ୱାଶିଂଟନ: ଭାରତ ମହାସାଗରରେ ଇରାନୀ ଜାହାଜ ଆଇରିସ୍ ଡେନା ଉପରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ତାଙ୍କ ସୈନିକମାନେ ଇରାନୀ ଜାହାଜ ବୁଡ଼ିବାର ମଜା ନେଉଛନ୍ତି। ବିଶେଷଜ୍ଞ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଲଜ୍ଜାଜନକ ବିବୃତି ଦର୍ଶାଉଛି, ଆମେରିକା କେତେ ଗର୍ବୀ ହୋଇଗଲାଣି । ଦେଶର ସାମରିକ ଅଧିକାରୀମାନେ ସୈନିକମାନଙ୍କୁ ହତ୍ୟା କରିବାର ମଜା ନେଉଛନ୍ତି। ଡୋନାଲ୍ଡ ଟ୍ରମ୍ପ ଏହା ମଧ୍ୟ ଦାବି କରିଛନ୍ତି ଯେ ଆମେରିକାର ସାମରିକ ବାହିନୀ ଗତ ସାଢ଼େ ତିନି ଦିନରେ ୪୬ଟି ଇରାନୀ ନୌସେନା ଜାହାଜକୁ ବୁଡ଼ାଇ ଦେଇଛନ୍ତି।
ଜାହାଜ ବୁଡ଼ାଇବା ଜବତ କରିବା ଅପେକ୍ଷା ଅଧିକ ମଜାଦାର
ଡୋନାଲ୍ଡ ଟ୍ରମ୍ପଙ୍କ ଅନୁସାରେ, ସାମରିକ ଅଧିକାରୀଙ୍କ ସହିତ କଥାବାର୍ତ୍ତା ସମୟରେ ମୁଁ ପଶ୍ନ କରିଥିଲି ଜାହାଜକୁ ଜବତ ନକରି କାହିଁକି ବୁଡ଼ାଇଲ। ସାମରିକ ଅଧିକାରି କହିଥିଲେ, ଜାହାଜ ବୁଡ଼ାଇବା ଜବତ କରିବା ଅପେକ୍ଷା ଅଧିକ ମଜାଦାର। ଏପରି କରିବା ଅଧିକ ସୁରକ୍ଷିତ। ଏହା ସମ୍ଭବତଃ ସତ୍ୟ ବୋଲି ଟ୍ରମ୍ପ କହିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଏହି ଉପାଖ୍ୟାନକୁ ବର୍ଣ୍ଣନା କରିବା ସମୟରେ ନିର୍ଲଜ୍ଜ ଭାବରେ ହସିଥିଲେ। ସତେ ଯେପରି ତାଙ୍କର ଇରାନୀ ସୈନିକଙ୍କ ମୃତ୍ୟୁକୁ ନେଇ କୌଣସି ସୋଚନା ଅବା ଅନୁତାପ ନାହିଁ। ଏବେ ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/03/10/trump-made-embarrassing-comments-2026-03-10-13-38-21.jpeg)