Mahakal bhakt dies: ମହାକାଳଙ୍କ ଦର୍ଶନ ବେଳେ ହୃଦଘାତ ନେଲା ଜୀବନ, ଭାଇରାଲ ହେଉଛି ମୃତ୍ୟୁ ପୂର୍ବର ହ୍ବାଟସଆପ ଷ୍ଟାଟସ

Advertisment

ମହାକାଳଙ୍କ ଦର୍ଶନ ବେଳେ ଆସିଲା ମୃତ୍ୟୁ। ସୋମବାର ଦିନ ଉଜ୍ଜୈନରେ ଥିବା ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ଘଟିଛି ଏହି ହୃଦୟବିଦାରକ ଘଟଣା। ଏହି ଘଟଣା ଘଟିବା ପରେ ମନ୍ଦିର ପରିସରରେ ଶୋକର ଛାୟା ଖେଳିଯାଇଥିଲା ବୋଲି ଜଣାପଡ଼ିଛି।

ମହାକାଳଙ୍କ ଦର୍ଶନ ବେଳେ ଆସିଲା ମୃତ୍ୟୁ। ସୋମବାର ଦିନ ଉଜ୍ଜୈନରେ ଥିବା ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ଘଟିଛି ଏହି ହୃଦୟବିଦାରକ ଘଟଣା। ଏହି ଘଟଣା ଘଟିବା ପରେ ମନ୍ଦିର ପରିସରରେ ଶୋକର ଛାୟା ଖେଳିଯାଇଥିଲା ବୋଲି ଜଣାପଡ଼ିଛି।

mahakal bhakt

Mahakal Bhakt Dies In Temple Photograph: (sambad.in)

ଉଜ୍ଜୈନ: ମହାକାଳଙ୍କ ଦର୍ଶନ ବେଳେ ଆସିଲା ମୃତ୍ୟୁ। ସୋମବାର ଦିନ ଉଜ୍ଜୈନରେ ଥିବା ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ଘଟିଛି ଏହି ହୃଦୟବିଦାରକ ଘଟଣା। ଏହି ଘଟଣା ଘଟିବା ପରେ ମନ୍ଦିର ପରିସରରେ ଶୋକର ଛାୟା ଖେଳିଯାଇଥିଲା ବୋଲି ଜଣାପଡ଼ିଛି। ଭଷ୍ମ ଆରତୀରେ ଯୋଗ ଦେବାକୁ ଆସିଥିବା ଜଣେ ଭକ୍ତଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୃତକ ତାଙ୍କ ମୃତ୍ୟୁ ପୂର୍ବରୁ ହ୍ୱାଟସଆପ୍ ଷ୍ଟାଟସରେ ଏକ ପୋଷ୍ଟ କରିଥିଲେ, ଯାହାକୁ ଏବେ "ମୃତ୍ୟୁର ପୂର୍ବାଭାସ" ବୋଲି ବିବେଚନା କରାଯାଉଛି।

ଆହୁରି ପଢ଼ନ୍ତୁ: ସେନା ଓ ପୁଲିସର ମିଶନ ଏକ: ରାଜନାଥ ସିଂହ

ଆହୁରି ପଢ଼ନ୍ତୁ: ଆଜିଠୁ ଲାଗୁ ହେଲା ଟ୍ରମ୍ପଙ୍କ ନୂଆ H-1B ଭିସା ନିୟମ

ଭସ୍ମ ଆରତୀ ଦେଖିବାକୁ ଆସିଥିଲେ ଭକ୍ତ

ସୂଚନା ମୁତାବକ,ଉଜ୍ଜୈନର ପାର୍ଶ୍ୱନାଥ ନଗରୀର ବାସିନ୍ଦା ସୌରଭରାଜ ସୋନି ଏକ ଚା’ ଦୋକାନ ଚଳାଉଥିଲେ। ପ୍ରତି ସୋମବାର ପରି, ଦୀପାବଳି ଦିନ ସୋମବାର ଥିବାରୁ ସୌରଭରାଜ ରାତି ପ୍ରାୟ ୧:୦୦ ଟାରେ ବାବା ମହାକାଳଙ୍କ ଭସ୍ମ ଆରତୀରେ ଅଂଶଗ୍ରହଣ କରିବା ପାଇଁ ମନ୍ଦିରରେ ପହଞ୍ଚିଥିଲେ। ହେଲେ ପ୍ରଭୁଙ୍କ ଦର୍ଶନ କରିବା ପୂର୍ବରୁ, ତାଙ୍କୁ ହୃଦଘାତ ହୋଇଥିଲା ଏବଂ ସେ ଗେଟ୍ ନମ୍ବର ୧ରେ ଅଚେତ ହୋଇ ପଡ଼ିଯାଇଥିଲେ। ତାଙ୍କ ସାଥୀ ଏବଂ ମନ୍ଦିର କର୍ମଚାରୀମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମନ୍ଦିରରେ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କଥା ନମାନିଲେ ହମାସକୁ ମୂଳପୋଛ କରିଦେବି: ଟ୍ରମ୍ପ

ସୌରଭରାଜ ସୋନିଙ୍କ ପରିବାର ଏବଂ ବନ୍ଧୁମାନେ କହିଛନ୍ତି ଯେ, ସୌରଭରାଜଙ୍କୁ ତାଙ୍କ ମୃତ୍ୟୁର ପୂର୍ବ ସୂଚନା ମିଳିଥିଲା। ମୃତ୍ୟୁ ପୂର୍ବରୁ ସେ ତାଙ୍କ ହ୍ୱାଟସଆପ୍ ଷ୍ଟାଟସରେ ମହାକାଳଙ୍କୁ ନେଇ ଲେଖାଥିବା ଏକ କବିତା ସେୟାର କରିଥିଲେ, ଯେଉଁଥିରେ ଜୀବନ-ମୃତ୍ୟୁର ସତ୍ୟତା ବିଷୟରେ ଲେଖାଯାଇଥିଲା।

ଆହୁରି ପଢ଼ନ୍ତୁ: ପ୍ରେମ ବିବାହ କରି ପତ୍ନୀଙ୍କୁ ଛାଡ଼ି ସ୍ୱାମୀ ଫେରାର, ପତ୍ନୀ ରହୁଥିବା ଘର ଜାଳିଦେଲେ

सौरभराज सोनी हर सोमवार दर्शन के लिए आते थे महाकाल मंदिर.(Photo:ITG)

death | madhya pradesh 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe