Advertisment

Yamuna Expressway takes life again: ଯମୁନା ଏକ୍ସପ୍ରେସୱେ ପୁଣି ନେଲା ଜୀବନ: ଇକୋ ଭ୍ୟାନ୍-ବସ୍ ଧକ୍କା: ୬ ମୃତ-୯ ଆହତ

Advertisment

ଉତ୍ତର ପ୍ରଦେଶର ହାଥରସ୍ ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସଦାବାଦ ଥାନା ଅଞ୍ଚଳର ଯମୁନା ଏକ୍ସପ୍ରେସୱେ ପୁଣି ଜୀବନ ନେଇଛି। ଏକ୍ସପ୍ରେସୱେର ମାଇଲଷ୍ଟୋନ୍ ୧୪୧ ନିକଟରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି

ଉତ୍ତର ପ୍ରଦେଶର ହାଥରସ୍ ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସଦାବାଦ ଥାନା ଅଞ୍ଚଳର ଯମୁନା ଏକ୍ସପ୍ରେସୱେ ପୁଣି ଜୀବନ ନେଇଛି। ଏକ୍ସପ୍ରେସୱେର ମାଇଲଷ୍ଟୋନ୍ ୧୪୧ ନିକଟରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି

Yamuna Expressway takes life again

Yamuna Expressway takes life again Photograph: (sambad.in)

ହାଥରସ୍: ଉତ୍ତର ପ୍ରଦେଶର ହାଥରସ୍ ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସଦାବାଦ ଥାନା ଅଞ୍ଚଳର ଯମୁନା ଏକ୍ସପ୍ରେସୱେ ପୁଣି ଜୀବନ ନେଇଛି। ଏକ୍ସପ୍ରେସୱେର ମାଇଲଷ୍ଟୋନ୍ ୧୪୧ ନିକଟରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଛନ୍ତି। ଏକ ଡବଲ-ଡେକର ବସ୍ ଓ ଇକୋ କାର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।

କାରଟି ପଛ ପଟରୁ ବସ୍‌କୁ ଧକ୍କା ଦେଇଥିଲା

ଇକୋ କାରଟି ପଛ ପଟରୁ ବସ୍‌କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ କାରଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଘଟଣାସ୍ଥଳରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଗ୍ରାକୁ ରେଫର କରାଯାଇଛି।

ଦ୍ରୁତ ଗତିରେ ଥିଲା କାର୍

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଇକୋ କାରଟି ଦ୍ରୁତ ଗତିରେ ଯାଉଥିଲା । ଡ୍ରାଇଭର ସମ୍ଭବତଃ ଆଗରେ ଥିବା ବସ୍‌କୁ ଲକ୍ଷ୍ୟ କରିପାରି ନଥିଲେ, ଯାହା ଫଳରେ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଏକ୍ସପ୍ରେସୱେରେ ଟ୍ରାଫିକ୍ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ପୁଲିସ ଏହାକୁ ପୁଣି ସ୍ବାଭାବିକ କରିଛି। ପୁଲିସ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଦ୍ରୁତ ଗତି ହିଁ ଦୁର୍ଘଟଣାର ମୁଖ୍ୟ କାରଣ।

ଆହୁରି ପଢ଼ନ୍ତୁ: Iran-Israel war: ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ମଧ୍ୟପ୍ରାଚ୍ୟରୁ ଦିଲ୍ଲୀ-ମୁମ୍ବାଇରେ ପହଞ୍ଚିଲା ବିମାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe