ରଣ ବ୍ୟତୀତ ଏହି ପଦକ୍ଷେପ ନିଆଯାଇଛି। ଆଜି ଗ୍ରାପ୍‌ କଟକଣାର ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟକାରୀ ହେବା ସହିତ, ଦିଲ୍ଲୀରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯିବ ଏବଂ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ସମସ୍ତ ସ୍କୁଲ ବନ୍ଦ ରହିବ। ଏହା ସହିତ, ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଘରୁ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ। ଦିଲ୍ଲୀରେ ବିଏସ୍‌-୪ ଯାନବାହନ ଏବଂ ଅନ୍ୟ ରାଜ୍ୟରୁ  ଟ୍ରକ ପ୍ରବେଶ ମଧ୍ୟ ନିଷେଧ କରାଯାଇଛି।

Education: ପିଲାଙ୍କୁ ଫେରାଇ ଆଣିବାକୁ ଉଦ୍ୟମ, ପାଲା ପରିବେଷଣ କଲେ ଶିକ୍ଷକ-ଶିକ୍ଷୟିତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe